ସୁସ୍ଥ ହେଲେ ଆଉ ଚାରି ଆକ୍ରାନ୍ତ

Published: May 3, 2020, 9:59 pm IST

ଭୁବନେଶ୍ବର : ରାଜ୍ୟ ପାଇଁ ଅଶ୍ବସ୍ତିକର ଖବର ଆସିଛି । ରାଜ୍ୟରେ ଆଉ ଚାରି କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭଦ୍ରକରୁ ତିନି ଜଣ ସୁସ୍ଥ ହୋଇଥିବାବେଳେ ବାଲେଶ୍ବରରୁ ଜଣେ ସୁସ୍ଥ ହୋଇଛନ୍ତି ।

ଏବେ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା 60କୁ ବୃଦ୍ଧି ହୋଇଛି। ରାଜ୍ୟରେ ସର୍ବମୋଟ 162 କେସ୍‌ ରହିଥିବାବେଳେ ଏବେ 101ଟି ଆକ୍ଟିଭ୍‌ କେଶ୍‌ ରହିଛି । ରାଜ୍ୟରେ କରୋନା ଜନିତ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭଦ୍ରକରେ ମୋଟ୍‌ 19 ଜଣ ସଂକ୍ରମିତ ରହିଥିବାବେଳେ ସୁସ୍ଥ ସଂଖ୍ୟା 12ରେ ପହଞ୍ଚିଛି । ସେହିପରି ବାଲେଶ୍ବରରୁ 21 ଜଣ ସଂକ୍ରମିତ ଥିବାବେଳେ ସୁସ୍ଥଙ୍କ ସଂଖ୍ୟା 4ରେ ପହଞ୍ଚିଛି ।  ଭଦ୍ରକ ଓ ବାଲେଶ୍ବର ରେଡ୍‌ ଜୋନରେ ଥିବାବେଳେ ଏହି ଦୁଇ ଜିଲ୍ଲାରୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Related posts