
ଜର୍ମାନୀ କାର ନିର୍ମାତା କମ୍ପାନୀ ଭକସୱାଗନକୁ ୫୦୦ କୋଟି ଟଙ୍କା ଜୋରିମନା ଦେବାକୁ ପଡ଼ିବ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଏହି ଉଲ୍ଲଂଘନ କରୁଥିବାର ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏହି ଜୋରିମନା ଲଗାଇଛନ୍ତି । ୨ ମାସ ମଧ୍ୟରେ ଜୋରିମାନା ପୈଠ କରିବାକୁ ଜର୍ମାନୀର ଏହି କାର କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭକସୱାଗନ ତାର ସମସ୍ତ ଡିଜେଲ କାରରେ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଏକ ଠକେଇ ଯନ୍ତ୍ରାଂଶ ଲଗାଇଥିଲା। ପରିଣାମ ସ୍ଵରୂପ ପ୍ରଦୂଷଣ ପରୀକ୍ଷାରେ ଭକସୱାଗନର କାରଗୁଡ଼ିକ ମୁକ୍ତି ପାଇଯାଉଥିଲେ। ଏହି ଠକେଇ ଧରାପଡ଼ିବା ପରେ ଏନଜିଟି ଭକସୱାଗନ କମ୍ପାନୀକୁ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାୟୁ ପ୍ରଦୂଷଣ ବଢାଇବା ମାମଲାରେ ଭକସଙଓ୍ବାଗନ୍ଙ୍କୁ ୧୦୦ କୋଟି ଟଙ୍କା ଜୋରିମାନା ଭରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏନଜିଟିଙ୍କ ନିର୍ଦ୍ଦେଶକୁ ଖାତିର ନକରି କମ୍ପାନୀ କେବଳ ନିଜର ଏକ ବିଜ୍ଞପ୍ତି ପ୍ରକାଶ କରିଦେଇଥିଲା। ଏହାପରେ ଏନଜିଟି ଏହି ମାମଲାର ଶୁଣାଣି କରି ଅଧିକ ଜୋରିମାନା ସହ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ।