ଭୁବନେଶ୍ବର : ଗତକାଲି କରୋନା ମୁକ୍ତ ହୋଇଥିବା ରାଜଧାନୀ ଭୁବନେଶ୍ବରକୁ ପୁଣି ଥରେ କରୋନା ଫେରିଛି । ଆଜି ରାଜ୍ୟର 102 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂତନ 102 ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଭୁବନେଶ୍ବରର ବୋଲି ଜଣାପଡିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ 4 ଜଣ ରହିଛନ୍ତି । ଭୁବନେଶ୍ବରରୁ ଚିହ୍ନଟ 2 ଜଣ ଲୋକାଲ୍ କେସ୍ ବୋଲି କହିଛନ୍ତି ରାଜ୍ୟ ସରକାର । ସେହିପରି ଜିଲ୍ଲାର ଅନ୍ୟ ଦୁଇ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରର ହୋଇଥିବାବେଳେ ଦୁହେଁ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଛି ।
ମାତ୍ର କେଇ ଘଣ୍ଟା ପରେ ରାଜଧାନୀରୁ ପୁଣି ଥରେ କରୋନା ଫେରିବା ନେଇ ଚିନ୍ତା ବଢିଛି । ଏବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବମୋଟ 64ରେ ପହଞ୍ଚିଥିବାବେଳେ 48 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 2 ଜଣ ମୃତ୍ୟୁବରଣ କରିଥିବାବେଳେ 14 ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି । ଗତକାଲି ଭୁବନେଶ୍ବର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କାଲି ଭୁବନେଶ୍ବର କରୋନା ମୁକ୍ତ ହୋଇଥିଲା । ମାର୍ଚ୍ଚ 16 ତାରିଖରେ ପ୍ରଥମ କରୋନା ରୋଗୀ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରରୁ 48 ଜଣ ଚିହ୍ନଟ ହୋଇଥିଲେ । ପ୍ରାୟ 2 ମାସ ପରେ ଭୁବନେଶ୍ବର ଗତକାଲି କରୋନା ମୁକ୍ତ ଘୋଷଣା ହୋଇଥିଲା । ପୁନଶ୍ଚ ଆଜି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରୁ ମୋଟ୍ 64 ଜଣ ଚିହ୍ନଟ ହୋଇଥିବାବେଳେ 48 ଜଣ ସୁସ୍ଥ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏବେ ସର୍ବମୋଟ 14 ଜଣ ଚିକିତ୍ସାଧୀନ ରହିଛନ୍ତି ।