Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିହ୍ନଟ ନୂତନ 48ଜଣଙ୍କ ମଧ୍ୟରେ ଅଧିକାଂଶ ସୁରତ ଫେରନ୍ତା

ଭୁବନେଶ୍ବର : ଆଜି ଚିହ୍ନଟ ନୂତନ 48 ଜଣଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏଥିରୁ ଅଧିକାଂଶ ସୁରତ୍‌ ଫେରନ୍ତା ରହିଛନ୍ତି। ବାଲେଶ୍ବରର 12 ଆକ୍ରାନ୍ତଙ୍କ ମଧ୍ୟରୁ 7 ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିବାବେଳେ ଦୁଇ ଜଣ ସୁରତ ଫେରନ୍ତା , ଜଣେ ମହାରାଷ୍ଟ୍ର ଓ ଜଣେ ଦିଲ୍ଲୀ ଫେରନ୍ତା ରହିଛନ୍ତି ବାଲେଶ୍ବରର ଅନ୍ୟ ଜଣେ ଆକ୍ରାନ୍ତ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ।  ଗଞ୍ଜାମର 12 ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ଥିଲେ।  ସେହିପରି କେନ୍ଦ୍ରାପଡାରେ 13 ଆକ୍ରାନ୍ତ ସୁରତ ଫେରନ୍ତା ରହିଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ଥିଲେ। ଯାଜପୁରର ଦୁଇ ଆକ୍ରାନ୍ତ ମଧ୍ୟ ସୁରତ ଫେରନ୍ତା। ଦୁହେଁ କ୍ବାରେଣ୍ଟିନ୍‌ରେ ଥିଲେ। ସୁନ୍ଦରଗଡର ଜଣେ ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା ସେ କ୍ବାରେଣ୍ଟିନ୍‌ରେ ରହିଥିଲେ।

ସେହିପରି ଦେବଗଡରେ ଜଣେ ଆକ୍ରାନ୍ତ ମଧ୍ୟ ଅହମଦାବାଦ ଫେରନ୍ତା ସେ କ୍ବାରେଣ୍ଟିନ୍‌ରେ ଥିଲେ। ଭଦ୍ରକର ସମସ୍ତ 6 ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଥିବାବେଳେ କ୍ବାରେଣ୍ଟିନ୍‌ରେ ରହିଥିଲେ। ନୟାଗଡର ତିନି ଆକ୍ରାନ୍ତ ଓ ପୁରୀର 10 ଆକ୍ରାନ୍ତ ସୁରତ ଫେରନ୍ତା ଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ଥିଲେ।  କଟକର ଜଣେ ଆକ୍ରାନ୍ତ ଅହମ୍ମଦାଦାବ ଫେରନ୍ତା ସେ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିହ୍ନଟ ହେଲେ ନୂଆ 73 ପଜିଟିଭ୍‌, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 600 ଟପିଲା

ଭୁବନେଶ୍ବର: ରାଜ୍ୟରେ ପୁଣି 73 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 611କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ 465 ଆକ୍ଟିଭ୍‌ କେସ୍‌ ରହିଛି ।  143 ଜଣ ସୁସ୍ଥ ହୋଇଥିବାବେଳେ  ରାଜ୍ୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସକାଳୁ ଚିହ୍ନଟ ହୋଇଥିବା 73 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 42, ଯାଜପୁରରୁ 17, ଭଦ୍ରକରୁ 9 , ସୁନ୍ଦରଗଡରୁ 2 ଓ  ଖୋର୍ଦ୍ଧା ଜିଲ୍ଲାରୁ 3 ଜଣ ରହିଛନ୍ତି ।

ଗଞ୍ଜାମରୁ ଚିହ୍ନଟ ହୋଇଥିବା 42 ଜଣ ସୁରତ ଫେରନ୍ତା ବୋଲି ଜଣାପଡିଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ରେ ରହିଥିବାର ସୂଚନା ରହିଛି। ସେହିପରି ଖୋର୍ଦ୍ଧାରୁ ଚିହ୍ନଟ 3 ଜଣ ଆକ୍ରାନ୍ତ ମଧ୍ୟ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହି ଆକ୍ରାନ୍ତ ମାନେ କ୍ବାରେଣ୍ଟିନରେ ରହିଥିଲେ ।

ଯାଜପୁରରୁ ଚିହ୍ନଟ ହୋଇଥିବା 17 ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ  ସମେସ୍ତ କ୍ବାରେଣ୍ଟିନ୍‌ ସେଣ୍ଟରେ ରହିଥିବାର ଜଣାପଡିଛି । ସୁନ୍ଦରଗଡରୁ ଚିହ୍ନଟ ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ର ବୋଲି ସୂଚନା ରହିଛି ।

ସେହିପରି ଭଦ୍ରକରୁ ଚିହ୍ନଟ ହୋଇଥିବା 9 ଆକ୍ରାନ୍ତଙ୍କ ମଧ୍ୟରୁ  ପାଞ୍ଚ ଜଣ ସୁରତ ଫେରନ୍ତା, ତିନି ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

46 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 38 ଜଣ ସୁରତ ଫେରନ୍ତା

ଭୁବନେଶ୍ବର : ସୁରତ୍‌ ଫେରନ୍ତାଙ୍କୁ ନେଇ ଚିନ୍ତା ବଢୁଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ସୁରତ ଫେରନ୍ତା ବୋଲି ଜଣାପଡିଛି ।କାଲିଠୁ ଏଯାବତ ଚିହ୍ନଟ 46 ଜଣ ଆକ୍ରାନ୍ତଙ୍କ  ତଥ୍ୟ ଦେଲେ ସରକାର। ଅଧିକାଂଶ ଆକ୍ରାନ୍ତ ସୁରତ ଫେରନ୍ତା ରହିଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ ସେଣ୍ଟରରେ 42 ଜଣ, କଣ୍ଟେନମେଣ୍ଟ ଜୋନ୍‌ର 2 ଜଣ ଓ ଅନ୍ୟ ସ୍ଥାନରୁ ଆଉ ଦୁଇ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି। 46ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 38 ଜଣ ସୁରତ ଫେରନ୍ତା ରହିଛନ୍ତି ବୋଲି ସୂଚନା ରହିଛି। ସେହିପରି ଗଞ୍ଜାମରୁ ସର୍ବାଧିକ 21 ଆକ୍ରାନ୍ତ ସୁରତ ଫେରନ୍ତା। ବୌଦ୍ଧ, କଟକ, ପୁରୀ, ମୟୂରଭଞ୍ଜର ଜଣେ  ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା। ସେହିପରି ଆଜି ଚିହ୍ନଟ ବାଲେଶ୍ବରର 15 ଆକ୍ରାନ୍ତଙ୍କ ମଧ୍ୟରୁ 13 ଜଣ ସୁରତ ଫେରନ୍ତା ରହିଥିବାବେଳେ ଜଣେ ପଶ୍ଚିମବଙ୍ଗ ଫେରନ୍ତା। ଯାଜପୁରର ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ ତିନିଜଣ ପଶ୍ଚିମବଙ୍ଗ ଫେରନ୍ତା। ରାଉରକେଲାରୁ ଚିହ୍ନଟ ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ର ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗୋଟିଏ ଦିନରେ 7451ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି

ଭୁବନେଶ୍ବର : ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ସମ୍ପର୍କରେ ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ଆଜି ଗୋଟିଏ ଦିନରେ 7451ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି ବୋଲି ସୂଚନା ରହିଛି । ଏଯାବତ୍‌ ମୋଟ୍‌ 35 ହଜାର 540 ଜଣ ଓଡ଼ିଶା ଫେରିଲେଣି । ସହରାଞ୍ଚଳରେ ପ୍ରବାସୀଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପ୍ରାଥମିକତା ଦିଆଯାଉଛି । ଯେଉଁମାନଙ୍କ ସୁବିଧା ନ ଥିବ, ପୌର କର୍ତ୍ତୃପକ୍ଷ କ୍ବାରେଣ୍ଟିନ୍‌ ବ୍ୟବସ୍ଥା କରିବେ । ସମ୍ପୃକ୍ତ ବ୍ୟକ୍ତି ନିଜ ଖର୍ଚ୍ଚରେ ନିର୍ଦ୍ଧାରିତ ହୋଟେଲ୍‌, ଲଜ୍‌ରେ ମଧ୍ୟ ରହିପାରିବେ । ଗାଁକୁ ଫେରୁଥିବା ଲୋକ ସରକାରୀ କ୍ବାରେଣ୍ଟିନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

ସମ୍ପ୍ରତି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଚିନ୍ତା ଦେଖାଯାଇଛି । ସୁରତ୍‌ ଫେରନ୍ତା ଓ କୋଲକତା ଫେରନ୍ତାଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛି । ଆଜି ଅପରାହ୍ନରେ ଚିହ୍ନଟ ହୋଇଥିବା 5 ଆକ୍ରାନ୍ତ କୋଲକତା ଓ ସୁରତ ଫେରନ୍ତା ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 185ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ସୁରତରୁ ଆସୁଥିବା ବସ୍‌ର ରୁଟ୍‌ ବଦଳାଯିବ: ପରିବହନ ମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗା ଘାଟିରେ ଦୁଇ ଦୁଇଟି ଦୁର୍ଘଟଣା ପରେ ବସ୍‌ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ। ଗତକାଲି କଳିଙ୍ଗ ଘାଟିରେ ବସ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ସେହି ଘାଟି ନିକଟରେ ଆଉ ଏକ ବସ୍‌ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ହୋଇଥିବା ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ହେଉଛି, ଡ୍ରାଭଭର ମାନେ ଅଭ୍ୟସ୍ତ ନୁହଁନ୍ତି। ଏଣିକି ସୁରତରୁ ଆସୁଥିବା ବସ୍‌ର ରୁଟ୍‌ ବଦଳାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ଗୁଡ଼ିକ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛି। ଗତ 24 ଘଣ୍ଟାରେ 3ଟି ବସ୍‌ ଦୁର୍ଘଟଣା ଘଟିଛି। ଗତକାଲି କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ମଧ୍ୟ ସେହି ଘାଟି ନିକଟରେ ମଧ୍ୟ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ନାଗପୁର ଏନଏଚ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଆଉ ଏକ ବସ୍‌ ମଧ୍ୟ ଆଜି ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ ଦୁର୍ଘଟଣା ବଢ଼ୁଥିବାରୁ ବିକଳ୍ପ ଚିନ୍ତା କରାଯାଉଛି ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଫେରିଥିବା ଦୁଇ ସୁରତ୍‌ ଫେରନ୍ତାଙ୍କୁ କରୋନା

ଭୁବନେଶ୍ବର: ସୁରତ ଫେରନ୍ତାଙ୍କଠାରେ କରେନା ପଜିଟିଭ୍‌ ମିଳିଛି।  ଓଡ଼ିଶା ଫେରିଥିବା ଦୁଇ ସୁରତ୍‌ ଫେରନ୍ତାଙ୍କୁ କରୋନା। ଆଜି ଗଞ୍ଜାମରେ ଚିହ୍ନଟ ହୋଇଥିବା ଦୁଇ କରୋନା ବ୍ୟକ୍ତି ସୁରତ ଫେରନ୍ତା ବୋଲି ସୂଚନା ରହିଛି। ଦୁଇ କରୋନା ଆକ୍ରାନ୍ତଙ୍କ ବୟସ 17 ଓ 22 ବର୍ଷ। ପୂର୍ବରୁ କୌଣସି ଲକ୍ଷଣ ନଥିଲା, ସାମ୍ପଲ୍‌ ସଂଗ୍ରହ ପରେ ପଜିଟିଭ୍‌ ଜଣାପଡିଛି।

ସମ୍ପ୍ରତି ରାଜ୍ୟରେ କୋଲକତା ଫେରନ୍ତା ଚିନ୍ତା ବଢାଉଥିବାବେଳେ ନିକଟରେ ତାମିଲନାଡୁର ଦୁଇ ଫେରନ୍ତାଙ୍କ ନିକଟରୁ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଆଜି ସକାଳୁ ରାଜ୍ୟରେ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ଦୁଇ ଜଣ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡାର ଆଉ ଜଣେ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 160ରେ ପହଞ୍ଚିଛି।