ନଦୀରେ ଭାସିଗଲା 5ଟି ଟ୍ରକ୍‌

Published: May 23, 2020, 12:29 pm IST

ଯାଜପୁର : ପାଣିକୋଇଲି ନିକଟ ବୈତରଣୀ ନଦୀରେ ଭାସିଗଲା 5ଟି ଟ୍ରକ୍‌ । ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଅଧୀନ ଲିଙ୍ଗେଶ୍ବର ଘାଟରେ ଆଜି 5ଟି ହାଇଓ୍ବ ଗାଡି ବୁଡି ଯାଇଛି । ଏହି ଗାଡିଗୁଡିକ ବାଲି ନେବା ପାଇଁ ଘାଟ ମଧ୍ୟରେ ପଶିଥିବାବେଳେ ହଠାତ୍‌ ଚେକ୍‌ ପୋଷ୍ଟରୁ ପାଣି ଛାଡି ଦିଆଯାଇଥିଲା । ଫଳରେ ଗାଡିଗୁଡିକ ସମ୍ପୂର୍ଣ୍ଣ ବୁଡି ଯାଇଥିଲେ । ତେବେ ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ତେବେ ଲକ୍‌ ଡାଉନ୍‌ ସମୟରେ ନିଷିଦ୍ଧାଞ୍ଚଳରେ କାହା ଅନୁମତିରେ ବାଲି ଉଠାଣ ଯାଉଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Related posts