Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଣ୍ଡୀଗଡ଼ରୁ ଉଠିବ କର୍ଫ୍ୟୁ, ଦୋକାନ ଓ ଯାନବାହାନ ପାଇଁ ଲାଗୁ ହେବ ଅଡ୍ ଇଭିନ୍
ଆଜିର ଖବର

ଚଣ୍ଡୀଗଡ଼ରୁ ଉଠିବ କର୍ଫ୍ୟୁ, ଦୋକାନ ଓ ଯାନବାହାନ ପାଇଁ ଲାଗୁ ହେବ ଅଡ୍ ଇଭିନ୍

May 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଣ୍ଡୀଗଡ : ପଞ୍ଜାବ-ହରିୟାଣାର ରାଜଧାନୀ ତଥା କେନ୍ଦ୍ରଶାସିତ ପ୍ରଦେଶ ଚଣ୍ଡୀଗଡ ପ୍ରଶାସନ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ କର୍ଫ୍ୟୁକୁ ହଟାଯାଇ ଅଡ୍‌ଇଭିନ୍‌କୁ ଜାରି କରାଯିବ। ରାଜ୍ୟରେ ଜାରି କରାଯାଇଥିବା କର୍ଫ୍ୟୁକୁ ଆସନ୍ତା ମେ ତିନି ତାରିଖରୁ ଉଠାଇଦିଆଯିବ । ମେ ତିନି ତାରିଖ ରାତ୍ରିରୁ କର୍ଫ୍ୟୁ ସମାପ୍ତ ହୋଇଯିବ କିନ୍ତୁ ଲକ୍ ଡାଉନ୍‌ ମେ 17 ପର୍ଯ୍ୟନ୍ତ ଚାଲୁ ରହିବ। ସେହିପରି ମେ 4 ତାରିଖରୁ ବଜାର ଓ ଗାଡିରେ ଅଡ୍‌ ଇଭିନ୍‌ ଫର୍ମୁଲା ଲାଗୁ କରାଯିବ । ମେ ଚାରି ତାରିଖଠାରୁ ଇଭିନ୍‌ ନମ୍ବର ଦୋକାନ ଓ ଇଭିନ୍‌ ନମ୍ବର ଗାଡି ଚାଲୁ ହେବ । ସେହିପରି ସକାଳ 7ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏଥିପାଇଁ କୌଣସି ପାସ୍‌ ଆବଶ୍ୟକତା ପଡିବ ନାହିଁ ବୋଲି ସୂଚନା ଦିଆଯାଇଛି । ମେ 17 ପର୍ଯ୍ୟନ୍ତ ସପିଂ ମଲ୍‌ ବନ୍ଦ ରହିବ । ଚଣ୍ଡୀଗଡରେ ଏପର୍ଯ୍ୟନ୍ତ 88ଟି ମାମଲା ସାମ୍ନାକୁ ଆସିଛି । ଏଥିରୁ 17 ଜଣ ସୁସ୍ଥ ହୋଇଥିବାବେଳେ ଏଠାରେ କରୋନା ଜନିତ ମୃତ୍ୟୁ ହୋଇନାହିଁ ।

ତେବେ ପଞ୍ଜାବରେ ଶନିବାର ଦିନ ସର୍ବାଧିକ 187ଟି ମାମଲା ଆସିଛି । ମହାରାଷ୍ଟ୍ର ନାନ୍ଦେଡ୍‌ର ହଜୁର୍‌ ସାହିବରୁ ଫେରିଥିବା ତୀର୍ଥଯାତ୍ରୀଙ୍କୁ ପାଇଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ରାଜ୍ୟରେ ଏପର୍ଯ୍ୟନ୍ତ 772 ଜଣ ଆକ୍ରାନ୍ତ ରହିଥିବାବେଳେ 20ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ହରିୟାଣାରେ 360 ଜଣ ସଂକ୍ରମିତ ରହିଥିବାବେଳେ 4ଜଣଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)

Chandigarh ODDEVEN
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026
Latest News

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.