Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ବସ୍‌ରେ ମହାରାଷ୍ଟ୍ରରୁ ବସ୍ତି ଆସିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ 7 ଜଣ କରୋନା ପଜିଟିଭ୍‌
ଆଜିର ଖବର

ସରକାରୀ ବସ୍‌ରେ ମହାରାଷ୍ଟ୍ରରୁ ବସ୍ତି ଆସିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ 7 ଜଣ କରୋନା ପଜିଟିଭ୍‌

May 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବସ୍ତି: କରୋନା ମୁକାବିଲା ଲାଗି ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌। ଏହା ମଧ୍ୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପଠାଇବା ଲାଗି ସ୍ପେଶାଲ୍‌ ଟ୍ରେନ୍‌ ଚଲାଯାଇଛି। ସେହିପରି ବସ୍‌ରେ ମଧ୍ୟ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ସରକାରୀ ବସ୍‌ରେ ପଠାଯାଇଥିବା କିଛି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି।  ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାକୁ ଫେରିଥିବା 7 ପ୍ରବାସୀ ଶ୍ରମିକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବାର ବସ୍ତି ଜିଲ୍ଲା ଡିଏମ୍‌ ସୂଚନା ଦେଇଛନ୍ତି।

ଜିଲ୍ଲା ମାଜିଷ୍ଟ୍ରେଟ୍‌ (ଡିଏମ୍‌) ଆଶୁତୋଷ ନିରଞ୍ଜନଙ୍କ ଅନୁସାରେ, କରୋନା ପଜିଟିଭ୍‌ ମିଳିଥିବା ସାତ ଜଣ ଶ୍ରମିକ ମହାରାଷ୍ଟ୍ରରୁ ସରକାରୀ ବସ୍‌ରେ ବସ୍ତିରେ ପହଞ୍ଚିଥିଲେ। ସେମାନଙ୍କୁ ହରୈୟା କ୍ଷେତ୍ରର ସେଲ୍ଟର ହୋମ୍‌ରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ସେମାନଙ୍କୁ ଏବେ ମୁଣ୍ଡରଓ୍ବା ଅଞ୍ଚଳରେ ଥିବା କମ୍ୟୁନିଟି ସେଣ୍ଟର ହେଲଥ ସେଣ୍ଟରକୁ ସ୍ଥାନାନ୍ତର ରଖାଯାଇଛି। ଜିଲ୍ଲାରେ ମୋଟ 31ଟି କରୋନା ମାମଲା ସାମ୍ନାକୁ ଆସିଛି। ଏହି ଜିଲ୍ଲାରୁ ଜଣକର କରୋନା ଯୋଗୁଁ ମୃତ୍ୟୁ ଘଟିଥିବାବେଳେ 13ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ରରେ ଫସି ରହିଥିବା ଉତ୍ତରପ୍ରଦେଶର ପ୍ରବାସୀ ଶ୍ରମିକଙ୍କ ପାଇଁ ନାସିକ ଜିଲ୍ଲାରୁ ସ୍ପେଶାଲ୍‌ ଟ୍ରେନ୍‌ ଚଲାଯାଇଛି। ରବିବାର ଦିନ ଲକ୍ଷ୍ନୌରେ ଏହି ଟ୍ରେନ୍‌ ପହଞ୍ଚିବ। ତେବେ ଏବେ ରାଜ୍ୟରେ କରୋନାରେ ସଂକ୍ରମିତ ପ୍ରବାସୀ ଶ୍ରମିକଙ୍କ ମାମଲା ଚିନ୍ତା ବଢାଇଛି । ଉତ୍ତରପ୍ରଦେଶର କରୋନାର ମୋଟ୍‌ 2338ଟି ମାମଲା ଆସିଛି। ସେହିପରି ରାଜ୍ୟରେ ମୋଟ୍‌ 42ଜଣଙ୍କର ମୃତ୍ୟୁ ହୋଇଛି। (ଏଜେନ୍ସି)

coronapositive migrant-labourers
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

୪୦ ପରେ ସ୍ୱାସ୍ଥ୍ୟକୁ ଅଣଦେଖା ନୁହେଁ: ପ୍ରତ୍ୟେକ ପୁରୁଷଙ୍କ ପାଇଁ ଜରୁରୀ ଏହି ସ୍ୱାସ୍ଥ୍ୟ ପରୀକ୍ଷା

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.