କରୋନା ଅପଡେଟ୍‌ :  ଜାଣନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି

Published: May 16, 2020, 10:46 am IST

ଭୁବନେଶ୍ବର : ରାଜ୍ୟର ସର୍ବମୋଟ 21ଟି ଜିଲ୍ଲାକୁ କରୋନା ବ୍ୟାପିଥିବାବେଳେ  ଆଜି ରାଜ୍ୟରେ ନୂଆ 65 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଏବେ ରାଜ୍ୟରେ ସଂକ୍ରମିତ ହୋଇଥିବା ଜିଲ୍ଲାଗୁଡିକରେ କରୋନା ସ୍ଥିତି କିପରି ରହିଛି ଆସନ୍ତୁ ନଜର ପକାଇବା।

ଆଜି ଗଞ୍ଜାମରୁ 13 ଚିହ୍ନଟ ପରେ ପଜିଟିଭ୍‌ ସଂଖ୍ୟା 277ରେ ପହଞ୍ଚିଛି। ଜିଲ୍ଲାରେ 2 ଜଣ ସୁସ୍ଥ ହୋଇଥିବାବେଳେ ଚିକିତ୍ସାଧୀନ ରହିଛନ୍ତି 274 ଜଣ । ଜିଲ୍ଲାରେ ଜଣକର ମୃତ୍ୟୁ ଘଟିଛି। କଟକରୁ ନୂତନ ଆକ୍ରାନ୍ତ 6 ଚିହ୍ନଟ ହେବା ପରେ ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10କୁ ବୃଦ୍ଧି ହୋଇଛି । କଟକରୁ ଜଣେ ସୁସ୍ଥ ହୋଇଥିବାବେଳେ 10 ଜଣ ଚିକିତ୍ସାଧୀନ ରହିଛନ୍ତି ।

ସେହିପରି ଯାଜପୁରରୁ ଆଉ 31 ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 121ରେ ପହଞ୍ଚିଛି । ଯାଜପୁରରେ 52 ଜଣ ସୁସ୍ଥ ହୋଇଥିବାବେଳେ 69 ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି । କେନ୍ଦ୍ରାପଡାର ନୂତନ 4 ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 26କୁ ଛୁଇଁଛି । ଏଠାରେ ସୁସ୍ଥ ହୋଇଛନ୍ତି2 ଜଣ ।

ଖୋର୍ଦ୍ଧାରୁ ତିନି ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 56କୁ ବୃଦ୍ଧି ହୋଇଛି । ଜିଲ୍ଲାରେ କରୋନା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 45ଜଣ। ଏବେ 9ଜଣ ଚିକିତ୍ସାଧୀନ ରହିଛନ୍ତି । ମୟୂରଭଞ୍ଜରୁ ଦୁଇ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 11ରେ ପହଞ୍ଚିଛି । ଏଠାରେ କେହି ସୁସ୍ଥ ହୋଇନାହିଁ ।  ନୟାଗଡରେ 2 ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ନୟାଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 6କୁ ବୃଦ୍ଧି ହୋଇଛି । ନୟାଗଡରେ ମଧ୍ୟ କେହି ସୁସ୍ଥ ହୋଇନଥିବାର ଖବର ରହିଛି ।  ସେହିପରି ପୁରୀରେ ଆଜି ନୂତନ 4 ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 18ରେ ପହଞ୍ଚିଛି । ଜଣେ ସୁସ୍ଥ ହୋଇଥିବାବେଳେ ଏବେ ଜିଲ୍ଲାରେ 17ଟି ଆକ୍ଟିଭ୍‌ କେସ୍‌ ରହିଛି ।

ସେହିପରି ବାଲେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 102 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 21 ଓ ଚିକିତ୍ସାଧୀନ ରହିଛନ୍ତି 81 ଜଣ । ଭଦ୍ରକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 46 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 21 ଜଣ ଏବେ 25 ଜଣ ଚିକିତ୍ସାଧୀନ ରହିଛନ୍ତି । ସୁନ୍ଦରଗଡରୁ ମୋଟ୍‌ 26 ଜଣ ଚିହ୍ନଟ ହୋଇଥିବାବେଳେ 12 ଜଣ ସୁସ୍ଥ ହୋଇଛନ୍ତି ଓ 14 ଜଣ ଚିକିତ୍ସାଧୀନ ରହିଛନ୍ତି ।

ଅନୁଗୁଳରୁ 15 ଜଣ ଚିହ୍ନଟ ହୋଇଥିବାବେଳଳେ ସମେସ୍ତ ଚିକିତ୍ସାଧୀନ ରହିଛନ୍ତି । ଜଗତସିଂହପୁରରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ସମେସ୍ତ ଏବେ ଚିକିତ୍ସାଧୀନ ରହିଛନ୍ତି । ବୌଦ୍ଧ ଓ କେଉଁଝରରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେଉଁଝରରୁ ଦୁଇଜଣ ସୁସ୍ଥ ହୋଇଛନ୍ତି କିନ୍ତୁ ବୌଦ୍ଧର ଏବେ ସମସ୍ତ ଚାରିଜଣ ଚିକିତ୍ସାଧୀନ ରହିଛନ୍ତି । ବଲାଙ୍ଗିରରୁ ଦୁଇ ଜଣ ଚିହ୍ନଟ ହୋଇଥିବାବେଳେ କେହି ସୁସ୍ଥ ହୋଇ ନାହାନ୍ତି ।

ସେହିପରି ଦେବଗଡ, ଝାରସୁଗୁଡା, କଳାହାଣ୍ଡିରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଦେବଗଡରୁ ଜଣେ ସୁସ୍ଥ ହୋଇଛନ୍ତି ଝାରସୁଗୁଡାରୁ ଦୁଇଜଣ, କଳାହାଣ୍ଡିରୁ ଦୁଇଜଣ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳ ଓ କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳ ଦୁହେଁ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟ 737ରେ ପହଞ୍ଚିଛି । ଏବେ ରାଜ୍ୟରେ 568ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 166 ଜଣ ଓ ତିନିଜଣ ମୃତ୍ୟୁବରଣ କରିଛନ୍ତି ।

Related posts