ରାଜ୍ୟରେ ଆଉ 53 ଆକ୍ରାନ୍ତ ସୁସ୍ଥ

Published: May 24, 2020, 2:50 pm IST

ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ 53 ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 550ରେ ପହଞ୍ଚିଛି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1336ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 780ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ 30, ଯାଜପୁର 18, ଖୋର୍ଦ୍ଧାରୁ 3 ଏବଂ କେନ୍ଦୁଝରରୁ 2 ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ବିଗତ ତିନି ଦିନ ଧରି ଆକ୍ରାନ୍ତ ଏବଂ ସୁସ୍ଥ ଅନୁପାତ ବୃଦ୍ଧି ପାଇବା ରାଜ୍ୟ ପାଇଁ ଶୁଭସଙ୍କେତ । ଉଲ୍ଳେଖଯୋଗ୍ୟ ଯେ, ଆଜି ସକାଳୁ 67 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Related posts