Categories
ଆଜିର ଖବର ଜାତୀୟ ଖବର

ଶିମଲା ବିକାଶ ଯୋଜନା ୨୦୪୧ କୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ, NGT ଆଦେଶ ଖାରିଜ

ନୂଆଦିଲ୍ଲୀ: ଶିମଲାରେ ନିର୍ମାଣ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଆଣିଥିବା ରାଜ୍ୟ ସରକାରଙ୍କ ଶିମଲା ବିକାଶ ଯୋଜନା ୨୦୪୧ କୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ଏହି ଯୋଜନାର କାର୍ଯ୍ୟକାରିତାକୁ ବନ୍ଦ କରିବା ପାଇଁ ମେ ୨୦୨୨ରେ ଦିଆଯାଇଥିବା ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (NGT) ର ନିର୍ଦ୍ଦେଶକୁ କୋର୍ଟ ଖାରିଜ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ଯେତେ ଦୂର ଆମେ ପ୍ରଥମ ଦେଖାରେ ଏହି ଯୋଜନାକୁ ଦେଖିଛୁ, ବିଭିନ୍ନ ବିଶେଷଜ୍ଞ କମିଟିର ରିପୋର୍ଟକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି।

କୋର୍ଟ କହିଛନ୍ତି ଯେ, ଏହି ଯୋଜନାରେ ରାଜ୍ୟର ବିକାଶ ଆବଶ୍ୟକତା ସହିତ ପରିବେଶ ଏବଂ ପରିବେଶ ସମ୍ବନ୍ଧୀୟ ସନ୍ତୁଳନକୁ ମଧ୍ୟ ବିଚାରକୁ ନିଆଯାଉଛି। ଏହା ସତ୍ତ୍ୱେ, ଯଦି କୌଣସି ନାଗରିକ ଏହାର ବ୍ୟବସ୍ଥା ଉପରେ କୌଣସି ଆପତ୍ତି କରନ୍ତି ତେବେ ସେ ଉପଯୁକ୍ତ ଫୋରମରେ ନିଜର ଅଭିଯୋଗ ଦାଖଲ କରିପାରିବେ।

ପରିବେଶ ସମ୍ବନ୍ଧୀୟ ଚିନ୍ତାଧାରା ସହିତ ବିକାଶର ସନ୍ତୁଳନ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ଗୁରୁବାର ଦିନ ୨୨୪୫୦ ହେକ୍ଟର ଜମିରେ ପ୍ରସ୍ତାବିତ ଶିମଲା ବିକାଶ ଯୋଜନା -୨୦୪୧ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ, ୧୭ ଟି ସବୁଜ ବେଲ୍ଟରେ କିଛି ପ୍ରତିବନ୍ଧକ ସହିତ ନିର୍ମାଣ ପାଇଁ ରାସ୍ତା ଖୋଲା ଯାଇଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସହରରେ ନିର୍ମାଣ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା।

Categories
ଆଜିର ଖବର

ଗଙ୍ଗା ପ୍ରଦୂଷଣ ନେଇ ଉଦ୍‌ବେଗ : ତିନୋଟି ରାଜ୍ୟକୁ ଏନ୍‌ଜିଟିର ୨୫ ଲକ୍ଷ ଜରିମାନା

ଗଙ୍ଗା ନଦୀକୁ ବାରମ୍ବାର ପ୍ରଦୂଷିତ କରୁଥିବାରୁ ତିନୋଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଉପରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ୩ଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲାଗୁ କରିଛନ୍ତି। ରାଜ୍ୟଗୁଡ଼ିକ ଦୂଷିତ ପାଣିକୁ ସ୍ବଚ୍ଛ ନ କରି ସିଧାସଳଖ ଗଙ୍ଗାକୁ ଛାଡ଼ୁଥିବାରୁ ନଦୀର ଦଳ ଦୂଷିତ ହେଉଛି। ତେଣୁ ଏନଜିଟି ଉପରୋକ୍ତ ୩ ରାଜ୍ୟକୁ ସିୱେଜ ପ୍ରକଳ୍ପ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ କୌଣସି ରାଜ୍ୟ ତାହାକୁ ପାଳନ କରିନାହାନ୍ତି। ବିହାର ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସିୱେଜ ପ୍ରକଳ୍ପ ଶେଷ କରି ନ ଥିବାବେଳେ ପଶ୍ଚିମବଙ୍ଗା ୨୨ରୁ ୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛି। ଝାଡ଼ଖଣ୍ଡ ବି ଆବଶ୍ୟକ ସଂଖ୍ୟକ ସିୱେଜ ପ୍ରକଳ୍ପ କରିବାରେ ବିଫଳ ହୋଇଛି। ଏ ନେଇ ଏନଜିଟି ୩ ରାଜ୍ୟକୁ ନୋଟିସ ଜାରି କରିଥିଲେ ବି କୌଣସି ରାଜ୍ୟ ପକ୍ଷରୁ ପ୍ରତିନିଧି ହାଜର ହୋଇ ନ ଥିଲେ। ତେଣୁ ରାଜ୍ୟଗୁଡ଼ିକର ଆଭିମୁଖ୍ୟ ଉପରେ ଟ୍ରିବ୍ୟୁନାଲ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ଗମ୍ଭୀର ମାମଲାରେ ସରକାରଙ୍କ ସମ୍ବେଦନହୀନତା ଚିନ୍ତାର ବିଷୟ ବୋଲି କହିଛନ୍ତି।

Categories
ଆଜିର ଖବର

ଏନ୍‌ଜିଟି ଭକସୱାଗନ ଉପରେ ଲଗାଇଲା ୫୦୦ କୋଟିର ଜୋରିମନା

ଜର୍ମାନୀ କାର ନିର୍ମାତା କମ୍ପାନୀ ଭକସୱାଗନକୁ ୫୦୦ କୋଟି ଟଙ୍କା ଜୋରିମନା ଦେବାକୁ ପଡ଼ିବ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଏହି ଉଲ୍ଲଂଘନ କରୁଥିବାର ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏହି ଜୋରିମନା ଲଗାଇଛନ୍ତି । ୨ ମାସ ମଧ୍ୟରେ ଜୋରିମାନା ପୈଠ କରିବାକୁ ଜର୍ମାନୀର ଏହି କାର କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭକସୱାଗନ ତାର ସମସ୍ତ ଡିଜେଲ କାରରେ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଏକ ଠକେଇ ଯନ୍ତ୍ରାଂଶ ଲଗାଇଥିଲା। ପରିଣାମ ସ୍ଵରୂପ ପ୍ରଦୂଷଣ ପରୀକ୍ଷାରେ ଭକସୱାଗନର କାରଗୁଡ଼ିକ ମୁକ୍ତି ପାଇଯାଉଥିଲେ। ଏହି ଠକେଇ ଧରାପଡ଼ିବା ପରେ ଏନଜିଟି ଭକସୱାଗନ କମ୍ପାନୀକୁ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାୟୁ ପ୍ରଦୂଷଣ ବଢାଇବା ମାମଲାରେ ଭକସଙଓ୍ବାଗନ୍‌ଙ୍କୁ ୧୦୦ କୋଟି ଟଙ୍କା ଜୋରିମାନା ଭରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏନଜିଟିଙ୍କ ନିର୍ଦ୍ଦେଶକୁ ଖାତିର ନକରି କମ୍ପାନୀ କେବଳ ନିଜର ଏକ ବିଜ୍ଞପ୍ତି ପ୍ରକାଶ କରିଦେଇଥିଲା। ଏହାପରେ ଏନଜିଟି ଏହି ମାମଲାର ଶୁଣାଣି କରି ଅଧିକ ଜୋରିମାନା ସହ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ।