Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକଡାଉନ ୪.୦ : ଗୃହ ମନ୍ତ୍ରାଳୟ କଟକଣାକୁ ବଦଳାଇ ପାରିବେନି ରାଜ୍ୟ ସରକାର
ଆଜିର ଖବର

ଲକଡାଉନ ୪.୦ : ଗୃହ ମନ୍ତ୍ରାଳୟ କଟକଣାକୁ ବଦଳାଇ ପାରିବେନି ରାଜ୍ୟ ସରକାର

May 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Lockdown3.0: What is allowed and what is prohibited, in red, orange and green zones? Here is a simple ready-reckoner for you

ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ କଟକଣା ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏକ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥି ସହିତ ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ଲାଗୁ କରାଯିବା ସହ ଏହା ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ବଳବତ୍ତର ରହିବ ।

ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଗାଇଡ ଲାଇନ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ନିଜ ନିଜର ରେଡ, ଅରେଞ୍ଜ ଓ ଗ୍ରୀନ ଜୋନଗୁଡିକର ଚିହ୍ନଟ ଓ ନିର୍ଦ୍ଧାରଣ କରିପାରିବେ । ଏହିସବୁ ଜୋନ ମଧ୍ୟରେ ଥିବା କଣ୍ଟେନମେଣ୍ଟ ଓ ବଫର ଜୋନର ଚିହ୍ନଟକରଣ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପୃକ୍ତ ଇଲାକାର ବୈଷୟିକ ପରିସ୍ଥିତିକୁ ବିଚାରକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ଦ୍ଧାରଣ କିମ୍ବା ପୁନଃ ନିର୍ଦ୍ଧାରଣ ହେବ ।

କଣ୍ଟେନମେଣ୍ଟ ଜୋନ ଭିତରେ ପୂର୍ବଭଳି କଡା କଟକଣା ଜାରି ରହିବ । ସେସବୁ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତିତ ଅନ୍ୟ କିଛି ହେବ ନାହିଁ । ରାଜ୍ୟ ସରକାରମାନେ ଏସବୁ ଅଞ୍ଚଳରେ ମନଇଚ୍ଛା କୌଣସି କୋହଳ ପଦକ୍ଷେପ ନେଇପାରିବେ ନାହିଁ ବୋଲି ଏହି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରି ଦିଆଯାଇଛି । ଦେଶବ୍ୟାପୀ ଏହି ବ୍ୟବସ୍ଥା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସଂଶୋଧିତ ନିର୍ଦ୍ଦେଶାବଳୀରେ ଲକଡାଉନ କଟକଣାକୁ ଯଥେଷ୍ଟ କୋହଳ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରମାନେ ମନଇଚ୍ଛା ତାହାକୁ ଅଧିକ କୋହଳ ଓ ଏପଟସେପଟ କରିପାରିବେ ନାହିଁ । ଆବଶ୍ୟକ ପଡିଲେ ରାଜ୍ୟ ସରକାର ସମୂହ ସ୍ଥାନୀୟ ଆବଶ୍ୟକତା, ସ୍ଥିତି ଓ ବାସ୍ତବତାକୁ ବିଚାରକୁ ନେଇ କଟକଣାକୁ ଅଧିକ କଠୋର ଏବଂ କେତେକ କାମ ଉପରେ ନିଷେଧାଜ୍ଞା ଜାରି କରିପାରିବେ । (ପିଆଇବି)

homeministry Lockdown4.0
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ୨୦୨୬ : ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

June 24, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣା: ୪ ଜଣ ଗିରଫ

June 24, 2026

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026

ରାଜଧାନୀରେ ଲଜ୍ଜା : କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

June 23, 2026
Latest News

ରଥଯାତ୍ରା ୨୦୨୬ : ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

June 24, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣା: ୪ ଜଣ ଗିରଫ

June 24, 2026

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026

ରାଜଧାନୀରେ ଲଜ୍ଜା : କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

June 23, 2026

ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.