ଚିହ୍ନଟ ହେଲେ ନୂଆ 73 ପଜିଟିଭ୍‌, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 600 ଟପିଲା

Published: May 14, 2020, 9:22 am IST

ଭୁବନେଶ୍ବର: ରାଜ୍ୟରେ ପୁଣି 73 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 611କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ 465 ଆକ୍ଟିଭ୍‌ କେସ୍‌ ରହିଛି ।  143 ଜଣ ସୁସ୍ଥ ହୋଇଥିବାବେଳେ  ରାଜ୍ୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସକାଳୁ ଚିହ୍ନଟ ହୋଇଥିବା 73 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 42, ଯାଜପୁରରୁ 17, ଭଦ୍ରକରୁ 9 , ସୁନ୍ଦରଗଡରୁ 2 ଓ  ଖୋର୍ଦ୍ଧା ଜିଲ୍ଲାରୁ 3 ଜଣ ରହିଛନ୍ତି ।

ଗଞ୍ଜାମରୁ ଚିହ୍ନଟ ହୋଇଥିବା 42 ଜଣ ସୁରତ ଫେରନ୍ତା ବୋଲି ଜଣାପଡିଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ରହିଥିବାର ସୂଚନା ରହିଛି। ସେହିପରି ଖୋର୍ଦ୍ଧାରୁ ଚିହ୍ନଟ 3 ଜଣ ଆକ୍ରାନ୍ତ ମଧ୍ୟ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହି ଆକ୍ରାନ୍ତ ମାନେ କ୍ବାରେଣ୍ଟିନରେ ରହିଥିଲେ ।

ଯାଜପୁରରୁ ଚିହ୍ନଟ ହୋଇଥିବା 17 ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ  ସମେସ୍ତ କ୍ବାରେଣ୍ଟିନ୍‌ ସେଣ୍ଟରେ ରହିଥିବାର ଜଣାପଡିଛି । ସୁନ୍ଦରଗଡରୁ ଚିହ୍ନଟ ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ର ବୋଲି ସୂଚନା ରହିଛି ।

ସେହିପରି ଭଦ୍ରକରୁ ଚିହ୍ନଟ ହୋଇଥିବା 9 ଆକ୍ରାନ୍ତଙ୍କ ମଧ୍ୟରୁ  ପାଞ୍ଚ ଜଣ ସୁରତ ଫେରନ୍ତା, ତିନି ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ଜଣାପଡିଛି ।

Related posts