କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

Published: May 19, 2020, 12:40 pm IST

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ 102 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 978ରେ ପହଞ୍ଚିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି :

ରାଜ୍ୟରେ ସର୍ବାଧିକ କରେନା ଆକ୍ରାନ୍ତ ଗଞ୍ଜାମରୁ ଚିହ୍ନଟ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମରୁ କେହି ଚିହ୍ନଟ ହୋଇ ନାହାନ୍ତି । ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 307ରେ ପହଞ୍ଚିଥିବାବେଳେ 89 ଜଣ ସୁସ୍ଥ ହୋଇଛନ୍ତି ଓ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଏବେ 216 ଜଣ ଚିକିତ୍ସାଧୀନ ରହିଛନ୍ତି ।

ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ 168 ରହିଥିବାବେଳେ 55ଜଣ ସୁସ୍ଥ ହୋଇଛନ୍ତି ଓ 113 ଜଣ ଏବେ ଆକ୍ଟିଭ୍‌ ରହିଛନ୍ତି । ଜଗତସିଂହପୁରରୁ ଗତକାଲି ଅପରାହ୍ନରେ 20 ଚିହ୍ନଟ ହୋଇଥିବାବେଳେ ଆଜି ତିନି ଜଣ ଚିହ୍ନଟ ହୋଇଛନ୍ତି  । ଏବେ ଜିଲ୍ଲାରେ ସର୍ବମୋଟ 28 ଥିବାବେଳେ 5 ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ 23ଟି ଆକ୍ଟିଭ୍‌ କେସ୍‌ ରହିଛି । ଭଦ୍ରକରେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 95ରେ ପହଞ୍ଚିଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି ଓ 74 ଜଣ ଚିକିତ୍ସାଧୀନ ରହିଛନ୍ତି ।

ବାଲେଶ୍ବରରେ ସର୍ବମୋଟ କରୋନା ଆକ୍ରାନ୍ତ 121 ଜଣ ଚିହ୍ନଟ ହୋଇଥିବାବେଳେ 25 ଜଣ ସୁସ୍ଥ ହୋଇଛନ୍ତି ଓ 96 ଜଣ ଚିକିତ୍ସାଧୀନ ରହିଛନ୍ତି ।  କେନ୍ଦ୍ରାପଡାରୁ ଆଜି 8 ଜଣ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 38ରେ ପହଞ୍ଚିଛି । ଏବେ ଜିଲ୍ଲାରେ 35 ଜଣ ଆକ୍ଟିଭ୍‌ ରହିଛନ୍ତି ।

କଟକରୁ ମୋଟ୍‌ 27 ଜଣ ଆକ୍ରାନ୍ତ ରହିଥିବାବେଳେ ଦୁଇଜଣ ସୁସ୍ଥ ହୋଇଛନ୍ତି ଓ ଜଣକର ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ରହିଛନ୍ତି 24 ଜଣ ।

ପୁରୀରୁ ସମୁଦାୟ 33 ଜଣ ଚିହ୍ନଟ ହୋଇଥିବାବେଳେ ଜଣେ ମାତ୍ର ସୁସ୍ଥ ହୋଇଛନ୍ତି । 32 ଜଣ ଚିକିତ୍ସାଧୀନ ରହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ଆଜି 4 ଜଣ ଚିହ୍ନଟ ହେବା ପରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 64ରେ ପହଞ୍ଚିଛି ।  ଜିଲ୍ଲାରୁ 48 ଜଣ ସୁସ୍ଥ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏବେ ସର୍ବମୋଟ 14 ଜଣ ଚିକିତ୍ସାଧୀନ ରହିଛନ୍ତି ।

ସେହିପରି ଅନୁଗୁଳରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି। ସମ୍ବଲପୁରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ରହିଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି। ସେହିପରି ନୟାଗଡରେ ସଂକ୍ରମିତଙ୍କ ସଂଖ୍ୟା 10କୁ ବୃଦ୍ଧି ପାଇଥିବାବେଳେ କେହି ସୁସ୍ଥ ହୋଇ ନାହାନ୍ତି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ଜାରି ହୋଇଥିବା କରୋନା ଅପଡେଟ୍‌ ସୂଚୀ:

logo

Positive Cases
District Positive Recovered Active Deceased
Ganjam 307 89 216 2
Jajpur 168 55 113 0
Balasore 121 25 96 0
Bhadrak 95 21 74 0
Khurdha 64 48 14 2
Kendrapara 38 3 35 0
Puri 33 1 32 0
Jagatsinghpur 28 5 23 0
Cuttack 27 2 24 1
Sundergarh 27 13 14 0
Angul 17 0 17 0
Mayurbhanj 11 4 7 0
Nayagarh 10 0 10 0
Keonjhar 8 2 6 0
Balangir 6 2 4 0
Boudh 5 0 5 0
Sambalpur 3 0 3 0
Deogarh 2 1 1 0
Jharsuguda 2 2 0 0
Kalahandi 2 2 0 0
Kandhamal 2 0 2 0
Dhenkanal 1 1 0 0
Koraput 1 1 0 0

Related posts