ବିଦ୍ୟୁତ୍‌ ଶିଳ୍ପ ପାଇଁ 90 ହଜାର କୋଟି : ଆୟକରରେ 25 ପ୍ରତିଶତର ରିହାତି

Published: May 13, 2020, 5:21 pm IST

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍‌ ସେବାକୁ ନିଃଶୁଳ୍କ କରାଯାଇଥିବା ବେଳେ ଏହାର ପ୍ରଭାବ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ପଡିବାକୁ ଯାଉଛି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ 90 ହଜାର କୋଟିର ନିବେଶର ବ୍ୟବସ୍ଥା କରାଯାଇଛି । ସେହିପରି ଦେଶ ବ୍ୟାପୀ ସମସ୍ତ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯାଇଛି । ପ୍ରାୟ 6 ମାସ ପର୍ଯ୍ୟନ୍ତ ବିଭିନ୍ନ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯିବ । ଏହା ସହିତ ଠିକାଦାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଗ୍ୟାରେଣ୍ଟୀ ଅର୍ଥକୁ ଆଂଶିକ ଭାବରେ ଫେରସ୍ତ କରାଯିବ ଯାହାଦ୍ବାରା ଠିକାଦାରଙ୍କ ନିକଟରେ ଆବଶ୍ୟକୀୟ ଅର୍ଥ ରହିବ । ସେହିପରି କୋଭିଡ୍‌-19 ପ୍ରଭାବରେ ରିଅଲ୍‌ ଇଷ୍ଟେଟ୍‌ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସମସ୍ତ ପଞ୍ଜୀକରଣକୁ 6 ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ନିମନ୍ତେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆୟକରରେ ସାଧାରଣ ଲୋକଙ୍କୁ 25 ପ୍ରତିଶତର ରିହାତି ପ୍ରଦାନ କରାଯାଇଛି । ବେତନଧାରୀ ଏବଂ ଅଣବେତନଧାରୀ ଏଥିରୁ ଲାଭବାନ ହୋଇପାରିବେ । ଏହାଦ୍ବାରା ସାଧାରଣ ଜନତାଙ୍କୁ 50 ହଜାର କୋଟିର ଲାଭ ମିଳିବ ବୋଲି କୁହାଯାଇଛି । ସେହିପରି ଆୟକର ଦାଖଲର ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ସେପ୍ଟେମ୍ବର 13 ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ନଭେମ୍ବର 31କୁ ଘୁଞ୍ଚାଇ ଦିଆଯାଇଛି ।

Related posts