ଅଭିନେତା କିରଣ କୁମାରଙ୍କୁ କରୋନା

Published: May 24, 2020, 12:01 pm IST

ମୁମ୍ବାଇ:  ବଲିଉଡ୍‌ ଅଭିନେତା କିରଣ କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ମିଳିଥିବା ସୂଚନା ଅନୁସାରେ, କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ସେ  ସେଲ୍ଫ୍‌ କ୍ୱାରେଣ୍ଟିନ୍‌ରେ ରହିଥିବା ଜଣାପଡ଼ିଛି। ସେ ହେଲ୍‌ଥ୍‌ ଚେକ୍‌ ଅପ୍‌ ପାଇଁ ସେ ହସ୍ପିଟାଲ୍‌ ଯାଇଥିଲେ ଓ କୋଭିଡ୍‌-19 ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସାମ୍ପଲ୍‌ ଟେଷ୍ଟ୍‌ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଯାଉନଥିଲା ବୋଲି ସେ କହିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି ଓ ବର୍ତ୍ତମାନ ମଧ୍ୟ ତାଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖାଯାଉ ନାହିଁ ବୋଲି କିରଣ କହିଛନ୍ତି। ତେଣୁ ଆସନ୍ତାକାଲି ଆଉଥରେ ସେ ନମୁନା ପରୀକ୍ଷା କରିବେ ବୋଲି ଜଣାପଡ଼ିଛି।

ତେବେ କିରଣଙ୍କ ପୂର୍ବରୁ ବଲିଉଡ୍‌ ଗାୟିକା ତଥା ସେଲିବ୍ରିଟି କନିକା କପୁର୍‌, ପ୍ରଯୋଜକ କରିମ ମୋରାନି ଓଙ ତାଙ୍କ ଦୁଇ ଝିଅ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏମାନେ ସମେସ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବଲିଉଡ୍‌ର ଏକ ଜଣାଶୁଣା ନାମ ହେଉଛନ୍ତି କିରଣ କୁମାର । 60 ଦଶକରୁ ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିଲେ କିରଣ । ଲଭ୍‌ ଇନ୍‌ ଶିମ୍‌ଲାରେ ପ୍ରଥମେ ଅଭିନୟ କରିଥିବାବେଳେ ଏହା ପରେ ପରେ ସେ ଅପରାଧୀ, ମିଷ୍ଟର ରୋମିଓ, ରଇଜ୍‌, କୁଳବଧୂ, ମୌତ କେ ସୌଦାଗାର୍‌, କୁଦରତ୍‌ କା କାନୁନ୍‌, କାତିଲ୍‌, ଗଙ୍ଗା ତେରେ ଦେଶ ମେଁ, କାଲାବଜାର୍‌, ଦୋସ୍ତ, ପରଥ କେ ଫୁଲ୍‌, ଖୁନ୍‌ କା କର୍ଜ, ହିନା, ଖୁଦାଗବାହ, ଧଡକନ୍‌, ବୋଲ୍‌ ରାଧା ବୋଲ୍‌, ମୁଝସେ୍‌ ସାଦି କରୋଗୀ, ଆକାଶବାଣୀ, ଧଡକନ୍‌ ପରି ଫିଲ୍ମ ସହିତ ଓ ଅନେକ ଟିଭି ସିରିୟଲ୍‌ରେ ଅଭିନୟ କରିଛନ୍ତି ଅଭିନେତା କିରଣ।

Related posts