Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି
ଆଜିର ଖବର

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

May 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ 102 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 978ରେ ପହଞ୍ଚିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି :

ରାଜ୍ୟରେ ସର୍ବାଧିକ କରେନା ଆକ୍ରାନ୍ତ ଗଞ୍ଜାମରୁ ଚିହ୍ନଟ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମରୁ କେହି ଚିହ୍ନଟ ହୋଇ ନାହାନ୍ତି । ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 307ରେ ପହଞ୍ଚିଥିବାବେଳେ 89 ଜଣ ସୁସ୍ଥ ହୋଇଛନ୍ତି ଓ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଏବେ 216 ଜଣ ଚିକିତ୍ସାଧୀନ ରହିଛନ୍ତି ।

ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ 168 ରହିଥିବାବେଳେ 55ଜଣ ସୁସ୍ଥ ହୋଇଛନ୍ତି ଓ 113 ଜଣ ଏବେ ଆକ୍ଟିଭ୍‌ ରହିଛନ୍ତି । ଜଗତସିଂହପୁରରୁ ଗତକାଲି ଅପରାହ୍ନରେ 20 ଚିହ୍ନଟ ହୋଇଥିବାବେଳେ ଆଜି ତିନି ଜଣ ଚିହ୍ନଟ ହୋଇଛନ୍ତି  । ଏବେ ଜିଲ୍ଲାରେ ସର୍ବମୋଟ 28 ଥିବାବେଳେ 5 ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ 23ଟି ଆକ୍ଟିଭ୍‌ କେସ୍‌ ରହିଛି । ଭଦ୍ରକରେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 95ରେ ପହଞ୍ଚିଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି ଓ 74 ଜଣ ଚିକିତ୍ସାଧୀନ ରହିଛନ୍ତି ।

ବାଲେଶ୍ବରରେ ସର୍ବମୋଟ କରୋନା ଆକ୍ରାନ୍ତ 121 ଜଣ ଚିହ୍ନଟ ହୋଇଥିବାବେଳେ 25 ଜଣ ସୁସ୍ଥ ହୋଇଛନ୍ତି ଓ 96 ଜଣ ଚିକିତ୍ସାଧୀନ ରହିଛନ୍ତି ।  କେନ୍ଦ୍ରାପଡାରୁ ଆଜି 8 ଜଣ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 38ରେ ପହଞ୍ଚିଛି । ଏବେ ଜିଲ୍ଲାରେ 35 ଜଣ ଆକ୍ଟିଭ୍‌ ରହିଛନ୍ତି ।

କଟକରୁ ମୋଟ୍‌ 27 ଜଣ ଆକ୍ରାନ୍ତ ରହିଥିବାବେଳେ ଦୁଇଜଣ ସୁସ୍ଥ ହୋଇଛନ୍ତି ଓ ଜଣକର ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ରହିଛନ୍ତି 24 ଜଣ ।

ପୁରୀରୁ ସମୁଦାୟ 33 ଜଣ ଚିହ୍ନଟ ହୋଇଥିବାବେଳେ ଜଣେ ମାତ୍ର ସୁସ୍ଥ ହୋଇଛନ୍ତି । 32 ଜଣ ଚିକିତ୍ସାଧୀନ ରହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ଆଜି 4 ଜଣ ଚିହ୍ନଟ ହେବା ପରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 64ରେ ପହଞ୍ଚିଛି ।  ଜିଲ୍ଲାରୁ 48 ଜଣ ସୁସ୍ଥ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏବେ ସର୍ବମୋଟ 14 ଜଣ ଚିକିତ୍ସାଧୀନ ରହିଛନ୍ତି ।

ସେହିପରି ଅନୁଗୁଳରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି। ସମ୍ବଲପୁରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ରହିଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି। ସେହିପରି ନୟାଗଡରେ ସଂକ୍ରମିତଙ୍କ ସଂଖ୍ୟା 10କୁ ବୃଦ୍ଧି ପାଇଥିବାବେଳେ କେହି ସୁସ୍ଥ ହୋଇ ନାହାନ୍ତି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ଜାରି ହୋଇଥିବା କରୋନା ଅପଡେଟ୍‌ ସୂଚୀ:

logo

Positive Cases
District Positive Recovered Active Deceased
Ganjam 307 89 216 2
Jajpur 168 55 113 0
Balasore 121 25 96 0
Bhadrak 95 21 74 0
Khurdha 64 48 14 2
Kendrapara 38 3 35 0
Puri 33 1 32 0
Jagatsinghpur 28 5 23 0
Cuttack 27 2 24 1
Sundergarh 27 13 14 0
Angul 17 0 17 0
Mayurbhanj 11 4 7 0
Nayagarh 10 0 10 0
Keonjhar 8 2 6 0
Balangir 6 2 4 0
Boudh 5 0 5 0
Sambalpur 3 0 3 0
Deogarh 2 1 1 0
Jharsuguda 2 2 0 0
Kalahandi 2 2 0 0
Kandhamal 2 0 2 0
Dhenkanal 1 1 0 0
Koraput 1 1 0 0
Total 978 277 696 5
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.