Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର : ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ୨୩ ପଜିଟିଭ, ଗତକାଲି ଜିଲ୍ଲାକୁ ଆସିଛନ୍ତି ୭୦୦ ପ୍ରବାସୀ
ଆଜିର ଖବର

ଜଗତସିଂହପୁର : ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ୨୩ ପଜିଟିଭ, ଗତକାଲି ଜିଲ୍ଲାକୁ ଆସିଛନ୍ତି ୭୦୦ ପ୍ରବାସୀ

May 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁରର ଗତକାଲି ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ୨୦ ଜଣଙ୍କ ମଧ୍ୟରୁ ନାଉଗାଁ ବ୍ଲକର ୧୯ଜଣ ଓ କୁଜଙ୍ଗ ବ୍ଲକର ୧ଜଣ ଅଛନ୍ତି । ଚିହ୍ନଟ ୨୦ଜଣଙ୍କ ମଧ୍ୟରୁ ୧୯ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ତାମିଲନାଡୁ ଫେରନ୍ତା ଅଟନ୍ତି । ସମସ୍ତ ଚିହ୍ନଟ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସମସ୍ତ ୨୦ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱରର କିମ୍‌ସ ହସ୍‌ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଜି ସକାଳୁ ଜଗତସିଂହପୁର ଜିଲ୍ଲାରେ ଆଉ ୩ଟି ପଜିଟିଭ୍ କେସ୍ ବାହାରିଛି ଓ ଏହି ସମସ୍ତ ପଜିଟିଭ୍ ଆକ୍ରାନ୍ତ ବାଲିକୁଦା ଅଚଂଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ ଦେଇଛନ୍ତି ।

ଗତକାଲି ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ପାଞ୍ଚ ସୁସ୍ଥଙ୍କ ମଧ୍ୟରେ ଜଣେ ୭୦ବର୍ଷ ବୟସ୍କ ବୃଦ୍ଧ ଅଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ।

ଗତକାଲି ଅର୍ଥାତ୍‌ ମେ ୧୮ତାରିଖ ଓ  ଆଜି ୧୯ତାରିଖ ସକାଳ ୭ଟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୭୦୦ଜଣ ଓଡିଆ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ପଚାଂୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି ।ଏହି କ୍ରମରେ ନାଉଗାଁ ବ୍ଲକକୁ ୮୯ଜଣ, ଜଗତସିଂହପୁର ବ୍ଲକକୁ ୭୭ଜଣ, ଜଗତସିଂହପୁର ପୌର ପରିଷଦକୁ ୨୧ଜଣ,ବା ଲିକୁଦା ବ୍ଲକକୁ୧୯୦ଜଣ,କୁଜଙ୍ଗ ବ୍ଲକକୁ୪୬ ଜଣ,ଏରସମା ବ୍ଲକକୁ୧୦୫ ଜଣ,ତିର୍ତୋଲ ବ୍ଲକକୁ ୯୦ଜଣ,ରଘୁନାଥପୁର ବ୍ଲକକୁ ୪୯ଜଣ,ବିରିଡି ବ୍ଲକକୁ ୩୩ଜଣଙ୍କୁ ପଠାଯାଇଅଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ,ଖାଇବା ପିଇବା, ରହଣିର ସୁବନ୍ଦୋବସ୍ତ କରାଯାଇଛି । ମେ ୧୫ ତାରିଖରେ ସଂଗୃହିତ ହୋଇ ପରୀକ୍ଷା ପାଇଁ ଯାଇଥିବା ୧୨୩ଟି ସ୍ୱାବ ରିପୋର୍ଟ ମଧ୍ୟରୁ ପୂର୍ବରୁ ୭୩ଟି ରିପୋର୍ଟ ନେଗେଟିଭ୍ ଆସିଥଲା ଏବଂ ଗତକାଲି ଆଉ ୩୦ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଅଛି । ମେ ୧୬ ତାରିଖରେ ସଂଗୃହିତ ୧୫୧ ସ୍ୱାବ ରିପୋର୍ଟ ମଧ୍ୟରୁ ୧୪୮ଟିର ରିପୋର୍ଟ ନେଗେଟିଭ୍ ଆସିଅଛି ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି । ଗତ ୩ ତାରିଖ ଠାରୁ ୧୮ ତାରିଖ ଅପରାହ୍ନ ୩ଟା ସୁଦ୍ଧା ଜଗତସିଂହପୁର ଜିଲ୍ଲାକୁ ୪୮୬୨ ଜଣ ପ୍ରବାସୀ ଓଡିଆ ଆସିଛନ୍ତି ।

କରୋନା ଆକ୍ରାନ୍ତ ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.