Categories
ଆଜିର ଖବର ରାଜ୍ୟ ଖବର

ଗୁଣି ଗାରେଡି ସନ୍ଦେହରେ ଡବଲ୍‌ ମର୍ଡର

ଯାଜପୁର : ଯାଜପୁରରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଡବଲ୍‌ ମର୍ଡର୍‌ ଏବେ ଚର୍ଚ୍ଚାକୁ ଆସିଛି । ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ଡବଲ ମର୍ଡରକୁ ନେଇ କଳିଙ୍ଗନଗର ନିମପଲ୍ଲୀ  ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଣେ ପୁରୁଷ ଓ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଛି ।   ଉଭୟଙ୍କୁ ହତ୍ୟା ପରେ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ତେବେ  କେଉଁ ପରିସ୍ଥିତିରେ କିଏ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୋଲିସ୍‌ ଏହି ଘଟଣାର ଛାନ୍‌ଭିନ୍‌ କରୁଛି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ସ୍ଥିତି ବେକାବୁ : ମୃତ୍ୟୁ ସଂଖ୍ୟା 14 ହଜାର ଟପିଲା

ନୂଆଦିଲ୍ଲୀ :  ଦିନକୁ ଦିନ ଭୟଙ୍କର ହେଉଛି ମହାମାରୀ କରୋନା ଭାଇରସ । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେଉଛି । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସର୍ବାଧିକ 15 ହଜାର 968 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା  4 ଲକ୍ଷ 56 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 14 ହଜାର ପାର ହେଲାଣି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 15 ହଜାର  968 ନୂଆ ମାମଲା ସାମନାକୁ ଆସିଛି। ସେହିପରି 465ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା 4ଲକ୍ଷ 56 ହଜାର 183 ରେ ପହଞ୍ଚଥିବାବେଳେ ମୃତ୍ୟୁ ସଂଖ୍ୟା 14 ହଜାର 476କୁ ବୃଦ୍ଧି ହୋଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 58 ହଜାର 658 ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ଦେଶରେ 1 ଲକ୍ଷ 83 ହଜାର 022 ଜଣ ସକ୍ରିୟ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

କ୍ର.ନଂ ରାଜ୍ୟର ନାମ ମୋଟ୍‌ ପଜିଟିଭ୍‌ ସୁସ୍ଥ ମୃତ
1 ଆଣ୍ଡାମାନ ନିକୋବର 50 40 0
2 ଆନ୍ଧ୍ରପ୍ରଦେଶ 10002 4599 119
3 ଅରୁଣାଚଳ ପ୍ରଦେଶ 148 22 0
4 ଆସାମ 5831 3762 9
5 ବିହାର 8153 6104 56
6 ଚଣ୍ଡୀଗଡ 418 322 6
7 ଛତିଶଗଡ 2362 1553 12
8 ଦିଲ୍ଲୀ 66602 39313 2301
9 ଗୋଆ 909 205 1
10 ଗୁଜୁରାଟ 28371 20513 1710
11 ହରିୟାଣା 11520 6498 178
12 ହିମାଚଳ ପ୍ରଦେଶ 775 443 8
13 ଜମ୍ମୁକାଶ୍ମୀର 6236 3642 87
14 ଝାରଖଣ୍ଡ 2185 1520 11
15 କର୍ଣ୍ଣାଟକ 9721 6004 150
16 କେରଳ 3451 1819 22
17 ଲଦାଖ 932 148 1
18 ମଧ୍ୟପ୍ରଦେଶ 12261 9335 525
19 ମହାରାଷ୍ଟ୍ର 139010 69631 6531
20 ମଣିପୁର 921 258 0
21 ମେଘାଳୟ 46 37 1
22 ମିଜୋରାମ 142 9 0
23 ଓଡ଼ିଶା 5470 3988 17
24 ପୁଡୁୁଚେରୀ 402 165 9
25 ପଞ୍ଜାବ 4397 3047 105
26 ରାଜସ୍ଥାନ 15627 12213 365
27 ତାମିଲନାଡୁ 64603 35339 833
28 ତେଲେଙ୍ଗାନା 9553 4224 220
29 ତ୍ରିପୁରା 1259 807  1
30 ଉତ୍ତରାଖଣ୍ଡ 2535 1602 30
31 ଉତ୍ତରପ୍ରଦେଶ 18893 12116 588
32 ପଶ୍ଚିମବଙ୍ଗ 14728 9218 580
33 ନାଗାଲାଣ୍ଡ 330 141 0
34 ସିକ୍କିମ୍‌ 79 29  0
35 ଦାଦ୍ରା ନଗର ହାବେଳୀ 120 29  0
ମୋଟ୍‌ ପିଜିଟିଭ୍‌ 456183 258685 14476
Categories
ଆଜିର ଖବର ଜାତୀୟ ଖବର

ଭାରତରେ ଜଟିଳ ହେଉଛି କରୋନା ସ୍ଥିତି : 24 ଘଣ୍‌ଟାରେ 147 ମୃତ

ନୂଆଦିଲ୍ଲୀ :  ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି ।  ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 31 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 3 ହଜାର 8ଶହ ଟପିଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 6767ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବାବେଳେ 147 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ଭାରତରେ 3 ହଜାର 868 ଜଣଙ୍କ ମୃତ୍ୟୁ ଘଟିଛି ।  ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 54,441 ଜଣ ସୁସ୍ଥ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 47 ହଜାର 190 ଜଣ ଆକ୍ରାନ୍ତ ହୋଇଥିବା ବେଳେ  1577 ଜଣ ଜୀବନ ହରାଇଛନ୍ତି । ସେହିପରି ଗୁଜୁରାଟରେ 829, ତାମିଲନାଡୁରେ 104, ଦିଲ୍ଲୀରେ 231, ରାଜସ୍ଥାନରେ 160, ମଧ୍ୟପ୍ରଦେଶରେ 281, ଉତ୍ତରପ୍ରଦେଶରେ 155, ପଶ୍ଚିମବଙ୍ଗରେ 269, ଆନ୍ଧ୍ରପ୍ରଦେଶରେ 56, ବିହାରରେ 11, ପଞ୍ଜାବରେ 39, କର୍ଣ୍ଣାଟକରେ 42, ତେଲେଙ୍ଗାନାରେ 49, ଜମ୍ମୁ ଓ କାଶ୍ମୀରରେ 21, ଓଡ଼ିଶାରେ 7, ହରିୟାଣାରେ 16, କେରଳରେ 5, ଝାରଖଣ୍ଡରେ 3, ଆସାମରେ 4, ଉତ୍ତରାଖଣ୍ଡରେ 1, ଚଣ୍ଡୀଗଡରେ 3, ହିମାଚଳ ପ୍ରଦେଶରେ 4 ଓ ମେଘାଳୟରେ ଜଣକର ମୃତ୍ୟୁ ଘଟିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କରୋନା ଅପଡେଟ୍‌ :  ଜାଣନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି

ଭୁବନେଶ୍ବର : ରାଜ୍ୟର ସର୍ବମୋଟ 21ଟି ଜିଲ୍ଲାକୁ କରୋନା ବ୍ୟାପିଥିବାବେଳେ  ଆଜି ରାଜ୍ୟରେ ନୂଆ 65 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଏବେ ରାଜ୍ୟରେ ସଂକ୍ରମିତ ହୋଇଥିବା ଜିଲ୍ଲାଗୁଡିକରେ କରୋନା ସ୍ଥିତି କିପରି ରହିଛି ଆସନ୍ତୁ ନଜର ପକାଇବା।

ଆଜି ଗଞ୍ଜାମରୁ 13 ଚିହ୍ନଟ ପରେ ପଜିଟିଭ୍‌ ସଂଖ୍ୟା 277ରେ ପହଞ୍ଚିଛି। ଜିଲ୍ଲାରେ 2 ଜଣ ସୁସ୍ଥ ହୋଇଥିବାବେଳେ ଚିକିତ୍ସାଧୀନ ରହିଛନ୍ତି 274 ଜଣ । ଜିଲ୍ଲାରେ ଜଣକର ମୃତ୍ୟୁ ଘଟିଛି। କଟକରୁ ନୂତନ ଆକ୍ରାନ୍ତ 6 ଚିହ୍ନଟ ହେବା ପରେ ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10କୁ ବୃଦ୍ଧି ହୋଇଛି । କଟକରୁ ଜଣେ ସୁସ୍ଥ ହୋଇଥିବାବେଳେ 10 ଜଣ ଚିକିତ୍ସାଧୀନ ରହିଛନ୍ତି ।

ସେହିପରି ଯାଜପୁରରୁ ଆଉ 31 ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 121ରେ ପହଞ୍ଚିଛି । ଯାଜପୁରରେ 52 ଜଣ ସୁସ୍ଥ ହୋଇଥିବାବେଳେ 69 ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି । କେନ୍ଦ୍ରାପଡାର ନୂତନ 4 ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 26କୁ ଛୁଇଁଛି । ଏଠାରେ ସୁସ୍ଥ ହୋଇଛନ୍ତି2 ଜଣ ।

ଖୋର୍ଦ୍ଧାରୁ ତିନି ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 56କୁ ବୃଦ୍ଧି ହୋଇଛି । ଜିଲ୍ଲାରେ କରୋନା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 45ଜଣ। ଏବେ 9ଜଣ ଚିକିତ୍ସାଧୀନ ରହିଛନ୍ତି । ମୟୂରଭଞ୍ଜରୁ ଦୁଇ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 11ରେ ପହଞ୍ଚିଛି । ଏଠାରେ କେହି ସୁସ୍ଥ ହୋଇନାହିଁ ।  ନୟାଗଡରେ 2 ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ନୟାଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 6କୁ ବୃଦ୍ଧି ହୋଇଛି । ନୟାଗଡରେ ମଧ୍ୟ କେହି ସୁସ୍ଥ ହୋଇନଥିବାର ଖବର ରହିଛି ।  ସେହିପରି ପୁରୀରେ ଆଜି ନୂତନ 4 ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 18ରେ ପହଞ୍ଚିଛି । ଜଣେ ସୁସ୍ଥ ହୋଇଥିବାବେଳେ ଏବେ ଜିଲ୍ଲାରେ 17ଟି ଆକ୍ଟିଭ୍‌ କେସ୍‌ ରହିଛି ।

ସେହିପରି ବାଲେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 102 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 21 ଓ ଚିକିତ୍ସାଧୀନ ରହିଛନ୍ତି 81 ଜଣ । ଭଦ୍ରକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 46 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 21 ଜଣ ଏବେ 25 ଜଣ ଚିକିତ୍ସାଧୀନ ରହିଛନ୍ତି । ସୁନ୍ଦରଗଡରୁ ମୋଟ୍‌ 26 ଜଣ ଚିହ୍ନଟ ହୋଇଥିବାବେଳେ 12 ଜଣ ସୁସ୍ଥ ହୋଇଛନ୍ତି ଓ 14 ଜଣ ଚିକିତ୍ସାଧୀନ ରହିଛନ୍ତି ।

ଅନୁଗୁଳରୁ 15 ଜଣ ଚିହ୍ନଟ ହୋଇଥିବାବେଳଳେ ସମେସ୍ତ ଚିକିତ୍ସାଧୀନ ରହିଛନ୍ତି । ଜଗତସିଂହପୁରରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ସମେସ୍ତ ଏବେ ଚିକିତ୍ସାଧୀନ ରହିଛନ୍ତି । ବୌଦ୍ଧ ଓ କେଉଁଝରରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେଉଁଝରରୁ ଦୁଇଜଣ ସୁସ୍ଥ ହୋଇଛନ୍ତି କିନ୍ତୁ ବୌଦ୍ଧର ଏବେ ସମସ୍ତ ଚାରିଜଣ ଚିକିତ୍ସାଧୀନ ରହିଛନ୍ତି । ବଲାଙ୍ଗିରରୁ ଦୁଇ ଜଣ ଚିହ୍ନଟ ହୋଇଥିବାବେଳେ କେହି ସୁସ୍ଥ ହୋଇ ନାହାନ୍ତି ।

ସେହିପରି ଦେବଗଡ, ଝାରସୁଗୁଡା, କଳାହାଣ୍ଡିରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଦେବଗଡରୁ ଜଣେ ସୁସ୍ଥ ହୋଇଛନ୍ତି ଝାରସୁଗୁଡାରୁ ଦୁଇଜଣ, କଳାହାଣ୍ଡିରୁ ଦୁଇଜଣ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳ ଓ କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳ ଦୁହେଁ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟ 737ରେ ପହଞ୍ଚିଛି । ଏବେ ରାଜ୍ୟରେ 568ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 166 ଜଣ ଓ ତିନିଜଣ ମୃତ୍ୟୁବରଣ କରିଛନ୍ତି ।