Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରଠାରେ ରାସନ ସାମଗ୍ରୀରେ ମହା ଦୁର୍ନୀତି: ରାସନ୍‌ କାର୍ଡ ଥାଇ ମଧ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ
ଆଜିର ଖବର

ବାଣପୁରଠାରେ ରାସନ ସାମଗ୍ରୀରେ ମହା ଦୁର୍ନୀତି: ରାସନ୍‌ କାର୍ଡ ଥାଇ ମଧ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ

May 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତରେ ରାସନ କାର୍ଡକୁ ନେଇ ଏକ ବଡ ଘୋଟାଲା ସାମ୍ନାକୁ ଆସିଛି। ରାସନ୍‌ କାର୍ଡ ଥାଇ ମଧ୍ୟ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ହିତାଧିକାରୀ। ସରକାରୀ ଗରିବ ତଥା ଖଟିଖିଆ ଲୋକଙ୍କ ପାଇଁ ରାସନ କାର୍ଡ ଜରିଆରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଥିବାବେଳେ ଯୋଗ୍ୟ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳୁଛି। କରୋନା ମହାମାରୀ ସମୟରେ ଗରିବ ଲୋକମାନେ ମୁଠାଏ ଖାଇବାକୁ ପାଉନଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ଏପରିକି ବିନା ରାସନ କାର୍ଡରେ ମଧ୍ୟ ରାସନ ସାମଗ୍ରୀ ପ୍ରଦାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାସନ୍‌ କାର୍ଡ ରହିଥିଲେ ମଧ୍ୟ ଏହାକୁ ଲୁଚାଇ ଅର୍ଥ ତୋଷାରପାତ କରିବାର ମାଧ୍ୟମ ଭାବରେ ବାଛି ନେଇଛନ୍ତି କିଛି କର୍ମଚାରୀ ।  ତୁମୁରାପୁଟଠାରେ ରାସନକାର୍ଡକୁ ନେଇ ଚାଲିଥିବା ଦୁର୍ନୀତିର ଗୁମର ଫିଟିଛି ।  ଏଠାରେ ଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ ଥାଇ ମଧ୍ୟ ତାଙ୍କୁ ରାସନ ସାମଗ୍ରୀ ଦେବାରୁ ବଞ୍ଚିତ କରାଯାଇଥିବାର ଅଭିଯୋଗ ହୋଇଛି।

ତୁମୁରାପୁଟର ରାଣୀପଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ନାମରେ ଦୀର୍ଘ ଦେଢ ବର୍ଷ ହେବ ରାସନ କାର୍ଡ ରହିଥିଲେ ମଧ୍ୟ ସେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଥିଲେ। ମିଳିଥିବା ସୂଚନା ଅନୁସାରେ  ରାଣୀପଡା ଗ୍ରାମର ସୁନୀତା ସାହୁଙ୍କ ନାମରେ ୧୯୦୩୧୩୧୪୪୨୩ ନମ୍ବରର ରାସନ୍‌ କାର୍ଡ ରହିଥିବାବେଳେ ସେ ଗତ ଦେଢବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟ, ସରପଞ୍ଚ ଓ ଡିଲର୍‌ଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରୁଥିଲେ। ଚଳିତ କରୋନା ସହାୟତା ସମୟରେ ସରପଞ୍ଚଙ୍କ ନିକଟରେ ରାସନ କାର୍ଡକୁ ନେଇ ଅଭିଯୋଗ କରିବା ପରେ ସେ ତାଙ୍କୁ ବ୍ଲକ କାର୍ଯ୍ୟାଳୟକୁ ପଠାଇଥିଲେ। ସେଠାରେ ସେ ବ୍ଲକର ଜନୈକ ଅଧିକାରୀଙ୍କୁ ଭେଟିବା ପରେ ତାଙ୍କ ନାମରେ ୨୦୧୯ରୁ କାର୍ଡ ଆସିଥିବାର ଜାଣିବାକୁ ପାଇଥିଲେ।  ଏହାପରେ ସମ୍ପୃକ୍ତ ଗ୍ରାମରେ ଚାଲିଥିବା ରାସନ କାର୍ଡ ଦୁର୍ନୀତି ଘଟଣା ସର୍ବସମ୍ମୁଖକୁ ଆସିଛି।

ସମ୍ପୃକ୍ତ ହିତାଧିକାରୀ ରାସନ୍‌ କାର୍ଡ ନମ୍ବର ଓ ଫଟୋ ଉଠାଇ ଆଣି ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ ତୁରନ୍ତ କରୋନା ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ଡିଲର୍‌ଙ୍କଠାରୁ ରାସନ୍‌ ସାମଗ୍ରୀ ନେବା ପାଇଁ କହିଥିଲେ। ଏହା ସମ୍ପର୍କରେ ସେହି ଗ୍ରାମର ଡିଲର୍‌ଙ୍କୁ ପଚାରନ୍ତେ ସେ ଏହାକୁ ଫାଙ୍କିବାକୁ ଚେଷ୍ଟା କରିଥିଲା। ତାଙ୍କୁ ରାସନ କାର୍ଡ ନମ୍ବର ଓ ଫଟୋ ଦେଖାଇବା ପରେ ପରମୁହୂର୍ତ୍ତରେ  ତାଙ୍କ ନାମରେ ଏପ୍ରିଲ୍‌ ମାସରେ କାର୍ଡ ଆସିଥିବା କହି କରୋନା ପାଇଁ ସରକାର ଦେଇଥିବା ଆଗୁଆ ତିନିମାସର ରାସନ ସାମଗ୍ରୀ ପ୍ରଦାନ କରିଥିଲା। ଦେଢ ବର୍ଷ ଧରି ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ରାସନ କାର୍ଡ ଥାଇ ମଧ୍ୟ ସେ ଫନୀ ସମୟରେ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଘଟଣା ସମ୍ମୁଖକୁ ଆସିବା ପରେ ସେହି ଗ୍ରାମର ଏପରି ଆଉ ତିନି ଜଣ ହିତାଧିକାରୀଙ୍କ ନାମରେ ମଧ୍ୟ ରାସନ କାର୍ଡ ଥିବା ତଥ୍ୟ ପଦାକୁ ଆସିଛି। ଏହି ତିନି ଜଣ ହେଉଛନ୍ତି ସୁଷମା ବେହେରା, ପ୍ରିୟଙ୍କା ଜେନା ଓ ଚାନ୍ଦିନୀ ଦାସ। ଚାନ୍ଦିନୀ ଦାସଙ୍କ ରାସନ କାର୍ଡ ନମ୍ବର ୧୯୦୩୧୩୧୪୪୨୪  ରହିଥିବାବେଳେ ପ୍ରିୟଙ୍କାଙ୍କ ରାସନ କାର୍ଡ ନମ୍ବର ହେଉଛି ୧୯୦୩୧୩୧୪୪୨୧ ଏବଂ ସୁଷମାଙ୍କ ରାସନ କାର୍ଡ ନମ୍ବର ହେଉଛି ୧୯୦୩୧୩୧୪୪୧୯।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ,  ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ରାସନ କାର୍ଡ ଥିଲା, ତେବେ ତାଙ୍କୁ ରାସନ କାର୍ଡ ଦିଆଯାଇନଥିଲା କାହିଁକି। ସାଧାରଣ ଲୋକଙ୍କୁ ତାଙ୍କ ହକ୍‌ରୁ ବଞ୍ଚିତ କରି ସରପଞ୍ଚଙ୍କଠାରୁ ଆରମ୍ଭ କରି ଡିଲର୍‌ ତଥା ଯୋଗାଣ ଅଧିକାରୀମାନେ ସମସ୍ତେ ସମସ୍ତଙ୍କ ଲାଭରେ ବ୍ୟସ୍ତ ରହୁଛନ୍ତି।  ଅପରପକ୍ଷେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ୨୦୧୯ରୁ ରାସନ କାର୍ଡ ଆସିଥିବା ନେଇ ତଥ୍ୟ ପ୍ରଦାନ କରାଯାଇଥିବା ବେଳେ ଏହି କାର୍ଡରେ ହୋଇଥିବା ଦେଣନେଣ ସମ୍ପର୍କିତ ଅନ୍ୟ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି ବ୍ଲକ୍‌ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ।

ଯୋଗାଣ ଅଧିକାରୀ ଓ ଡିଲରଙ୍କ ମଧୁଚନ୍ଦ୍ରିକା କାରଣରୁ ଗରିବ ଲୋକମାନେ ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଦୀର୍ଘ ଦେଢ ବର୍ଷ ହେବ ରାସନ କାର୍ଡକୁ ନେଇ  ଦୁର୍ନୀତି ଚାଲୁଥିବା ଜାଣି ବ୍ଲକ ଯୋଗାଣ ଅଧିକାରୀ ଏହି ଘଟଣା ସମ୍ପର୍କରେ ନୀରବତା ଅବଲମ୍ବନ କରି କାହାକୁ ଘଣ୍ଟ ଘୋଡାଉଛନ୍ତି ବୋଲି ପ୍ରଶ୍ନ ଉଠିଛି।

ରାସନ ସାମଗ୍ରୀ ବଣ୍ଟନ ମହାଦୁର୍ନୀତି ଉପରୁ ପରଦା ଉଠିବା ପରେ ରାସନ ସାମଗ୍ରୀ ବଣ୍ଟନ କେନ୍ଦ୍ରରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାକୁ ଜାରି କରିବାକୁ ନେଇ ସାଧାରଣରେ ଦାବି କରାଯାଉଛି। ଏହା ଜରିଆରେ ଯୋଗ୍ୟ ହିତାଧିକାରୀ ଆଉ ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ଆଶା କରାଯାଉଛି।

ଅପରପକ୍ଷରେ ଗୋଟିଏ ପଞ୍ଚାୟତରେ ଯଦି ଏତିକି ଲୋକ ଦୁର୍ନୀତିର ଶିକାର ହୋଇଛନ୍ତି ତେବେ ବାସ୍ତବରେ ତଦନ୍ତ କରାଗଲେ ଆହୁରି ଶତାଧିକ ହିତାଧିକାରୀ ସମ୍ମୁଖକୁ ଆସିବେ। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026
Latest News

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.