ଲକ୍‌ଡାଉନ୍‌ରୁ ବାହାରିବାର ଉପାୟ ନିଶ୍ବିନ୍ତ କରନ୍ତୁ ସରକାର : ରାହୁଲ

Published: May 8, 2020, 2:01 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ କାରଣରୁ ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଘେରିବାର ଉଦ୍ୟମ କରିଛନ୍ତି ରାହୁଲ ଗାନ୍ଧୀ । ଲକ୍‌ଡାଉନ୍‌ରୁ ବାହାରିବାର ଏକ ନିଶ୍ଚିନ୍ତ ଉପାୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାହୁଲ୍‌ ମତ ଦେଇଛନ୍ତି । ଲକ୍‌ଡାଉନ୍ ସମୟରେ ଦେଶବାସୀ କେବଳ ଆର୍ଥିକ ଭାବରେ ନୁହେଁ ମାନସିକ ଭାବରେ ମଧ୍ୟ ପ୍ରଭାବିତ । ଏଥିରୁ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯିବା ଆବଶ୍ୟକ । ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ ପ୍ରୟାସ କରିବା ସହିତ ସମସ୍ତ ଗରିବଙ୍କ ଆକାଉଣ୍ଟକୁ ପଇସା ପଠାଇବା ଉଚିତ୍‌ ବୋଲି ରାହୁଲ ମତ ଦେଇଛନ୍ତି । ସ୍ବିଚ୍‌ ଅନ୍‌ ଅଫ୍‌ ପରି ଲକ୍‌ଡାଉନ୍‌ରୁ ବାହାରିବା ସହଜ ନୁହେଁ ତେଣୁ ସରକାର ଏଥିପାଇଁ କିଛି ଠୋସ୍‌ ଯୋଜନା ପ୍ରସ୍ତୁତ କରିବା ଉଚିତ୍‌ ବୋଲି ରାହୁଲ ମତ ଦେଇଛନ୍ତି । (ଏଜେନ୍ସି)

Related posts