ଭାରତରେ ଜଟିଳ ହେଉଛି କରୋନା ସ୍ଥିତି : 24 ଘଣ୍‌ଟାରେ 147 ମୃତ

Published: May 24, 2020, 9:55 am IST

ନୂଆଦିଲ୍ଲୀ :  ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି ।  ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 31 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 3 ହଜାର 8ଶହ ଟପିଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 6767ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବାବେଳେ 147 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ଭାରତରେ 3 ହଜାର 868 ଜଣଙ୍କ ମୃତ୍ୟୁ ଘଟିଛି ।  ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 54,441 ଜଣ ସୁସ୍ଥ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 47 ହଜାର 190 ଜଣ ଆକ୍ରାନ୍ତ ହୋଇଥିବା ବେଳେ  1577 ଜଣ ଜୀବନ ହରାଇଛନ୍ତି । ସେହିପରି ଗୁଜୁରାଟରେ 829, ତାମିଲନାଡୁରେ 104, ଦିଲ୍ଲୀରେ 231, ରାଜସ୍ଥାନରେ 160, ମଧ୍ୟପ୍ରଦେଶରେ 281, ଉତ୍ତରପ୍ରଦେଶରେ 155, ପଶ୍ଚିମବଙ୍ଗରେ 269, ଆନ୍ଧ୍ରପ୍ରଦେଶରେ 56, ବିହାରରେ 11, ପଞ୍ଜାବରେ 39, କର୍ଣ୍ଣାଟକରେ 42, ତେଲେଙ୍ଗାନାରେ 49, ଜମ୍ମୁ ଓ କାଶ୍ମୀରରେ 21, ଓଡ଼ିଶାରେ 7, ହରିୟାଣାରେ 16, କେରଳରେ 5, ଝାରଖଣ୍ଡରେ 3, ଆସାମରେ 4, ଉତ୍ତରାଖଣ୍ଡରେ 1, ଚଣ୍ଡୀଗଡରେ 3, ହିମାଚଳ ପ୍ରଦେଶରେ 4 ଓ ମେଘାଳୟରେ ଜଣକର ମୃତ୍ୟୁ ଘଟିଛି । (ଏଜେନ୍ସି)

Related posts