ଭୁବନେଶ୍ବର : ରାଜ୍ୟର ସବୁ ଶ୍ରେଣୀର ଶ୍ରମିକଙ୍କ ଦୈନିକ ମଜୁରୀ 5ଟଙ୍କା 40 ପଇସାକୁ ବୃଦ୍ଧି କରାଯାଇଛି । ଏନେଇ ଶ୍ରମ କମିଶନଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହିକ୍ରମରେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ 303 ଟଙ୍କା 40 ପଇସା ହୋଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 343ଟଙ୍କା 40 ପଇସାକୁ ବୃଦ୍ଧି ହୋଇଛି । ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ 393ଟଙ୍କା 40 ପଇସାକୁ ବଢା ଯାଇଛି । ଅତି କୁଶଳୀ ଶ୍ରମିକଙ୍କ ମଜୁରୀ ବଢି 453ଟଙ୍କା 40 ପଇସା ହୋଇଛି ।
Tag: labour
ବିହାର, ବିହାର ରାଜ୍ୟରେ ଅଟକି ରହିଥିବା ଶହଶହ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ରେଳ ଷ୍ଟେସନ ଟିକେଟ କାଉଣ୍ଟର ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି। ଏହି ସମୟରେ ସେମାନେ ଯେପରି ସାମାଜିକ ଦୂରତା ବଜାଇ ରଖିବେ ସେଥି ପ୍ରତି ଦିଆଯାଇଛି ଧ୍ୟାନ।
ନୂଆଦିଲ୍ଲୀ : କରୋନା ଭାଇରସ୍ ମହାମାରୀ ବିରୋଧରେ ଲଢେଇ ପାଇଁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ପାଇଁ ବହୁ ସମୟ ଧରି ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି । ପ୍ରାୟ ଏକ ମାସ ପରେ ଏହି ଶ୍ରମିକମାନଙ୍କୁ ନିଜ ଘରକୁ ଯିବାକୁ ଅନୁମତି ମିଳିଛି । ଏମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚାଲୁ କରାଯାଇଛି । କିନ୍ତୁ ଏହି ଟ୍ରେନ୍ର ଖର୍ଚ୍ଚ ଏହି ଶ୍ରମିକମାନଙ୍କଠାରୁ ଆଦାୟ କରାଯାଉଛି । ତେବେ ଶ୍ରମିକଙ୍କଠାରୁ ଟ୍ରେନ୍ ଖର୍ଚ୍ଚ ନିଆଯାଉଥିବାକୁ ବିରୋଧ କରିଛି କଂଗ୍ରେସ । ଏନେଇ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧି ବଡ ଘୋଷଣା କରିଛନ୍ତି । କଂଗ୍ରେସ ଦଳ ସମସ୍ତ ଗରିବ ଶ୍ରମିକଙ୍କ ରେଳ ଟିକେଟର ଖର୍ଚ୍ଚ ଉଠାଇବ ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟି ଯେଉଁ ଗରିବ ଶ୍ରମିକମାନେ ଟ୍ରେନ୍ ଯୋଗେ ଘରକୁ ଫେରୁଛନ୍ତି ସେମାନଙ୍କ ରେଳ ଯାତ୍ରାର ଖର୍ଚ୍ଚ ଉଠାଇବ ।
ସୋମବାର ଦିନ ଏହି ସମ୍ପର୍କରେ ଏକ ବୟାନ ଜାରି କରି ଘୋଷଣା କରାଯାଇଛି । କେବଳ ଚାରି ଘଣ୍ଟାର ନୋଟିସ୍ ରେ ଲକ୍ ଡାଉନ୍ ଲାଗୁ ହେବା କାରଣରୁ ଦେଶର ଶ୍ରମିକମାନେ ଘରକୁ ଯିବାରୁ ବଞ୍ଚିତ ହୋଇଛନ୍ତି । 1947 ପରେ ଦେଶରେ ପ୍ରଥମଥର ପାଇଁ ଏପରି ଭାବରେ ଶ୍ରମିକମାନେ ହଜାର ହଜାର କିମି ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହେଲେ । ସୋନିଆ ଗାନ୍ଧି ନିଜ ବୟାନରେ କହିଛନ୍ତି ଯେ, ବିଦେଶରେ ଫସିଥିବା ଭାରତୀୟଙ୍କୁ ବିନା ଖର୍ଚ୍ଚରେ ଦେଶକୁ ଅଣାଯାଉଛି । ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ସରକାରୀ ଅର୍ଥରୁ 100 କୋଟି ଖର୍ଚ୍ଚ କରାଯାଉଛି । କିନ୍ତୁ ଶ୍ରମିକଙ୍କ ପାଇଁ ଟ୍ରେନ୍ ଖର୍ଚ୍ଚ ଆଦାୟ କରାଯାଉଛି ।
ସୂଚନାଯୋଗ୍ୟ, ମାର୍ଚ୍ଚ 24 ତାରିଖରେ ଦେଶରେ ଲକ୍ ଡାଉନ୍ ଜାରି ହେଲା । ଏହା ପରେ ବହୁ ସଂଖ୍ୟାରେ ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଗଲେ । ଏହାର 40 ଦିନ ପରେ ଏବେ ଘରକୁ ଯିବାକୁ ଅନୁମତି ମିଳିଛି । ରାଜ୍ୟସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏଥିପାଇଁ ଏକ ସ୍ବେଶାଲ୍ ଟ୍ରେନ୍କୁ ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ଏହି ଯାତ୍ରାରେ ଶ୍ରମିକଙ୍କ ଟ୍ରେନ୍ ଯାତ୍ରାର ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ । କିନ୍ତୁ ଏହା ଶ୍ରମିକଙ୍କଠାରୁ ଆାଦାୟ କରାଯିବ । ରେଳ ମନ୍ତ୍ରାଳୟଙ୍କ ଏହି ନିଷ୍ପତ୍ତିକୁ ନେଇ ବହୁ ଆଲୋଚନା ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କେବଳ ରାଜନୈତିକ ଦଳ ନୁହେଁ ବରଂ ରାଜ୍ୟ ସରକାରମାନେ ମଧ୍ୟ ବିରୋଧ କରିଛନ୍ତି ।
ଭୁବନେଶ୍ବର : ଲକ୍ ଡାଉନରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରବାସୀ ଶ୍ରମିକମାନେ। କାମ ହରାଇ ବିପନ୍ନ ଜୀବନ କାଟୁଥିବାବେଳେ ସେମାନଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି। ଲକ୍ ଡାଉନ୍ ପରେ ଓଡ଼ିଶାରେ ଫସିଥିବା ଶ୍ରମିକଙ୍କ ମାନେ କାମ କରିପାରିବେ। ଫସିଥିବା ଶ୍ରମିକମାନେ ଚାହିଁଲେ ଏବେ ରାଜ୍ୟ ଭିତରେ କାମ କରିପାରିବେ। ସେମାନେ କାମ କରୁଥିବା ସଂସ୍ଥା ବା ଠିକାଦାରଙ୍କ ଜରିଆରେ କାମ କରିପାରିବେ। ସଂସ୍ଥା ବା ଠିକାଦାରମାନେ ସେମାନଙ୍କ ଶ୍ରମିକକୁ ନେବା ଆଣିବା କରିପାରିବେ। ଶ୍ରମିକଙ୍କୁ ନେବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନେ ଯା’ ଆସ ପାସ୍ ଦେବେ। ଶ୍ରମିକମାନେ ଯିବା ଆସିବା କରିବା ପାଇଁ ଠିକାଦାରମାନେ ବସ୍ ନେଇପାରିବେ। ଶ୍ରମିକମାନଙ୍କ ପରିବହନରେ ନିୟୋଜିତ ବସ୍କୁ ମାସିକ ଟିକସରୁ ଛାଡ ମିଳିବ। ଅଟକିଥିବା ଶ୍ରମିକମାନେ 14 ଦିନ କ୍ବାରେଣ୍ଟାଇନ୍ ପୂରଣ କରିସାରିଛନ୍ତି। ସେମାନଙ୍କୁ ଆଉ କ୍ବାରେଣ୍ଟାଇନ୍ରେ ରହିବାକୁ ସରପଞ୍ଚମାନେ ବାଧ୍ୟ କରିବେନି। ଶ୍ରମିକଙ୍କ ଦୈନିକ ଆତଯାତ ନେଇ ଡିଏଲ୍ଓ ବିସ୍ତୃତ ତଥ୍ୟ ରଖିବେ।
ନୂଆଦିଲ୍ଲୀ: ଲକ୍ଡାଉନ୍ରେ ଫସିଥିବା ଶ୍ରମିକମାନେ କାଲିଠାରୁ କାମ କରିପାରିବେ । ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଏସ୍ଓପି । କାଲିଠୁ ରାଜ୍ୟ ଭିତରେ ସାମାଜିକ ଦୂରତ୍ବ ରଖି କାମ କରିପାରିବେ ଶ୍ରମିକ । ତେବେ ବାହାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯାଇପାରିବେନି ଶ୍ରମିକ । ଯିଏ ଯେଉଁ ରାଜ୍ୟରେ ଅଛନ୍ତି, ସେହି ରାଜ୍ୟର କାମ କରିପାରିବେ ଶ୍ରମିକ । ଶିଳ୍ପ, ନିର୍ମାଣ, ଚାଷ ଓ ମନରେଗା କାମ ଆଦି କରିପାରିବେ ଶ୍ରମିକ । ଶ୍ରମିକଙ୍କୁ ଆଶ୍ରୟସ୍ଥଳ ଓ ରିଲିଫ୍ କ୍ୟାମ୍ପ୍ରେ ରହିବା ବ୍ୟବସ୍ଥା କରାଯିବ । ଶ୍ରମିକମାନେ ଯିବା ଆସିବା କରୁଥିବା ବସ୍ଗୁଡିକ ସାନିଟାଇଜ୍ କରାଯିବ । ସ୍ଥାନୀୟ ପ୍ରଶାସନ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଉତ୍ତରପ୍ରଦେଶ : କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ ଲକ୍ଡାଉନ୍ । ଏହାର ପ୍ରଭାବ ସବୁଠୁ ଅଧିକ ଶ୍ରମିକ ବା ଖଟିଖିଆ ଲୋକଙ୍କ ଉପରେ ପଡିଛି । ଏପରି ସଂକଟ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରମିକା ବା ଖଟିଖିଆଙ୍କୁ 1-1 ହଜାର ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ପ୍ରଦେଶର 27.5 ଲକ୍ଷ ମନରେଗା ଶ୍ରମିକଙ୍କ ଆକାଉଣ୍ଟଙ୍କୁ 611 କୋଟି ଟଙ୍କା ପଠାଯାଇଛି ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ମନରେଗା ଶ୍ରମିକଙ୍କ ପାରିଶ୍ରାମିକକୁ 182ରୁ 202ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ପରେ ଉତ୍ତରପ୍ରଦେଶ ସରକାର ଏହି ବର୍ଦ୍ଧିତ ପାରିଶ୍ରାମିକଙ୍କୁ ଶ୍ରମିକଙ୍କୁ ଦେଇଛନ୍ତି । ଏତଦ୍ବ୍ୟତୀତ ଯୋଗୀ ସରକାର 20 ଲକ୍ଷ ଦିନ ମଜୁରିଆଙ୍କୁ 1-1 ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ତୋଦୟ ଯୋଜନା, ମନରେଗା ଓ ଶ୍ରମ ବିଭାଗରେ ପଂଜୀକୃତ ପ୍ରାୟ ଏକ କୋଟି 65 ଲକ୍ଷ 31 ହଜାର ଶ୍ରମିକଙ୍କ ଏକ ମାସ ନିଶୁଳ୍କ ରାଶନ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ପରିବାରଙ୍କୁ 20 କିଲୋ ଗହମ, 15 କିଲୋ ଚାଉଳ ମାଗଣା ଦିଆଯିବ । ଏତଦ୍ବ୍ୟତୀତ 83.83 ଲକ୍ଷ ଲୋକଙ୍କୁ ଦୁଇ ମାସର ଅଗ୍ରିମ ପେନ୍ସନ୍ ମଧ୍ୟ ଦିଆଯାଉଛି । (ଏଜେନ୍ସି)
ବିହାର : ବିହାରର ମୁଖ୍ୟମନ୍ତ୍ରୀ ନିତୀଶ୍ କୁମାର ପ୍ରବାସୀ ଶ୍ରମିକ ବା ଖଟିଖିଆଙ୍କ ପାଇଁ ସୀମାବର୍ତ୍ତୀ ଜିଲ୍ଲାରେ କ୍ୟାମ୍ପ୍ ନିର୍ମାଣ କରିବାର ଘୋଷଣା କରିଛନ୍ତି । ନୀତିଶ୍ କୁମାର ଘୋଷଣା କରି କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ବିହାରକୁ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କ ରହିବା ଲାଗି କ୍ୟାମ୍ପ୍ ନିର୍ମାଣ କରାଯିବ । ଏହି କ୍ୟାମ୍ପରେ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବା ଖଟିଖିଆମାନଙ୍କୁ ରଖାଯିବ । ଏହି କ୍ୟାମ୍ପ୍ରେ ଭୋଜନ ସହିତ ଡାକ୍ତରୀ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯିବ ।
ଶନିବାର ଦିନ ରାଜ୍ୟରେ ଏକ ଉଚ୍ଚଅଧିକାରୀ ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ସେହିପରି ନୀତିଶ୍ କୁମାର ରାଜ୍ୟରେ କରୋନା ସହ ମୁକାବିଲା କରିବାପାଇଁ ଗଠିତ ଏକ ଫଣ୍ଡ୍କୁ ବିଧାୟକ ଫଣ୍ଡ୍ରୁ 7 କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି ।
କରୋନା ସହ ମୁକାବିଲା ପାଇଁ ଭାରତ ସରକାର ଜାରି କରିଥିବା 21 ଦିନିଆ ଲକ୍ଡାଉନ୍ରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକ ତଥା ଖଟିଖିଆ ମଣିଷ । ଏହି ଲକ୍ଡାଉନ୍ ଯୋଗୁଁ ବହୁ ସଂଖ୍ୟା ସେମାନେ ନିଜ ନିଜ ଭିଟାମାଟିକୁ ପଳାୟନ କରୁଛନ୍ତି । ଯାହା ଫଳରେ ଭାରତ ସରକାର ଜାରି କରିଥିବା ସାମାଜିକ ଦ୍ବରତ୍ବ ତଥା ସଙ୍ଗରୋଧକୁ ସମସ୍ୟା ସୃଷ୍ଟି ହେଉଛି । ସେହିପରି ଉତ୍ତରପ୍ରଦେଶ ଶ୍ରମିକମାନଙ୍କ ପାଇଁ ଏକ ବସ୍ର ବ୍ୟବସ୍ଥା କରିଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୋ ସରକାରରେ ସାମିଲ ହୋଇଛି ଶ୍ରମ ଏବଂ ଇଏସ୍ଆଇ ବିଭାଗ । ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗରେ ସଚେତନତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାରରେ ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗକୁ ସାମିଲ କରିଛନ୍ତି । ଏହା ସହିତ ଶ୍ରମିକଙ୍କ ସୁରକ୍ଷା ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପ୍ରଣୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ଏବଂ ଶ୍ରମିକ କଲ୍ୟାଣ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ 5ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଲଷ୍ମୀପ୍ରିୟା ଓଝା
ଭାରତ ର ପୁର୍ବାଞ୍ଚଳରେ ସ୍ଥିତ ଆସାମ ତା’ର ପ୍ରାକୃତିକ ବନ ସମ୍ପଦ, ଗୋଟେ ସିଂଘ ଵାଲା ଗଣ୍ଡା, ତେଲ ଭଣ୍ଡାର, ଚା ବଗିଚାର ଅପୂର୍ବ ସବୁଜିମା ଏବଂ ସତୁରି ଦଶକରୁ ହିଂସ୍ରକ ଉଗ୍ରବାଦଗ୍ରସ୍ତ ଅଶାନ୍ତ ପ୍ରଦେଶ ଭାବରେ ପରିଚିତ । ସାତ ଭଉଣୀ ଭାବେ ପରିଚିତ ଆସାମ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ର ପ୍ରବେଶ ଦ୍ୱାର ଆସାମ ର ବ୍ୟବସାୟିକ କେଂଦ୍ର ଗୌହାଟୀ। ଆସାମ ଦି ଭାଗରେ ବିଭକ୍ତ, ଅପର (ଉପର) ଆସାମ ଓ ଲୋୟର (ତଳ) ଆସାମ। ଉପର ଆସାମ ର ମୁଖ୍ୟ ଉଦ୍ୟୋଗ, ଉତ୍ପାଦନ ଓ ବ୍ୟବସାୟ ହେଲା ଚା। ଇଂରେଜ ମାନଙ୍କର ଶାସନ ସମୟରେ ଆସାମ ରେ ଆରମ୍ଭ ହେଇଥିଲା ଚା ଚାଷ । ଆସାମ ର ଜଳବାୟୁ ଚା ଚାଷ ପାଇଁ ଯେ ଉପଯୋଗୀ ତାହା ଇଂରେଜ ମାନଙ୍କୁ ଜାଣିବାକୁ ଡେରି ହେଇ ନଥିଲା। ଥଣ୍ଡା ପାଣି ପାଗ ଯୋଗୁ ସାଧାରଣତଃ ଆସାମୀଜ ମାନେ କାମ କରିବାରେ ମନ୍ଥର।ତେଣୁ ସେମାନେ ଯେ ଚା ଚାଷ ପରି କଠିନ କାମ ପାଇଁ ଉପଯୁକ୍ତ ନୁହନ୍ତି , ତାହା ଜାଣି ପାରି ଇଂରେଜ ମାନେ ବେଙ୍ଗଲ, ବିହାର, ଓଡିଶାରୁ ଲୋକ ମାନଙ୍କୁ ବେଠି ଶ୍ରମିକ ଭାବରେ ଆଣି ଚା ଚାଷ ଆରମ୍ଭ କରିଥିଲେ ।
ତନ୍ମଧ୍ୟ ରୁ ଓଡିଶା ର ଲୋକ ଥିଲେ ସର୍ବାଧିକ। ପରେ କିଛି ଲୋକ ରୋଜଗାର ଆଶା ରେ ଚା ବଗିଚାରେ କାମ କରିବାକୁ ଆସାମ ଆସିଥିଲେ । ଚା ଚାଷ ଆସାମ ରେ ହେଲେ ମଧ୍ୟ ଏହାର ମୁଖ୍ୟ ବ୍ୟବସାୟିକ କେଂଦ୍ର ଥିଲା କୋଲକତା । ଦେଶ ସ୍ୱାଧୀନ ହେଲା । ହେଲେ ଏମାନଂକୁ ସ୍ୱାଧୀନତା ମିଳିଲାନି। ଇଂରେଜ ମାନେ ଯିବା ପୂର୍ବରୁ କୋଲକତା ର ଵ୍ୟାପାରୀ ମାନଙ୍କୁ ଚା ବଗିଚା ସବୁ ବିକ୍ରି କରିଦେଇ ଗଲେ ।ଏମାନଙ୍କ ଜୀବନ ଚକ୍ର ରେ କିଛି ପରିବର୍ତ୍ତନ ଆସିଲାନି।ଆଗରୁ ଇଂରେଜ ଓ ପରେ ବ୍ୟବସାୟୀ ମାନଙ୍କ ପାଇଁ ଗୋତି ଶ୍ରମିକ ପରି ଖଟିବାକୁ ଲାଗିଲେ। ପୂର୍ବ ପରି ଚା ବଗିଚା ଭିତରେ ଏମାନେ ଛୋଟ ଛୋଟ ଘରେ ରହୁଥିଲେ। ମାଲିକ ଦିନ ରାତି ସେମାନଙ୍କ ଠୁ କାମ ଆଦାୟ କରୁଥିଲେ ବିନା ମଜୁରୀ ଦେଇ। ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ର ବ୍ୟବସ୍ଥା ମାଲିକ ମାନେ କରିଥିଲେ। ହେଲେ ପାଣିପାଗ ର ଅସ୍ଥିରତା ଓ ଆତଙ୍କବାଦର ପ୍ରକୋପ ଯୋଗୁ ଧୀରେ ଧୀରେ ଚା ବଗିଚାଗୁଡିକ ବନ୍ଦ ବା କ୍ଷତିରେ ଚାଲିଲା।
ତେଣୁ କୋଲକାତା ଓ ମୁମ୍ବାଇରେ ବସିଥିବା ମାଲିକ ମାନେ ଶ୍ରମିକ ମାନଙ୍କର କଥା ଆଉ ବୁଝିଲେନି।ତଦ୍ୱାରା ସେମାନଙ୍କର ଅବସ୍ଥା ଆହୁରି ଖରାପ ହେବାକୁ ଲଗିଲା।ଅଶିକ୍ଷା, ଦରିଦ୍ରତା, ଅନ୍ଧବିଶ୍ୱାସ ନେଇ ଚା ବଗିଚାର ଅନ୍ଧାରି ଜୀବନ ଭିତରେ ସେମାନେ ଖୋଜୁଛନ୍ତି ଆଶ୍ୱାସନା ର ଆଲୋକ ଟିକିଏ। ଏକବିଂଶ ଶତାବ୍ଦୀରେ ତାଙ୍କ ପିଲାଙ୍କ ପାଇଁ ଗୋଟେ ଉନ୍ନତ ଜୀବନ। ଚା ବଗିଚା ବନ୍ଦ ହେଲା ପରେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଆଦି କୌଣସି ଖବର ବୁଝୁନାହାଁନ୍ତି ଚା ମାଲିକ ମାନେ। ଏମିତିକି ଚା ବଗିଚା ଭିତରେ ଥିବା ବାଗାନି (ଚା ଶ୍ରମିକ) ମାନଙ୍କ ଘରେ ବିଜୁଳି ବି ନାହିଁ । ଦିନରେ ସୁନ୍ଦର ଦିଶୁଥିବା ଚା ବଗିଚା ,ଅନ୍ଧାରି ରାତିରେ କୌଣସି ଘଂଚ ଅରଣ୍ୟ ଠୁ ବି କମ ଭୟଙ୍କର ଲାଗେନି। ଦୀର୍ଘ ଦିନ ହେଲା ଆସାମ ରେ ରହିଲେ ମଧ୍ୟ ଚା ଶ୍ରମିକ ମାନେ ଏପର୍ଯନ୍ତ ଆସାମ ର ମୁଖ୍ୟଧାରା ରେ ମିଶି ପାରି ନାହାଂତି । ସେମାନକୁ “ବାଗାନି” (ବଗିଚାରେ କାମ କରୁଥିବା ଲୋକ) ବା “ଦେଶ କା ଲୋକ” ( ବାହାର ଦେଶର ଲୋକ) ହିସାବ ରେ ଗଣା ଯାଏ ।ବହୁ ବର୍ଷ ଯାଏ ସେମାନଙ୍କର ଭୋଟ ଦେବାର ଅଧିକାର ବି ନଥିଲା । ମହିଳା ମାନେ ପରଘରେ ବାସନ ମାଜି ଆଉ ପୁରୁଷ ମାନେ ଚା ବଗିଚାରୁ କାଠ ସଂଗ୍ରହ କରି, ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାନ୍ତି।ଓଡିଶା ର ଶ୍ରମିକ ମାନଂକୁ ଓଡିଶା ଫେରିବାର କୌଣସି ଉପାୟ ନାହିଁ।
ଏ ଭିତରେ ତିନି ପିଢ଼ି ବିତି ଗଲାଣି । ଯୁବ ପିଢିଙ୍କୁ ଜଣା ନାହିଁ ସେମାନେ ଓଡ଼ିଶାର କେଉଁ ପ୍ରାନ୍ତ ରୁ ଆସିଥିଲେ। ତାଛଡା ଓଡିଶା ଅପେକ୍ଷା ସେମାନଙ୍କର ଆସାମ ପାଇଁ ମୋହ ବେଶୀ।ପୁରୁଣା କାଳିଆ ବୁଢା ବୁଢ଼ୀ ଙ୍କୁ ଓଡିଶା ର କଥା କିଛି କିଛି ମନେ ଥିଲେବି , କୁଆଡେ ଯିବୁ ? କିଏ ଆମକୁ ଚିହ୍ନିବ? ଆଦି ପ୍ରଶ୍ନ ରୁ ସେମାନଙ୍କର ଅସହାୟତା ସ୍ପଷ୍ଟ ବାରି ହେଇ ପଡେ।ଆସାମ ର ଆସେମ୍ବ୍ଲି ରେ ବହୁ ଓଡ଼ିଆ ମଂତ୍ରୀ ଆଉ ଉଚ୍ଚପଦସ୍ଥ ଅଧିକାରୀ ମାନେ ଅଛନ୍ତି। ହେଲେ ଆଜି ଯାଏ ଏମାନଙ୍କର ଅସହାୟତା ଓ ଦୁର୍ଦଶା ଆସାମ ବା ଓଡିଶା ସରକାର ବା କୌଣସି ସ୍ଵୟଂସେବୀ ସଂସ୍ଥା ର ନଜର ରେ ପଡିନି। ହେଲେ ଦିନେ ନା ଦିନେ ସେମାନଙ୍କର ଉପରେ ସମସ୍ତଙ୍କର ନଜର ପଡିବ ଓ ସେମାନଙ୍କର ଜୀବନର ମାନଦଣ୍ଡ ଉନ୍ନତ ହେବ, ସେହି ଅଶାର ଦୀପକ ଜଳାଇ ଓଡିଶା ର ସନ୍ତାନ ଆଉ ଆସାମ ର ବାଗାନି ବିସ୍ତୃତ ଚା ବଗିଚାର ଅନ୍ଧାରି ମୁଲକ ରେ ଆଲୋକର ପ୍ରତୀକ୍ଷାରେ ଦିନ ଅତିବାହିତ କରୁଛନ୍ତି।
( ଲଷ୍ମୀପ୍ରିୟା ଓଝା ,ବରୋଦା, ଗୁଜୁରାଟରେ ରହୁଥିବା ଜଣେ ଓଡିଆ ଲେଖିକା। ସେ ଦୀର୍ଘ ବର୍ଷ ଧରି ଆସାମରେ ଥିଲେ) .