ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ

Published: May 20, 2020, 5:20 pm IST

ଭୁବନେଶ୍ବର : ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୁଚନା ଦିଆଯାଇଛି।  ୩୬ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ୨୩ ଜଣ, ଯାଜପୁରରୁ ୫, ମୟୂରଭଞ୍ଜରୁ ୩, ପୁରୀ ଓ ଭଦ୍ରକରୁ ୨ ଜଣ ଲେଖାଏ ଏବଂ ରାଉରକେଲାରୁ ଜଣେ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୪୩ରେ ପହଞ୍ଚିଛି।

ଆଜି ସକାଳେ ରାଜ୍ୟରେ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହେବ ପରେ ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା  ୬କୁ ବୃଦ୍ଧି ହୋଇଛି।  ତେବେ ଆଜି ଅପରାହ୍ନରେ କଳାହାଣ୍ଡିରୁ ନୂତନ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Related posts