ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଓଲଟିଲା : 5 ଆହତ

Published: May 3, 2020, 9:15 am IST

ଭୁବନେଶ୍ବର : ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନ୍‌ଏଚ୍‌ର ନାଗପୁର ଅମରାବତୀଠାରେ ପ୍ରବାସୀ ଓଡ଼ିଆ ବସ୍‌ ଓଲଟି ପଡିଛି । ବସ୍‌ରେ ଥିବା 50 ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ 5 ଆହତ । ସମସ୍ତ 5 ଆହତ ଅମରାବତୀ ନିକଟ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି । ରାତିରେ ଏନ୍ଏଚ୍‌ ଉପରକୁ କୌଣସି ଜନ୍ତୁ ଆସିଯିବାରୁ ଦୁର୍ଘଟଣା ହୋଇଥିବାର ସୂଚନା ରହିଛି ।

ଗତକାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ନିକଟରେ ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

Related posts