Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦାଦନ ଦାନବ ନେଲା ସତ୍ୟବାନଙ୍କ ଜୀବନ : ନ୍ୟାୟ ଅପେକ୍ଷାରେ ପରିବାର
ଆଜିର ଖବର

ଦାଦନ ଦାନବ ନେଲା ସତ୍ୟବାନଙ୍କ ଜୀବନ : ନ୍ୟାୟ ଅପେକ୍ଷାରେ ପରିବାର

May 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜ କିଶୋର ବିଷୋୟୀ
ଭଞ୍ଜନଗର : ଦାନା ପାଇଁ ଦାଦନ ଯାଇଥିଲେ ସ୍ୱାମୀ ସତ୍ୟବାନ । ଆଉ ଦୁଇ ଦିନ ପରେ ଟିକଟ କରି ଟ୍ରେନରେ ଗାଁକୁ ଫେରିଥାନ୍ତେ । ତା ପୂର୍ବରୁ ଫୋନ କରି କହିଥିଲେ , ମୁଁ ଗାଁ କୁ ଗଲେ ଆଉ ସୁରତ ଫେରିବିନି । ଗାଁ ରେ ହିଁ ରହିବି । ଯାହା ଯେତିକି ରୋଜଗାର କରିବି ସେତକରେ ଚଳିବା । ହେଲେ ସବୁ ସ୍ୱପ୍ନ ଅଧାରେ ରହିଗଲା । ସ୍ବାମୀଙ୍କ ଫେରିବା ବାଟ ଅଫେରା ରହିଗଲା । ପୁଅ କୁ କୋଳେଇ ,ଏମିତି କଥା ବାହୁନି ବାହୁନି କାନ୍ଦୁଛନ୍ତି, ସୁରତ ପୋଲିସ ମାଡ଼ରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗାଁର ମୃତ ସତ୍ୟବାନ ସ୍ବାଇଁଙ୍କ ପତ୍ନୀ ପ୍ରତିମା । ସୁରତ ପୋଲିସ ମୋ ସ୍ୱାମୀଙ୍କୁ ପିଟିପିଟି ମାରିଦେଲା ମୋତେ ନ୍ୟାୟ ଦରକାର । ମୁଁ ମୋ ପୁଅ ଓ ବିଧବା ବୁଢ଼ୀମା , ଆମେ କି ଭୁଲ କରିଥିଲୁ, ସୁରତ ପୋଲିସ ପାଖରେ । କାହିଁକି ଆମକୁ ବେସାହାରା କରିଦେଲା । ଯେଉଁମାନେ ଦୋଷୀ ସେମାନଙ୍କୁ ଶାସ୍ତି ଦରକାର ବୋଲି କହିଛନ୍ତି ପତ୍ନୀ ପ୍ରତିମା ସ୍ବାଇଁ ।

କରୋନା ସଂକ୍ରମଣ ଆଶଙ୍କାକୁ ନେଇ ଜାରି ହୋଇଥିବା ଲକଡା଼ଉନ ପ୍ରତି ଖୁବ ସଚେତନ ଥିଲେ ସତ୍ୟବାନ । ଅନ୍ୟମାନଙ୍କ ଭଳି ପୂର୍ବରୁ ବସରେ ନ ଆସି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଥିବା ଟ୍ରେନରେ ଗାଁକୁ ଫେରିବା ପାଇଁ ଟିକେଟ ଯୋଗାଡ଼ କରୁଥିଲେ ସତ୍ୟବାନ । ଗତ କିଛି ବର୍ଷ ଧରି ସୁରତର ଅଂଜନି ଇଣ୍ଡଷ୍ଟ୍ରୀଆଲରେ କାମ କରୁଥିଲେ । ସେହି ସୁତାକଳ ଆଗରେ ଥିବାବେଳେ ଅମରୋଲି ପୋଲିସ ସତ୍ୟବାନ ସହ କିଛି ଓଡ଼ିଆଙ୍କୁ ନିସ୍ତୁକ ମାଡମାରିବା ଅଭିଯୋଗ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ମେଡିକାଲ କୁ ଯାଉଥିବା ବେଳେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଜାଣିବାକୁ ପାଇଲେ । ସେହିଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେଲା । ସୁରତ ପୋଲିସର ଏଭଳି ଅମାନବୀୟ କାର୍ଯ୍ୟନୁଷ୍ଠାନକୁ ନିନ୍ଦା କରିବା ସହ ଆଇନର ଆଶ୍ରୟ ନେବେ ବୋଲି ମୃତ ସତ୍ୟବାନଙ୍କ ବଡ଼ଭାଇ ସନ୍ତୋଷ ସ୍ବାଇଁ କହିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମାନବାଧିକାର କମିଶନଙ୍କ ଦ୍ଵାରାସ୍ଥ ହେବେବୋଲି ବାରୁଡ଼ା ସରପଞ୍ଚ ହରପ୍ରସାଦ ଗୌଡ଼ କହିଛନ୍ତି । ଶନିବାର ପୃର୍ବାହ୍ନରେ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାରୁଡ଼ା ଗାଁକୁ ଯାଇ ଶୋକସନ୍ତୋପ୍ତ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେବୋଲି କହିଥିଲେ ।

migrant
Share. Facebook Twitter LinkedIn Email WhatsApp Copy Link

Related Posts

ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

October 7, 2026

ଶ୍ରେଷ୍ଠ ୧୦ ଦିନିକିଆ ବ୍ୟାଟସମ୍ୟାନଙ୍କ ମଧ୍ୟରେ ପ୍ରବେଶ କଲେ କେଏଲ ରାହୁଲ: ଜାଣନ୍ତୁ ନମ୍ବର ୧ କିଏ?

October 7, 2026

ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି, ଅକ୍ଟୋବର ୧୫ରେ ମତଦାନ

October 7, 2026

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

October 7, 2026
Latest News

ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

October 7, 2026

ଶ୍ରେଷ୍ଠ ୧୦ ଦିନିକିଆ ବ୍ୟାଟସମ୍ୟାନଙ୍କ ମଧ୍ୟରେ ପ୍ରବେଶ କଲେ କେଏଲ ରାହୁଲ: ଜାଣନ୍ତୁ ନମ୍ବର ୧ କିଏ?

October 7, 2026

ରସାୟନ ବିଜ୍ଞାନରେ କାଗାନ୍ ଓ ସୋଆଇଙ୍କୁ ନୋବେଲ ପୁରସ୍କାର

October 7, 2026

ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି, ଅକ୍ଟୋବର ୧୫ରେ ମତଦାନ

October 7, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.