Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ କରୋନା ମୁକାବିଲା ଟିମକୁ କଲେ ଉତ୍ସାହିତ, ସରପଞ୍ଚଙ୍କ ସହ କଥା ହେଲେ 5ଟି ସଚିବ ଭି.କେ ପାଣ୍ଡିୟାନ୍
ଆଜିର ଖବର

ଗଞ୍ଜାମ କରୋନା ମୁକାବିଲା ଟିମକୁ କଲେ ଉତ୍ସାହିତ, ସରପଞ୍ଚଙ୍କ ସହ କଥା ହେଲେ 5ଟି ସଚିବ ଭି.କେ ପାଣ୍ଡିୟାନ୍

May 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାର ପ୍ରଭାବ ବିସ୍ତାରକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ସାହିତ ବାର୍ତ୍ତା ଚିଅର୍ ଅପ୍ ଇୟୋର ଟିମ୍ ପ୍ରଦାନ କରିଛନ୍ତି ଫାଇଭ୍ ଟି ସଚ୍ଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍। ପ୍ରାରମ୍ଭରୁ ଗଞ୍ଜାମ ଜିଲ୍ଲା  କରୋନା ମୁକାବିଲାରେ ସଫଳତା ପ୍ରଦର୍ଶନ କରିଆସିଛି । ପର୍ଯ୍ୟାୟ କ୍ରମେ ଏହା ଗ୍ରୀନ୍ ରୁ ଅରେଞ୍ଜ ଏବଂ ରେଡ୍ ଜୋନ୍ ହୋଇଯାଇଛି। ଏହି ଆହ୍ବାନକୁ ଧର୍ଯ୍ୟର ସହିତ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଏବଂ ତାଙ୍କ ଟିମ୍ କୁ ଫାଇଭ ଟି ସଚିବ ତାରିଫ୍ କରିଛନ୍ତି । ଏଥିରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ସାମିଲ୍ ହେବେ ବୋଲି ପ୍ରକାଶ କରିଛନ୍ତି।

ଓଡିଶାରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ଲୋକ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଥିଲେ। କରୋନା ଲକ୍ ଡାଉନ୍ ପାଇଁ କର୍ମ ସଂସ୍ଥାନ ବନ୍ଦ ହୋଇଯିବାରୁ ସେମାନଙ୍କର ଦୁର୍ଦ୍ଦଶା ବଢିଯାଇଥିଲା। ମଇ ୩ ତାରିଖ ପରେ ଲକ୍ ଡାଉନ୍ କଟକଣା କୋହଳ ମଧ୍ୟରେ ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଅନ୍ତର୍ଭୁକ୍ତ ଥିଲା। ଅନ୍ୟାନ୍ୟ ଯାନରେ ପ୍ରତ୍ୟାବର୍ତ୍ତନ କରିବା ଅପେକ୍ଷା ରେଳବ୍ୟବସ୍ଥା ଅଧିକ ସୁରକ୍ଷିତ ଥିବାରୁ କେବଳ ରେଳରେ ପ୍ରବାସୀମାନେ ଫେରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରବାସୀମାନଙ୍କ ଦୁର୍ଦ୍ଦଶାକୁ ନଜରରେ ରଖି ସେମାନଙ୍କୁ ଭିଟାମାଟିକୁ ଫେରାଇ ଅଣାଯିବ।

ଗଞ୍ଜାମ ଜିଲ୍ଲାରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଯେଉଁ ପ୍ରବାସୀ ମାନଙ୍କର କିଛି ଲକ୍ଷଣ ଦେଖାଯାଉଛି ତାଙ୍କର ଉପଯୁକ୍ତ ପରୀକ୍ଷା କରାଯାଇ ଜନସାଧାରଣଙ୍କଠାରୁ ଦୂରେଇ ରଖିବା ସହିତ ଉପଯୁକ୍ତ ଚିକିତ୍ସା କରାଯାଉଛି। କାହାର କିଛି ଲକ୍ଷଣ ଦେଖାଦେଲେ ସ୍ବତଃ ପ୍ରବୃତ୍ତ ଭାବରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ସଚିବ କହିଛନ୍ତି। ପ୍ରତ୍ୟେକ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଭୋଜିଭାତ ପରି ଖାଇବାପିଇବା କରିବା, ମନୋରଞ୍ଜନ ଏବଂ ଅନ୍ତେବାସୀମାନେ ଶ୍ରମଦାନ କରି କିଛି ଅର୍ଥ ଉପାର୍ଜନ କରିବାକୁ ସଚ୍ଚିବ ପରାମର୍ଶ ଦେଇଛନ୍ତି।

ଏହା ସହିତ ସଚିବ ମଧ୍ୟ ଧରାକୋଟ ବ୍ଲକ୍, କବିସୂର୍ଯ୍ୟ ନଗର ବ୍ଲକ୍, ପୋଲସରା ବ୍ଲକ୍, ଆସ୍କା ବ୍ଲକ୍, ଖଲ୍ଲିକୋଟ ବ୍ଲକ୍, କୁକୁଡାଖଣ୍ଡି ବ୍ଲକ୍ ଓ ହିଞ୍ଜିଳି ବ୍ଲକ୍ ର ସରପଞ୍ଚ ମାନଙ୍କ ସହିତ ବ୍ୟକ୍ତିଗତ ବାର୍ତ୍ତାଳାପ କରିଥିଲେ। ଓଡିଶା ପ୍ରଥମ ରାଜ୍ୟ ଯିଏକି କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛି। ପୂର୍ବରୁ ଓଡିଶା ସରକାର ବିଦେଶ ଫେରନ୍ତା, ନିଜାମୁଦ୍ଦିନ୍ ଫେରନ୍ତା ଓ ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତି ମାନଙ୍କର ସଫଳ କରୋନା ମୁକାବିଲା କରିପାରିଛନ୍ତି। ସରପଞ୍ଚମାନଙ୍କ ଉଦାରତା ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଫେରନ୍ତା ମାନଙ୍କ କରୋନା ମୁକାବିଲା ସଫଳତାର ସହିତ କରାଯାଇପାରିବ ବୋଲି ସଚିବ କହିଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ସ୍ବତନ୍ତ୍ର ଅଧିକାରୀ ପି.ଅନ୍ବେଷା ରେଡ୍ଡୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି , ବିଭିନ୍ନ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ସମସ୍ତ ସରପଞ୍ଚ  ଯୋଗଦେଇଥିଲେ।

corona pandian ଗଂଜାମରେ କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Latest News

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.