ଟ୍ରେନ୍‌ ବଗିରେ କୋଭିଡ୍‌ ହସ୍ପିଟାଲ: ରାଜ୍ୟର 2ଟି ରେଳଷ୍ଟେସନ ହେଲା କୋଭିଡ୍‌ କେୟାର ସେଣ୍ଟର

Published: May 8, 2020, 11:20 am IST

ଭୁବନେଶ୍ବର : ରାଜ୍ୟର 2ଟି ରେଳଷ୍ଟେସନ ହେଲା କୋଭିଡ୍‌ କେୟାର ସେଣ୍ଟର। ଷ୍ଟେସନରେ ଟ୍ରେନ୍‌ର ବଗିରେ କରାଗଲା କୋଭିଡ୍‌ କେୟାର ସେଣ୍ଟର୍‌। ଦେଶରେ 215ଟି କୋଭିଡ୍‌ ଷ୍ଟେସନରୁ ଓଡ଼ିଶାର 2ଟି ଷ୍ଟେସନ କୋଭିଡ୍‌ କେୟାର ଷ୍ଟେସନରେ ପରିଣତ ହେଲା। ଏନେଇ ନୋଡାଲ ଅଫିସର ନିଯୁକ୍ତି ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ରେଳ ମନ୍ତ୍ରାଳୟ। ନୋଡାଲ ଅଫିସର ରେଳ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରିବେ। ଭୁବନେଶ୍ବର ଓ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ହେବ କୋଭିଡ୍‌ କେୟାର ସେଣ୍ଟର। ଭୁବନେଶ୍ବର ଓ ଖୋର୍ଦ୍ଧାରେ ରେଲେଓ୍ବରେ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହିବେ। ଦେଶରେ 215ଟି କୋଭିଡ୍‌ ଷ୍ଟେସନରୁ ଓଡ଼ିଶାର 2ଟି ଷ୍ଟେସନ।

Related posts