Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇ-ପାସ୍‌ ଥିବା ସତ୍ତ୍ବେ ସୀମା ପାର୍‌ ହେବାକୁ ମିଳିଲାନି ଅନୁମତି : ଘଟଣାସ୍ଥଳରେ ହୃଦ୍‌ଘାତରେ ମୃତ୍ୟୁବରଣ କଲେ ବୃଦ୍ଧ ବ୍ୟକ୍ତି
ଆଜିର ଖବର

ଇ-ପାସ୍‌ ଥିବା ସତ୍ତ୍ବେ ସୀମା ପାର୍‌ ହେବାକୁ ମିଳିଲାନି ଅନୁମତି : ଘଟଣାସ୍ଥଳରେ ହୃଦ୍‌ଘାତରେ ମୃତ୍ୟୁବରଣ କଲେ ବୃଦ୍ଧ ବ୍ୟକ୍ତି

May 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : କରୋନା ଭାଇରସ୍‌ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍‌ ଜାରି ହୋଇଛି। ତେବେ ଏହି ଲକ୍‌ ଡାଉନ୍‌ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଚାଲିଯାଉଛି। ଏହିପରି ଏକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ଓମରିଆଠାରେ ଘଟିଯାଇଛି । ଇ-ପାସ୍‌ ଥିବା ସତ୍ତ୍ବେ ବୃଦ୍ଧଙ୍କୁ ଛତିଶଗଡ ସୀମା ପାର୍‌ ହେବାକୁ ଅନୁମତି ମିଳିନଥିବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କର ହାର୍ଟ ଆଟାର୍କରେ ମୃତ୍ୟୁ ହୋଇଛି । ସାରା ଦେଶରେ କରୋନା ଯୋଗୁଁ ସୁରକ୍ଷା ଅଧିକାରୀ ମାନେ ଦିନ ରାତି ଏକାଠି କରି ଲୋକଙ୍କୁ ସେବା ଯୋଗଉଥିବାବେଳେ ଆଜି ଏଠାରେ ନିୟୋଜିତ ରହିଥିବା ସୁରକ୍ଷା ଅଧିକାରୀଙ୍କ ସମ୍ବେଦନହୀନତା ଦେଖିବାକୁ ମିଳିଛି ।

ମଧ୍ୟପ୍ରଦେଶରେ ଉମାରିଆ ଜିଲ୍ଲର 78 ବର୍ଷୀୟ କେଶବ ମିଶ୍ର ଜଣେ ହୃଦରୋଗ ରୋଗୀ ଥିଲେ । ଚିକିତ୍ସା ପାଇଁ ତାଙ୍କ ଭାଇ ଇ ପାସ୍‌ ଆଣିଥିଲେ।  ପରିବାର ସଦସ୍ୟ ତାଙ୍କୁ ଚିକିତ୍ସା ପାଇଁ ବିଳାସପୁର ସ୍ଥିତ ଆପୋଲ ହସ୍ପିଟାଲକୁ ନେଉଥିଲେ । କିନ୍ତୁ ଅନୁପପୁର ଜିଲ୍ଲାର ସୀମା ପାଖରେ ଛତିଶଗଡ-ମଧ୍ୟପ୍ରଦେଶ ବର୍ଡର ପାଖରେ ନିୟୋଜିତ  ଥିବା ଅଧିକାରୀମାନେ ତାଙ୍କୁ ଆଗକୁ ଯିବାକୁ ଅନୁମତି ଦେଇନଥିଲେ ।

78 ବର୍ଷୀୟ ବୃଦ୍ଧ ହାତ ଯୋଡ଼ି ସୀମାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ବର୍ଡର ପାର୍‌ କରିବାକୁ ଅନୁମତି ମାଗିଥିଲେ । କିନ୍ତୁ ଅଧିକାରୀମାନେ ତାଙ୍କୁ ଆଗକୁ ଯିବାକୁ ଦେଇନଥିଲେ । ସେହିଠାରେ ହିଁ ବୃଦ୍ଧ ବ୍ୟକ୍ତିଙ୍କର ହୃଦ୍‌ଘାତ ଜନିତ ମୃତ୍ୟୁ ଘଟିଥିଲା ।

ପରିବାର ଲୋକେ ଏନେଇ ଛତିଶଗଡ ପୋଲିସ୍‌ ଉପରେ ଅଭିଯୋଗ କରିଛନ୍ତି । ପୋଲିସ୍‌ର ସମ୍ବେଦନହୀନତା ଯୋଗୁଁ ଗାଡିକୁ ଜାଣିଶୁଣି ଅଟକ ରଖାଯାଇଥିଲା । ଇ-ପାସ୍‌ ଦେଖାଇବା ସହ ହାତ ଯୋଡ଼ି ଅନୁନୟ କରିବା ସତ୍ତ୍ବେ ବି ସେମାନେ କାହାରି କଥା ଶୁଣିନଥିଲେ । ଯାହାଫଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ବୃଦ୍ଧଙ୍କ ପରିବାର ଲୋକେ । ବୃଦ୍ଧଙ୍କ ମୃତ୍ୟୁ ପରେ ଛତିଶଗଡ ସରକାରଙ୍କଠୁ ପରିବାର ଲୋକେ ନ୍ୟାୟ ମାଗିଛନ୍ତି । ଏହାପରେ ଘଟଣା ସ୍ଥଳରେ ଟିକେ ଉତ୍ତେଜନାମୟ ପରିସ୍ଥିତି ଉପୁଜିବାରୁ ଆମ୍ବୁଲାନ୍ସ ଜରିଆରେ ମୃତ କେଶକ ପ୍ରସାଦ ମିଶ୍ରଙ୍କୁ ଘରକୁ ପଠାଇଥିଲେ ଅଧିକାରୀ ।(ଏଜେନ୍ସି)

heartattack
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.