13 କରୋନା ରୋଗୀ ଚିହ୍ନଟ ହେବା ପରେ ଅନୁଗୁଳ ଜିଲ୍ଲାକୁ ରେଡ ଜୋନ୍ ଭାବେ ଘୋଷଣା କଲେ ଜିଲ୍ଲାପାଳ

Published: May 10, 2020, 1:01 pm IST

ଅନୁଗୁଳ : ଆଜି ପ୍ରଥମଥର ପାଇଁ ଅନୁଗୁଳ ଜିଲ୍ଲାରେ 13 କରୋନା ପଜଟିଭ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେବା ସ୍ବରୂପ ଅନୁଗୁଳ ଜିଲ୍ଲାକୁ ରେଡ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ମନୋଜ ମହାନ୍ତି । ରାଜ୍ୟରେ ଆଜି  ଚିହ୍ନଟ ହୋଇଥିବା 58 ଜଣ କରୋନା ପଜିଟିଭଙ୍କ ମଧ୍ୟରୁ କେବଳ ଅନୁଗୁଳ ଜିଲ୍ଲାରୁ 13 ଜଣ ପଜଟିଭ ରହିଛନ୍ତି। ଜିଲ୍ଲାରେ 13 ଜଣ ପଜିଟିଭ୍‌ ବାହାରିବା ପରେ ଏହି ଜିଲ୍ଲାକୁ ରେଡ୍‌ ଜୋନ୍‌ର ଘୋଷଣା କରିବା ସହ ରେଡ୍‌ ଜୋନ ଭଳି କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସୂଚନାଯୋଗ୍ୟ ଯେ, ଆଜି ଅନୁଗୁଳରୁ ଚିହ୍ନଟ ହୋଇଥିବା 13 ଜଣଙ୍କ ମଧ୍ୟରୁ 11ଜଣ ସୁରତ ଫେରନ୍ତା ରହିଥିବାବେଳେ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ରହିଛି। ଅପରପକ୍ଷରେ ଅନ୍ୟ ଜଣେ କରୋନା ଆକ୍ରାନ୍ତ ସ୍ଥାନୀୟ ବ୍ୟକ୍ତି ବୋଲି ମଧ୍ୟ ସୂଚନା ମିଳିଛି ।

Related posts