Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୁଗୁଲ୍‌ ଡୁଡୁଲ୍‌ରେ ମହିଳା ବିଶେଷ
ଆଜିର ଖବର

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୁଗୁଲ୍‌ ଡୁଡୁଲ୍‌ରେ ମହିଳା ବିଶେଷ

March 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
google celebrates international women's day
google celebrates international women's day

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଦିବସକୁ ସେଲିବ୍ରେଟ୍‌ କରିଛି ଗୁଗୁଲ୍ । ଆଜିର ଡୁଡୁଲ୍‌ରେ ମହିଳାଙ୍କ ବିଶେଷାଙ୍କ ରହିଛି । ପାଖାପାଖି ୧୧ଟି ଭାଷାରେ ମହିଳା ଲେଖାଯାଇଛି ଏହି ଡୁଡୁଲ୍‌ରେ ।  ହିନ୍ଦୀ, ଆରବିକ୍‌, ଫ୍ରେଞ୍ଚ୍‌, ବଙ୍ଗାଳୀ, ରୁଷିଆନ୍‌, ଜାପାନିସ୍‌, ଜର୍ମାନୀ, ଇଟାଲିଆନ୍‌, ଇଂରାଜୀ, ସ୍ପାନିଶ୍ ଏବଂ ପର୍ତ୍ତୁଗୀଜ୍‌ ପ୍ରମୁଖ ଭାଷାରେ ମହିଳା ଲେଖାଯାଇଛି । ଡୁଡୁଲ୍‌ରେ ଥିବା ପ୍ଲେ ବଟନ୍‌ରେ ଏକ ସ୍ଲାଇଡ୍‌ ଶୋ’ ଜରିଆରେ ସାରା ବିଶ୍ବର ସଫଳ ମହିଳାଙ୍କ ନିଜ ଭାଷାରେ ପ୍ରେରଣାଦାୟକ ବାର୍ତ୍ତା ରହିଛି । ଏହି ସ୍ଲାଇଡ୍‌ ଶୋ’ରେ ଆମେରିକା ମହାକାଶଚାରୀ ତଥା ଡ. ମାଇ ଜେମସନ୍‌, ମେକ୍ସିକୋର ଆର୍ଟିଷ୍ଟ ଫ୍ରିଡା କାହ୍‌ଲୋ, ଇଣ୍ଡିଆନ୍‌ ବକ୍ସର ମେରି କମ୍‌, ବ୍ରିଟିଶ୍‌ ଇରାକୀ ଆର୍କିଟେକ୍‌ ଜାହା ହଦିଦ୍‌ଙ୍କ ନାମ ରହିଛି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ପ୍ରଥମେ ଆମେରିକାର ସମାଜବାଦୀ ପାର୍ଟି ଫେବୃଆରୀ ୨୮ ତାରିଖରେ ମହିଳା ଦିବସର ପାଳନ କରିଥିଲେ । ପରବର୍ତ୍ତୀ ସମୟରେ ୧୯୧୭ ମସିହାରେ ରୁଷିଆରେ ମାର୍ଚ୍ଚ ୮କୁ ଜାତୀୟ ଛୁଟି ଦିବସ ରୂପେ ଘୋଷଣା କରାଗଲା । ପରବର୍ତ୍ତୀ ୬ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଦିବସଟି ବିଭିନ୍ନ ସଂସ୍କାରବାଦୀ ଆନ୍ଦୋଳନ ତଥା କମ୍ୟୁନିଷ୍ଟ୍‌ ଦେଶମାନେ ଏହି ଦିବସଟିକୁ ପାଳନ କଲେ । ୧୯୭୫ରେ ୟୁଏନ୍‌ ଏହି ଅନ୍ତର୍ଜାତୀୟ ଦିବସକୁ ପାଳନ କଲେ । ସେବେଠାରୁ ମାର୍ଚ୍ଚ ୮କୁ ମହିଳାଙ୍କ ଅଧିକାର ତଥା ବିଶ୍ବଶାନ୍ତି ପାଇଁ ୟୁଏନ୍‌ ଏହି ଦିବସଟିକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରିଆସୁଛି । ବିଭିନ୍ନ ବର୍ଷ ଭିନ୍ନ ଭିନ୍ନ ଥିମ୍‌କୁ ନେଇ ମହିଳା ଦିବସ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍‌ ରହିଛି –Think equal, build smart, innovate for change’. ସମାନ ଅଧିକାର ପାଇବା ବା ପୁରୁଷ ସହ ବରାବର ହେବା, ନିଜକୁ ସ୍ମାର୍ଟ କରିବା ତଥା ପରିବର୍ତ୍ତନ ପାଇଁ ଅଭିନବତାକୁ ଆପଣାଇବା ହେଉଛି ଆଜି ମହିଳା ଦିବସର ଥିମ୍‌ । ତେବେ ଆସନ୍ତୁ ଏହି ମହିଳା ଦିବସ ଅବସରରେ ମହିଳାଙ୍କୁ ସମ୍ମାନ ଦେବା ତଥା  ପରିବର୍ତ୍ତନ କରି ଆଜିର ସମୟରେ ନିଜ ଅଧିକାର ପାଇଁ ଲଢେଇ ଜାରି ରଖିବା ।

googledoodle thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବାଙ୍ଗାଲୋର ୟୁନିଭର୍ସିଟିରେ ପ୍ରଶିକ୍ଷଣ ନେଲେ ନୟାଗଡ଼ ଜିଲ୍ଲାର ୫ ପ୍ରଧାନ ଶିକ୍ଷକ

September 10, 2025

ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କହିଲେ….

September 10, 2025

ବିହାରରେ ୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୪-ଲେନ୍ ହାଇସ୍ପିଡ୍‌ କରିଡୋର ନିର୍ମାଣକୁ କ୍ୟାବିନେଟ୍‌ ଅନୁମୋଦନ

September 10, 2025

ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ପୁସ୍ତକ ଆମନ୍ତ୍ରଣ

September 10, 2025
Latest News

ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରବାସୀ ଭାରତୀୟଙ୍କୁ କଲେ ସାକ୍ଷାତ, କହିଲେ….

September 10, 2025

ବାଙ୍ଗାଲୋର ୟୁନିଭର୍ସିଟିରେ ପ୍ରଶିକ୍ଷଣ ନେଲେ ନୟାଗଡ଼ ଜିଲ୍ଲାର ୫ ପ୍ରଧାନ ଶିକ୍ଷକ

September 10, 2025

ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କହିଲେ….

September 10, 2025

ବିହାରରେ ୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୪-ଲେନ୍ ହାଇସ୍ପିଡ୍‌ କରିଡୋର ନିର୍ମାଣକୁ କ୍ୟାବିନେଟ୍‌ ଅନୁମୋଦନ

September 10, 2025

ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ପୁସ୍ତକ ଆମନ୍ତ୍ରଣ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.