Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ଷ୍ଟେସନରେ ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇଲେ ପ୍ରବାସୀ
ଆଜିର ଖବର

ଚିଲିକା ଷ୍ଟେସନରେ ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇଲେ ପ୍ରବାସୀ

May 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରବାସୀ ଶ୍ରମିକ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଆସୁଥିବା ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ଟି ଗଞ୍ଜାମ ଷ୍ଟେସନରେ ନ ରହିବାରୁ ଚିଲିକାରେ ଚେନ୍‌ ଟାଣି ଓହ୍ଲାଇଥିଲେ ପ୍ରବାସୀ ଶ୍ରମିକ। ପ୍ରାୟ ୪୨୦ ରୁ ଅଧିକ ପ୍ରବାସୀ ଶ୍ରମିକ ଟ୍ରେନ୍‌ରୁ ଓହ୍ଲାଇଥିବା ବେଳେ ଜିଆର୍‌ପି ପୋଲିସ୍‌ ପକ୍ଷରୁ ତାଙ୍କୁ ଅଟକ ରଖାଯାଇଥିଲା। ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ପ୍ରାୟ ୭୦୦ ଶ୍ରମିକ ଆସିଥିବା ବେଳେ ଚିଲିକାରେ ଏହି ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ ନମ୍ବର ୦୭୨୩୪ର ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ଟି ଗୁଣ୍ଟୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିଲା।

ଓହ୍ଲାଇଥିବା ଯାତ୍ରୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୪୦୦ ରୁ ଅଧିକ ପ୍ରବାସୀ ରହିଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ୧୦ ଏବଂ କଳାହାଣ୍ଡିର ୧୦ ଜଣ ପ୍ରବାସୀ ରହିଥିଲେ। ଏହି ଘଟଣା ନେଇ ଆରପିଏଫ୍‌ ପକ୍ଷରୁ ଗଞ୍ଜାମ ପ୍ରଶାସନକୁ ଜଣାଇବା ପରେ ଖଲ୍ଲିକୋଟ ତହସିଲଦାର ପହଞ୍ଚି ଶ୍ରମିକଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଚେନ୍‌ ଟଣା ହେବା ପରେ ଚିଲିକା ବ୍ଲକ୍‌ର ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଳୀପ କୁମାର ମହାନ୍ତିଙ୍କ ନେତୃତ୍ଵରେ ଡୁଙ୍ଗମାଳ ପଞ୍ଚାୟତ ପକ୍ଷରୁ ଲିଙ୍ଗରାଜ ଜାଲି, ଭ୍ରମର ପାଇକରାୟ, ତାରକେଶ ପଟ୍ଟନାୟକ ଏବଂ ଅରୂପ ସ୍ବାଇଁ ସମସ୍ତ ପ୍ରବାସୀଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ପାଣିର ବନ୍ଦୋବସ୍ତ କରିଥିଲେ।

ପ୍ରବାସୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଅଞ୍ଚଳରୁ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ: ତିନି ଗିରଫ

September 20, 2026

ଆଜି ୨୦ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର: ଜାଣନ୍ତୁ ରାଶିଫଳ

September 20, 2026

TMC ବିବାଦରେ ରାହୁଲ-ରିଜିଜୁ ମୁହାଁମୁହିଁ: ‘କଂଗ୍ରେସ ନିଜେ ଭସ୍ମାସୁର’ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

September 19, 2026

ମଧ୍ୟପ୍ରଦେଶ ଟ୍ରାଜେଡି : ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାରକୁ ୫ ଲକ୍ଷ ଲେଖାଏ ସହାୟତା ଘୋଷଣା

September 19, 2026
Latest News

ବାଣପୁର ଅଞ୍ଚଳରୁ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ: ତିନି ଗିରଫ

September 20, 2026

ଆଜି ୨୦ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର: ଜାଣନ୍ତୁ ରାଶିଫଳ

September 20, 2026

TMC ବିବାଦରେ ରାହୁଲ-ରିଜିଜୁ ମୁହାଁମୁହିଁ: ‘କଂଗ୍ରେସ ନିଜେ ଭସ୍ମାସୁର’ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

September 19, 2026

ମଧ୍ୟପ୍ରଦେଶ ଟ୍ରାଜେଡି : ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାରକୁ ୫ ଲକ୍ଷ ଲେଖାଏ ସହାୟତା ଘୋଷଣା

September 19, 2026

ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ : ବାଚସ୍ପତି

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.