ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍ ସେବାକୁ ନିଃଶୁଳ୍କ କରାଯାଇଥିବା ବେଳେ ଏହାର ପ୍ରଭାବ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ପଡିବାକୁ ଯାଉଛି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ 90 ହଜାର କୋଟିର ନିବେଶର ବ୍ୟବସ୍ଥା କରାଯାଇଛି । ସେହିପରି ଦେଶ ବ୍ୟାପୀ ସମସ୍ତ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯାଇଛି । ପ୍ରାୟ 6 ମାସ ପର୍ଯ୍ୟନ୍ତ ବିଭିନ୍ନ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯିବ । ଏହା ସହିତ ଠିକାଦାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଗ୍ୟାରେଣ୍ଟୀ ଅର୍ଥକୁ ଆଂଶିକ ଭାବରେ ଫେରସ୍ତ କରାଯିବ ଯାହାଦ୍ବାରା ଠିକାଦାରଙ୍କ ନିକଟରେ ଆବଶ୍ୟକୀୟ ଅର୍ଥ ରହିବ । ସେହିପରି କୋଭିଡ୍-19 ପ୍ରଭାବରେ ରିଅଲ୍ ଇଷ୍ଟେଟ୍ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସମସ୍ତ ପଞ୍ଜୀକରଣକୁ 6 ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ନିମନ୍ତେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆୟକରରେ ସାଧାରଣ ଲୋକଙ୍କୁ 25 ପ୍ରତିଶତର ରିହାତି ପ୍ରଦାନ କରାଯାଇଛି । ବେତନଧାରୀ ଏବଂ ଅଣବେତନଧାରୀ ଏଥିରୁ ଲାଭବାନ ହୋଇପାରିବେ । ଏହାଦ୍ବାରା ସାଧାରଣ ଜନତାଙ୍କୁ 50 ହଜାର କୋଟିର ଲାଭ ମିଳିବ ବୋଲି କୁହାଯାଇଛି । ସେହିପରି ଆୟକର ଦାଖଲର ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ସେପ୍ଟେମ୍ବର 13 ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ନଭେମ୍ବର 31କୁ ଘୁଞ୍ଚାଇ ଦିଆଯାଇଛି ।
Tag: electricity
ସମୀକ୍ଷା ବ୍ୟୁରୋ
ଓଡିଶା ସରକାର ତରବରିଆ ଭାବରେ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ “ସେସୁ” କୁ ଟାଟା ପାୱାରକୁ ୨୫ ବର୍ଷ ପାଇଁ ଦେଇ ଦେବା ପରେ ସେସୁ ୧୫ ଦିନ ମଧ୍ୟରେ ଖାଉଟି ମାନଙ୍କଠାରୁ ବକେୟା ବିଲ ପଇଠ କରିବାକୁ ନୋଟିସ ଜାରି କରିଥିଲା । ୧୫ ଦିନିଆ କଣ୍ଟ ପୁରିଯିବା ପରେ ସେସୁ ଅଧୀନରେ ଆସୁଥିବା ଅଞ୍ଚଳରୁ ବିଦ୍ୟୁତ କାଟ ଆରମ୍ଭ କରିଛି । ସେସୁର ଏହି ପଦକ୍ଷେପକୁ ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ବିରୋଧ କରିବାରୁ ସେସୁ ବିଲ ଆଦାୟ କରିବାର ତରିକା ବଦଳାଇବାକୁ ବାଧ୍ୟ ହୋଇଥିଲା । ଏବେ ସେସୁ ନେଇଥିବା ନିଷ୍ପତ୍ତି ଅନୁସାରେ ପ୍ରଥମେ କମ୍ପାନୀ ଏବଂ ବ୍ୟବସାୟିକ ସଂସ୍ଥା ଗୁଡିକରୁ ବିଲ ଆଦାୟ କରିବାକୁ ପ୍ରାଥମିକତା ଦେଇଛି ।
ସୂଚନା ଅଧିକାର ଆଇନ ବଳରେ ସେସୁଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ତିନିବର୍ଷ ତଳେ ଏକ ପ୍ରମୁଖ ଘରୋଇ ବିଶ୍ଵ ବିଦ୍ୟାଳୟ “କିଟ” କୋଟି କୋଟି ଟଙ୍କାର ବିଦ୍ୟୁତ ଦେୟ ବକେୟା ରଖିଥିଲା ସୂଚନା ଅଧିକାର ସଂଗଠନର ତଥ୍ୟ ଅନୁଯାୟୀ “କିଟ ବିଶ୍ଵ ବିଦ୍ୟାଳୟ” ପ୍ରାୟ ୨ କୋଟି ୬୦ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ପଇଠ କରି ନଥିଲେ। ତେବେ ଏହି ତଥ୍ୟ ତିନି ବର୍ଷ ତଳର ଓ ବର୍ତ୍ତମାନ କିଟର ବକେୟା ବିଲ କେତେ ରହିଛି ସେକଥା ସୂଚନା ଅଧିକାର ଅଭିଯାନ ସ୍ପଷ୍ଟ କରିନାହିଁ। ହେଲେ ଏଠି ପ୍ରଶ୍ନ ଉଠୁଛି ଏକ ଘରୋଇ ବିଶ୍ଵ ବିଦ୍ୟାଳୟ ୨ କୋଟି ୬୦ ଲକ୍ଷ ଟଙ୍କା ବକେୟା ରଖିଥିବା ବେଳେ ସେମାନଙ୍କ ଲାଇନ କାଟିବାକୁ ସେସୁର ସାହସ ହେଉନଥିଲା କେମିତି?
କିଟ ବିରୋଧରେ ରେ ସେସୁ ମୁହଁ ସେତେବେଳେ ଖୋଲି ନ ଥିଲା । ଶାସକ ଦଳ ବିଜେଡି ଏବଂ କିଟ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ନେଇ ଲୋକେ ସନ୍ଦେହ ପ୍ରକାଶ କରିଥିଲେ । ସେହିପରି ଆଗରୁ ବିଦ୍ୟୁତ ସେବା ଯୋଗାଉଥିବା ଘରୋଇ କମ୍ପାନୀ ରିଲାଏନ୍ସ ପାୱାର ରାଜ୍ୟରୁ ପ୍ରାୟ ୨୪୦୦ କୋଟି ଟଙ୍କାର ଠକି ପଳାଇଯିବା ଏବଂ ସେମାନଙ୍କ ବିରୋଧରେ ସରକାର କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କରିବା ଅନେକ ସନ୍ଦେହ ସୃଷ୍ଟି କରୁଛି । କିଟକୁ ଛାଡିଦେଲେ ଅନେକ ଘରୋଇ କମ୍ପାନୀ ଓ ଅନୁଷ୍ଠାନ ମାନେ ମଧ୍ୟ କୋଟି କୋଟି ତାଙ୍କର ବିଲ୍ ବାକି ରଖିଛନ୍ତି । ବିଦ୍ୟୁତ ଦେୟ ବକେୟା ରଖିଥିବା ବଡ କମ୍ପାନୀ ଗୁଡିକ ହେଲେ ଶ୍ରୀ ମାରୁତି ଷ୍ଟିଲ ଏଣ୍ଡ କାଷ୍ଟିଙ୍ଗ(୬ କୋଟି ୪୦ ଲକ୍ଷ), ଏମ ସି ଏଲ ତାଳଚେର,(୮ କୋଟି ୩୬ ଲକ୍ଷ) , ନବଭାରତ ଭେଞ୍ଚାର୍ସ ( ୮ କୋଟି ୨୯ ଲକ୍ଷ) ଜି ଏମ ଆର ଏନର୍ଜି, (୧୦ କୋଟି ୪୪ ଲାକ୍ଷା) ଟି କେ ମେରାଇନ,(୬୨ ଲକ୍ଷ) ଭାରତୀ ଏୟାର୍ଟେଲ,(୪୫ ଲକ୍ଷ) ଇନ୍ଫୋସିସ,(୩୧ ଲକ୍ଷ) ଭୋଡାଫୋନ ଏସାର ସ୍ପେସ ଲିମିଟେଡ,(୨୧ ଲକ୍ଷ) ଫାଲକନ ମେରାଇନ ଏକସ୍ପୋର୍ଟ୍ସ,(୩୩ ଲକ୍ଷ) ରିଲାଏନ୍ସ ଇନ୍ଫ୍ରାତେଲ,(୪୩ ଲକ୍ଷ) ମିଲ୍କ ମନ୍ତ୍ରା,(୩୪ ଲକ୍ଷ) ନ୍ୟୁ ଲକ୍ଷ୍ମୀ ଷ୍ଟିଲ ଏଣ୍ଡ ପାୱାର(୫ କୋଟି ୩୮ ଲକ୍ଷ) , ଟାଟା ଷ୍ଟିଲ(୯୨ ଲକ୍ଷ), ଜିନ୍ଦଲ ଷ୍ଟିଲ (୧୨ କୋଟି ୧୦ ଲକ୍ଷ) , ଭୂଷଣ ଷ୍ଟିଲ(୬ କୋଟି) ଓ ଆହୁରି ଅନେକ। ଏମିତି ଓଡିଶାରେ ଅନେକ ବଡ ବଡ ପ୍ରାୟ ୩୦ ଟି କମ୍ପାନୀ ରହିଛନ୍ତି । ଏମାନଙ୍କ ବିରୋଧରେ ସେସୁ କି ପଦକ୍ଷେପ ନେଉଛି?
ସାଧାରଣ ବ୍ୟବସାୟୀ ବା ଗରିବ ଖାଉଟି ବିଦ୍ୟୁତ ଦେୟ ନ ଦେଲେ ତାର ବିଜୁଳି ଲାଇନ କଟାଯିବ। ହେଲେ ବଡ ବଡ କମ୍ପାନୀ ପାଇଁ ସେଶୁ ପାଖରେ କଇଁଚି ଅଛି ତ? ସାଧାରଣ ଲୋକେ ହୁଅନ୍ତୁ ବା ବଡ କମ୍ପାନୀ, ସମସ୍ତେ ବିଦ୍ୟୁତ ଦେୟ ପଇଠ କରିବା ଉଚିତ। ହେଲେ ବଡବଡିଆଙ୍କୁ ଛାଡି ସାଧାରଣ ଲୋକଙ୍କୁ ଧରିଲେ ଅସନ୍ତୋଷ ବଢିବା ସ୍ଵାଭାବିକ। ବଡ କମ୍ପାନୀ ଓ କର୍ପୋରେଟଙ୍କ ଠାରୁ ବକେୟା ବିଲ ଆଦାଯ କରିବାକୁ ସରକାର ବର୍ଷ ବର୍ଷ ଧରି କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଏବେ ଗରିବ ଓ ଛୋଟ ବ୍ୟବସାୟୀଙ୍କ ମୁଣ୍ଡ ଉପରେ ସେସୁର ଖଣ୍ଡା ଝୁଳୁଛି। ଏ ପ୍ରକାର ପାଟର ଅନ୍ତର ନୀତି ଯୋଗୁଁ ଲୋକଙ୍କ ମନରେ ଅସନ୍ତୋଷ ରହୁଛି। ଜନସାଧାରଣ ଦାବି କରିଛନ୍ତି ଯେ ପ୍ରଥମେ କୋଟି କୋଟି ଟଙ୍କା ବାକି ରଖିଥିବା ଅନୁଷ୍ଠାନ ଗୁଡିକୁ ଅନୁକମ୍ପା ନ ଦେଖାଇ ସଂପୂର୍ଣ୍ଣ ସେସୁ ସେମ,ଆନଙ୍କଠାରୁ ବକେୟା ଅର୍ଥ ଆଦାୟ କରନ୍ତୁ ଏବଂ ଜନତାଙ୍କ ଉପରେ ଦାଉ ସାଧିବା ବନ୍ଦ କରନ୍ତୁ ।
ବଡ ମାଛଙ୍କୁ ଛାଡ କରି ସାଧାରଣ ଲୋକଙ୍କ ଉପରେ ଜୁଲମ କରିବା ବେଳେ ସେସୁ ଏ କଥାର ସ୍ପଷ୍ଟୀକରଣ ରଖିବା ଉଚିତ ହେବ।
ସମୀକ୍ଷା ବ୍ୟୁରୋ
ବାତ୍ୟା ଫନିର ପ୍ରଭାବ ରାଜଧାନୀରେ ଏତେବେଶୀ ପଡିବ ବୋଲି କେହି କେବେ ଚିନ୍ତା କରି ନ ଥିଲେ। ପୁରୀରେ ଫନି ସ୍ଥଳଭାଗ ଛୁଇଁବାର ଅଧ ଘଣ୍ଚା ମଧ୍ୟରେ ଭୁବନେଶ୍ବରକୁ ଉଜାଡି ଦେଇଥିଲା। ଭୁବନେଶ୍ବରର ହଜାର ହଜାର ଗଛ ଉପୁଡି ପଡିଥିବା ବେଳେ ଶହ ଶହ ସଂଖ୍ୟାରେ ବିଜୁଳି ଖୁଣ୍ଟ ଓ ଟ୍ରାନସଫରମର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ସହରର ଏମିତି କୌଣସି ରାସ୍ତା ନାହିଁ ଯାହା ଗଛ ପଡି ଅବରୋଧ ହୋଇ ନ ଥିଲା। ଫନି ଅତିକ୍ରମ କରିବା ପରେ ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଓ ଏନଡିଆରଏଫ 24 ଘଣ୍ଟା ମଧ୍ୟରେ ରାସ୍ତା ସଫା କାମ ସାରିଛନ୍ତି। ରାଜଧାନୀରେ ଇଣ୍ଟରନେଟ ଓ ଟେଲିଫୋନ ସେବା ସଂପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି। ତେବେ ମେ 4 ତାରିଖ ଅପରାହ୍ନ ବେଳକୁ ସାମୟିକ ଭାବେ ଟେଲିଫୋନ ଓ ଇଣ୍ଟରନେଟ ସେବା ବାହାଲ ହୋଇଛି। ତେବେ ବିଜୁଳି ସେବା ଆସିବାକୁ ଆହୁରି କିଛି ଦିନ ଲାଗିଯାଇପାରେ।
ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଆଜି ସକାଳୁ ପାଇପ ଯୋଗେ ପାଣି ଯୋଗାଇବାରେ ସଫଳ ହୋଇଛନ୍ତି। 1999 ମହାବାତ୍ୟା ସମୟରେ ରାଜଧାନୀ ଭୁବନେଶ୍ବରର ବହୁ ପୁରୁଣା ଗଛ ଉପୁଡି ପଡିଥିଲା। ସେଥିରୁ ବର୍ତ୍ତି ପଡିଥିବା ଅନେକ ଗଛ ଫନି କବଳରେ ଧରାଶାୟୀ ହୋଇଛନ୍ତି। ହକି ବିଶ୍ବପକ ପାଇଁ ରାଜଧାନୀକୁ ଯେଉଁ ନୂଆ ରୂପ ଦିଆଯାଇଥିଲା, ତାହା ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ରାଜଧାନୀର ପ୍ରମୁଖ ପାର୍କଗୁଡିକ ପୁରା ଉଜୁଡି ଯାଇଛି। ଏକାମ୍ର କାନନ, ଆଇଜି ପାର୍କ, ଫରେଷ୍ଟ ପାର୍କ, ଜୟଦେବ ବାଟିକା ଇତ୍ୟାଦିରେ ଫନି ତାଣ୍ଡବ ରଚନା କରିଛି।
ଭୁବନେଶ୍ବର ସହିତ ପୁରୀ କାକଟପୁର ଅସ୍ତରଂଗ, କଟକ ଓ ଜଗତସିଂପୁର ଅଞ୍ଚଳରେ ଫନିର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଭାବେ ପ୍ରାୟ 11 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଯାହା ଫଳରେ ବାତ୍ ୟାରେ ମୃତାହତଙ୍କ ସଂଖ୍ୟା କମ ରହିଛି। ସରକାରୀ ଭାବେ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା 9 ବୋଲି ସରକାରୀ ସୁତ୍ରରୁ ଜଣାପଡିଛି। ରିଲିଫ ଓ ପୁନର୍ବାସ ବ୍ୟବସ୍ଥା ଉପରେ ସରକାର କଡା ନଜର ରଖିଛନ୍ତି। ଆସନ୍ତା 6 ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଆସି ବାତ୍ୟା ପରବର୍ତ୍ତି ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପୂର୍ବରୁ ଓ ପରେ ଘଟଣାର ସମୀକ୍ଷା କରିଛନ୍ତି। ଭୁବନେଶ୍ବରରେ ସାଧାରଣ ସ୍ଥିତି ଫେରାଇ ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି। ବହୁ ସଂଖ୍ୟକ ବିଜୁଳି ବିଭାଗର
କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆସନ୍ତା 48 ଘଣ୍ଟା ମଧ୍ୟରେ ସହରର ବିଦ୍ୟୁତ ବ୍ୟବସ୍ଥା ବାହାଲ ହୋଇପାରିବ ବୋଲି ଆଶା କରାଯାଉଛି।
ସହରତଳି ଅଞ୍ଚଳ ଓ ବିଭିନ୍ନ ବସ୍ତିରେ ରହୁଥିବା ଲୋକଙ୍କୁ ରିଳିଫ ଖାଦ୍ୟ ଯୋଗାଇ ଦିଆଯାଉଛି। ଭୁବନେଶ୍ବରର ସ୍ଥିତି ଯଥାଶିଘ୍ର ସୁଧୁରି ଯିବାରେ ସ୍ଥାନୀୟ ନାଗରିକ ସହଯୋଗ କରନ୍ତୁ ବୋଲି ସରକାର ଅନୁରୋଧ କରିଛନ୍ତି। ଇତି ମଧ୍ୟରେ ସ୍ବତନ୍ତ୍ର ରେଳ ଓ ବିମାନ ସେବା ଆରମ୍ଭ କରାଯାଇଛି। ଭୁବନେଶ୍ବର ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ 4 ତାରିଖ ଅପରାହ୍ନରୁ ଏହା କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି। ଆମେ ଆଶା ରଖିବା ଫନିର ପ୍ରଭାବରୁ ଭୁବନେଶ୍ବର ଶିଘ୍ର ମୁକ୍ତ ହେବ ଓ ଏହାର ପୁରୁଣା ସୌନ୍ଦର୍ଯ୍ୟ ଯଥା ଶିଘ୍ର ଫେରି ଆସିବ।