Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତରପ୍ରଦେଶଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : 23 ଶ୍ରମିକ ମୃତ
ଆଜିର ଖବର

ଉତ୍ତରପ୍ରଦେଶଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : 23 ଶ୍ରମିକ ମୃତ

May 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶର ଔରେୟାଠାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 23 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ କୋତବାଲୀ କ୍ଷେତ୍ର ନିକଟସ୍ଥ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକରେ ରହିଥିବା ସମସ୍ତ ଶ୍ରମିକମାନେ ଦିଲ୍ଲୀରୁ ଗୋରଖପୁର ଯାଉଥିଲେ ବୋଲି ସୂଚନା ରହିଛି ।

ଦେଶରେ କରୋନା ସଂକଟ ପାଇଁ ମାର୍ଚ୍ଚ 24 ତାରିଖରୁ ଲକ୍ ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ଯୋଗୁଁ ଦେଶରେ ଯାତାୟତ ସେବା ବନ୍ଦ ରହିଛି । ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ କଷ୍ଟ ବଢିବାରେ ଲାଗିଛି । ରୋଜଗାର ନଥିବାବେଳେ ପେଟ କଷ୍ଟ ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବାକୁ ବାଧ୍ୟ କରୁଛି । ଦେଶରେ ଏବେ ପ୍ରବାସୀ ଶ୍ରମିକମାନେ ଏବେ ଘରବାହୁଡା ଆରମ୍ଭ କରିଛନ୍ତି । କେହି କେହି ଚାଲି ଚାଲି ତ କିଏ ଟ୍ରକ୍‌ରେ ତ ପୁଣି କିଏ ସାଇକେଲ୍‌ରେ । ଏହି ବିପଦଜ୍ଜନକ ଯାତ୍ରା କରିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।

କାଲି ମଧ୍ୟ ଉତ୍ତରପ୍ରଦେଶରେ ଜୌଲାନାରେ ପ୍ରବାସୀ ମଜୁଦରଙ୍କ ଭର୍ତ୍ତି ଏକ ଗାଡିକୁ ଅଜ୍ଞାତ ଗାଡି ଧକ୍କା ଦେବାରୁ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 14 ଜଣ ଶ୍ରମିକ ଆହତ ହୋଇଥିଲେ । ଏହି ଶ୍ରମିକମାନେ ମୁମ୍ବାଇରୁ ଫେରୁଥିଲେ ବୋଲି ସୂଚନା ରହିଛି । (ଏଜେନ୍ସି)

accident migrant labour
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୯ ତାରିଖ: ଗୁରୁବାର ଦିନ ଆପଣଙ୍କ ପାଇଁ କ’ଣ ଆଣିଛି, ପଢନ୍ତୁ ଆପଣଙ୍କର ରାଶିଫଳ

October 9, 2025

ମା’ ସମଲେଶ୍ବରୀ ପୀଠର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 8, 2025

ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମାଲ ପରିବହନରେ 11.33% ଅଭିବୃଦ୍ଧି ହାସଲ କଲା ପୂର୍ବତଟ ରେଳ

October 8, 2025

ବିହାରରେ ରାଜନୈତିକ ହଲଚଲ ବୃଦ୍ଧି: ଜରୁରୀକାଳୀନ ବୈଠକ ଡାକିଲା ଚିରାଗ ପାସୱାନଙ୍କ ଦଳ

October 8, 2025
Latest News

ଅକ୍ଟୋବର ୯ ତାରିଖ: ଗୁରୁବାର ଦିନ ଆପଣଙ୍କ ପାଇଁ କ’ଣ ଆଣିଛି, ପଢନ୍ତୁ ଆପଣଙ୍କର ରାଶିଫଳ

October 9, 2025

ମା’ ସମଲେଶ୍ବରୀ ପୀଠର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 8, 2025

ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମାଲ ପରିବହନରେ 11.33% ଅଭିବୃଦ୍ଧି ହାସଲ କଲା ପୂର୍ବତଟ ରେଳ

October 8, 2025

ବିହାରରେ ରାଜନୈତିକ ହଲଚଲ ବୃଦ୍ଧି: ଜରୁରୀକାଳୀନ ବୈଠକ ଡାକିଲା ଚିରାଗ ପାସୱାନଙ୍କ ଦଳ

October 8, 2025

ବିଜେଡି ଘୋଷଣା କଲା ନୂଆପଡା ଉପନିର୍ବାଚନ ପାଇଁ କମିଟି, ବବି ଦାସ ଆଉଟ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.