କୁହୁଡି ଛକରେ ଟ୍ରକକୁ ଧକ୍କା ଦେଲା ମିନି ବସ : ଚାରି ଆହତ

Published: Sep 19, 2020, 12:23 pm IST

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ : ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁହୁଡି ବଜାର ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୧.୩୦ରେ ତାମିଲନାଡୁରୁ ଯାତ୍ରୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ମିନି ବସ ଟି କୁହୁଡି ବଜାର ନିକଟରେ ଏକ ଟ୍ରକକୁ ପଛପଟୁ ଶକ୍ତ ଧକା ଦେଇଥିଲା। ଫଳରେ ବସର ଆଗ ପଟ ନଷ୍ଟ ହୋଇଯାଇଥିବା ସ୍ଥଳେ ଚାରି ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଡାକ୍ତରଖାନାକୁ ପଠାଯାଇଛି। ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଥିବା ବେଳେ କୁହୁଡି ଫାଣ୍ଡି ପୋଲିସ  ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି।

Related posts