
କର୍ଣ୍ଣାଲ : ଲକ୍ଡାଉନ୍ ସମୟରେ ହରିୟାଣା ସରକାରଙ୍କ ଏକ ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ୍ ହୋଇଯାଇଛି । ହରିୟାଣାର ପାନିପତ ସହରରେ ଅବସ୍ଥିତ ଏହି ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ ହୋଇଯାଇଛି । ତେବେ ଏହି ଘଟଣା ପରେ ଏହି ଗୋଦାମରେ ରହିଥିବା ବଳକା ମଦକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । 2016ରୁ ଏହି ଗୋଦାମଟିକୁ ସିଲ୍ କରାଯାଇଥିବା ବେଳେ ଏହା ମଧ୍ୟରୁ ମଦ କିପରି ଗାଏବ ହେଲା ସେ ନେଇ ପ୍ରଶ୍ନ ଉଠିଛି । ହରିୟାଣାର ସୋନିପତ୍ ସହରରୁ ମଦ ଜବତ ହେବା ପରେ ସ୍ଥାନୀୟ ଅଧିକାରୀ ରାଜେଶ ରୋହିଲ୍ଲାଙ୍କ ଅନୁସନ୍ଧାନ ପରେ ଏହି ଘଟଣା ସମ୍ମୁଖକୁ ଆସିଛି । (ଏଜେନ୍ସି)