Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରକୁ ଫେରୁଥିବା ଶ୍ରମିକମାନଙ୍କ ପାଇଁ ସୋନିଆ ଗାନ୍ଧିଙ୍କ ବଡ ଘୋଷଣା – ରେଳ ଟିକେଟର ସମ୍ପୂର୍ଣ୍ଣ ଖର୍ଚ୍ଚ କଂଗ୍ରେସ ବହନ କରିବ
ଆଜିର ଖବର

ଘରକୁ ଫେରୁଥିବା ଶ୍ରମିକମାନଙ୍କ ପାଇଁ ସୋନିଆ ଗାନ୍ଧିଙ୍କ ବଡ ଘୋଷଣା – ରେଳ ଟିକେଟର ସମ୍ପୂର୍ଣ୍ଣ ଖର୍ଚ୍ଚ କଂଗ୍ରେସ ବହନ କରିବ

May 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ୍‌ ମହାମାରୀ ବିରୋଧରେ ଲଢେଇ  ପାଇଁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ପାଇଁ ବହୁ ସମୟ ଧରି ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି । ପ୍ରାୟ ଏକ ମାସ ପରେ ଏହି ଶ୍ରମିକମାନଙ୍କୁ ନିଜ ଘରକୁ ଯିବାକୁ ଅନୁମତି ମିଳିଛି ।  ଏମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚାଲୁ  କରାଯାଇଛି । କିନ୍ତୁ ଏହି ଟ୍ରେନ୍‌ର ଖର୍ଚ୍ଚ ଏହି ଶ୍ରମିକମାନଙ୍କଠାରୁ ଆଦାୟ କରାଯାଉଛି । ତେବେ ଶ୍ରମିକଙ୍କଠାରୁ ଟ୍ରେନ୍‌ ଖର୍ଚ୍ଚ ନିଆଯାଉଥିବାକୁ ବିରୋଧ କରିଛି କଂଗ୍ରେସ । ଏନେଇ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧି ବଡ ଘୋଷଣା କରିଛନ୍ତି ।  କଂଗ୍ରେସ ଦଳ ସମସ୍ତ ଗରିବ ଶ୍ରମିକଙ୍କ ରେଳ ଟିକେଟର ଖର୍ଚ୍ଚ ଉଠାଇବ ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟି ଯେଉଁ ଗରିବ ଶ୍ରମିକମାନେ ଟ୍ରେନ୍‌ ଯୋଗେ ଘରକୁ ଫେରୁଛନ୍ତି ସେମାନଙ୍କ ରେଳ ଯାତ୍ରାର ଖର୍ଚ୍ଚ ଉଠାଇବ ।

ସୋମବାର ଦିନ ଏହି ସମ୍ପର୍କରେ ଏକ ବୟାନ ଜାରି କରି ଘୋଷଣା କରାଯାଇଛି । କେବଳ ଚାରି ଘଣ୍ଟାର ନୋଟିସ୍‌ ରେ ଲକ୍‌ ଡାଉନ୍‌ ଲାଗୁ ହେବା କାରଣରୁ ଦେଶର ଶ୍ରମିକମାନେ ଘରକୁ ଯିବାରୁ ବଞ୍ଚିତ ହୋଇଛନ୍ତି । 1947 ପରେ ଦେଶରେ ପ୍ରଥମଥର ପାଇଁ ଏପରି ଭାବରେ ଶ୍ରମିକମାନେ ହଜାର ହଜାର କିମି ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହେଲେ । ସୋନିଆ ଗାନ୍ଧି ନିଜ ବୟାନରେ କହିଛନ୍ତି ଯେ, ବିଦେଶରେ ଫସିଥିବା ଭାରତୀୟଙ୍କୁ ବିନା ଖର୍ଚ୍ଚରେ ଦେଶକୁ ଅଣାଯାଉଛି । ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ସରକାରୀ ଅର୍ଥରୁ 100 କୋଟି ଖର୍ଚ୍ଚ କରାଯାଉଛି । କିନ୍ତୁ ଶ୍ରମିକଙ୍କ ପାଇଁ ଟ୍ରେନ୍‌ ଖର୍ଚ୍ଚ ଆଦାୟ କରାଯାଉଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ 24 ତାରିଖରେ ଦେଶରେ ଲକ୍‌ ଡାଉନ୍‌ ଜାରି ହେଲା । ଏହା ପରେ ବହୁ ସଂଖ୍ୟାରେ ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଗଲେ । ଏହାର 40 ଦିନ ପରେ ଏବେ ଘରକୁ ଯିବାକୁ ଅନୁମତି ମିଳିଛି । ରାଜ୍ୟସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏଥିପାଇଁ ଏକ ସ୍ବେଶାଲ୍‌ ଟ୍ରେନ୍‌କୁ ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ଏହି ଯାତ୍ରାରେ ଶ୍ରମିକଙ୍କ ଟ୍ରେନ୍‌ ଯାତ୍ରାର ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ । କିନ୍ତୁ ଏହା ଶ୍ରମିକଙ୍କଠାରୁ ଆାଦାୟ କରାଯିବ । ରେଳ ମନ୍ତ୍ରାଳୟଙ୍କ ଏହି ନିଷ୍ପତ୍ତିକୁ ନେଇ ବହୁ ଆଲୋଚନା ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କେବଳ ରାଜନୈତିକ ଦଳ ନୁହେଁ ବରଂ ରାଜ୍ୟ ସରକାରମାନେ ମଧ୍ୟ ବିରୋଧ କରିଛନ୍ତି ।

labour train-ticket
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.