ଗୋଟିଏ ଦିନରେ 7451ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି

Published: May 6, 2020, 7:38 pm IST

ଭୁବନେଶ୍ବର : ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ସମ୍ପର୍କରେ ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ଆଜି ଗୋଟିଏ ଦିନରେ 7451ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି ବୋଲି ସୂଚନା ରହିଛି । ଏଯାବତ୍‌ ମୋଟ୍‌ 35 ହଜାର 540 ଜଣ ଓଡ଼ିଶା ଫେରିଲେଣି । ସହରାଞ୍ଚଳରେ ପ୍ରବାସୀଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପ୍ରାଥମିକତା ଦିଆଯାଉଛି । ଯେଉଁମାନଙ୍କ ସୁବିଧା ନ ଥିବ, ପୌର କର୍ତ୍ତୃପକ୍ଷ କ୍ବାରେଣ୍ଟିନ୍‌ ବ୍ୟବସ୍ଥା କରିବେ । ସମ୍ପୃକ୍ତ ବ୍ୟକ୍ତି ନିଜ ଖର୍ଚ୍ଚରେ ନିର୍ଦ୍ଧାରିତ ହୋଟେଲ୍‌, ଲଜ୍‌ରେ ମଧ୍ୟ ରହିପାରିବେ । ଗାଁକୁ ଫେରୁଥିବା ଲୋକ ସରକାରୀ କ୍ବାରେଣ୍ଟିନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

ସମ୍ପ୍ରତି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଚିନ୍ତା ଦେଖାଯାଇଛି । ସୁରତ୍‌ ଫେରନ୍ତା ଓ କୋଲକତା ଫେରନ୍ତାଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛି । ଆଜି ଅପରାହ୍ନରେ ଚିହ୍ନଟ ହୋଇଥିବା 5 ଆକ୍ରାନ୍ତ କୋଲକତା ଓ ସୁରତ ଫେରନ୍ତା ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 185ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ହୋଇଛି ।

Related posts