46 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 38 ଜଣ ସୁରତ ଫେରନ୍ତା

Published: May 12, 2020, 11:12 am IST

ଭୁବନେଶ୍ବର : ସୁରତ୍‌ ଫେରନ୍ତାଙ୍କୁ ନେଇ ଚିନ୍ତା ବଢୁଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ସୁରତ ଫେରନ୍ତା ବୋଲି ଜଣାପଡିଛି ।କାଲିଠୁ ଏଯାବତ ଚିହ୍ନଟ 46 ଜଣ ଆକ୍ରାନ୍ତଙ୍କ  ତଥ୍ୟ ଦେଲେ ସରକାର। ଅଧିକାଂଶ ଆକ୍ରାନ୍ତ ସୁରତ ଫେରନ୍ତା ରହିଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ ସେଣ୍ଟରରେ 42 ଜଣ, କଣ୍ଟେନମେଣ୍ଟ ଜୋନ୍‌ର 2 ଜଣ ଓ ଅନ୍ୟ ସ୍ଥାନରୁ ଆଉ ଦୁଇ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି। 46ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 38 ଜଣ ସୁରତ ଫେରନ୍ତା ରହିଛନ୍ତି ବୋଲି ସୂଚନା ରହିଛି। ସେହିପରି ଗଞ୍ଜାମରୁ ସର୍ବାଧିକ 21 ଆକ୍ରାନ୍ତ ସୁରତ ଫେରନ୍ତା। ବୌଦ୍ଧ, କଟକ, ପୁରୀ, ମୟୂରଭଞ୍ଜର ଜଣେ  ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା। ସେହିପରି ଆଜି ଚିହ୍ନଟ ବାଲେଶ୍ବରର 15 ଆକ୍ରାନ୍ତଙ୍କ ମଧ୍ୟରୁ 13 ଜଣ ସୁରତ ଫେରନ୍ତା ରହିଥିବାବେଳେ ଜଣେ ପଶ୍ଚିମବଙ୍ଗ ଫେରନ୍ତା। ଯାଜପୁରର ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ ତିନିଜଣ ପଶ୍ଚିମବଙ୍ଗ ଫେରନ୍ତା। ରାଉରକେଲାରୁ ଚିହ୍ନଟ ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ର ରହିଛନ୍ତି।

Related posts