Categories
ଆଜିର ଖବର ରାଜ୍ୟ ଖବର

ନିରାକାରପୁରରେ ଭୀଷଣ ବଜ୍ରପାତ: ଟିୟୁସନ ଶିକ୍ଷକଙ୍କ ସମେତ ୬ ଆହତ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁରରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣେ ଟିୟୁସନ ଶିକ୍ଷକଙ୍କ ସମେତ ୬ ଜଣ ଆହତ ହୋଇ ଖୋର୍ଦ୍ଧା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସୂଚନାଯୋଗ୍ୟ କି ଆଜି ଅପରାହ୍ନରେ ହଠାତ୍ ପ୍ରବଳ ବଜ୍ରପାତ ଘଟିବାରୁ ଲୋକେ ଭୟଭୀତ ହୋଇ ଘରେ ପଶି ରହିଥିଲେ। ଉକ୍ତ ସମୟରେ ନିରାକାରପୁର କଲେଜ ଛକ ନିକଟରେ ଏକ କୋଚିଙ୍ଗ ସେଣ୍ଟର୍ ରେ ପିଲା ପାଠ ପଢୁଥିଲେ। ସେହି ସ୍ଥାନରେ ଥିବା ଏକ ଗଛକୁ ପ୍ରଥମେ ବିଜୁଳି ମାରିଥିଲ।। ଏହାର ପ୍ରଭାବ ଏତେ ଜୋରରେ ଥିଲା ଯେ ବଜ୍ରପାତ ଟିୟୁସନ ହେଉଥିବା ଘର ଭିତରକୁ ପ୍ରବେଶ କରିଥିଲା। ଏହାର ଆଘାତରେ ଟିୟୁସନ ଶିକ୍ଷକ ଜଗନ୍ନାଥ ମଙ୍ଗରାଜ, ବର୍ଷା ରାଣୀ ବଳିଆରସିଂହ, ବର୍ଷା ବାରିକ, ପ୍ରଭୁ ପ୍ରିତମ ବେହେରା, ବଳରାମ ବେହେରା ଓ ରତ୍ନାକର ଭୋଇ ଆହତ ହୋଇ ଅଚେତ୍ ହୋଇ ପଡ଼ିଥିଲେ। ସ

ଙ୍ଗେ ସଙ୍ଗେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଥିବାବେଳେ ସମସ୍ତ ଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି ଛକରେ ଟ୍ରକକୁ ଧକ୍କା ଦେଲା ମିନି ବସ : ଚାରି ଆହତ

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ : ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁହୁଡି ବଜାର ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୧.୩୦ରେ ତାମିଲନାଡୁରୁ ଯାତ୍ରୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ମିନି ବସ ଟି କୁହୁଡି ବଜାର ନିକଟରେ ଏକ ଟ୍ରକକୁ ପଛପଟୁ ଶକ୍ତ ଧକା ଦେଇଥିଲା। ଫଳରେ ବସର ଆଗ ପଟ ନଷ୍ଟ ହୋଇଯାଇଥିବା ସ୍ଥଳେ ଚାରି ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଡାକ୍ତରଖାନାକୁ ପଠାଯାଇଛି। ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଥିବା ବେଳେ କୁହୁଡି ଫାଣ୍ଡି ପୋଲିସ  ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : 35 ଆହତ, ତିନି ଗୁରୁତର

ପ୍ରୟାଗରାଜ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ସୂଚନା ରହିଛି। ଏହି ଦୁର୍ଘଟଣାରେ 35 ଜଣ ଆହତ ହୋଇଥିବାବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ମିଳିଥିବା ସୂଚନା ଅନୁସାରେ ବସ୍‌ର ଟାୟାର ଫାଟିବା କାରଣରୁ ବସଟି ଓଲଟି ପଡିଥିଲା। ବସ୍‌ ଟି ଜୟପୁରରୁ ପଶ୍ଚିମବଙ୍ଗ ଯାଉଥିବା ବାଟରେ ପ୍ରୟାଗରାଜର  ନଓ୍ବାବଗଞ୍ଜ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କରୋନା ସଂକଟକୁ ଦେଖି ମାର୍ଚ୍ଚ 24 ତାରିଖରେ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏବେ ଦେଶରେ ଲକ୍‌ ଡାଉନ୍‌ 4.0 ଜାରି ହୋଇଛି । ଲକ୍‌ ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତିକୁ ଦେଖି ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । ଏହି ପଳାୟନ ମଧ୍ୟରେ ଦେଶରେ ବିଭିନ୍ନ ଅଞ୍ଚଳରେ ବସ୍‌ ଦୁର୍ଘଟଣା, ଟ୍ରେନ୍‌ ଦୁର୍ଘଟଣା  ଓ ସଡକ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହେଉଥିବାର ସୂଚନା ମିଳୁଛି ।

କିଛି ଦିନ ତଳେ ୟୁପିର ଔରେୟାଠାରେ ଏକ ସଡକ ଦୁର୍ଘଟଣାରେ 24 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ 35 ଜଣ ଶ୍ରମିକ ଗୁରୁତରଆହତ ହୋଇଥିଲେ । ଏହି ଘଟଣା ପାଇଁ ସୀମାର ଦୁଇ ଏସ୍‌ଏଚ୍‌ଓଙ୍କ ନିଲମ୍ବିତ ମଧ୍ୟ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଓଲଟିଲା : 5 ଆହତ

ଭୁବନେଶ୍ବର : ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନ୍‌ଏଚ୍‌ର ନାଗପୁର ଅମରାବତୀଠାରେ ପ୍ରବାସୀ ଓଡ଼ିଆ ବସ୍‌ ଓଲଟି ପଡିଛି । ବସ୍‌ରେ ଥିବା 50 ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ 5 ଆହତ । ସମସ୍ତ 5 ଆହତ ଅମରାବତୀ ନିକଟ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି । ରାତିରେ ଏନ୍ଏଚ୍‌ ଉପରକୁ କୌଣସି ଜନ୍ତୁ ଆସିଯିବାରୁ ଦୁର୍ଘଟଣା ହୋଇଥିବାର ସୂଚନା ରହିଛି ।

ଗତକାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ନିକଟରେ ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।