
ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁଇ କରୋନା ପଜିଟିଭଙ୍କୁ ସ୍ଥାନୀୟ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ କଳାହାଣ୍ଡି ସିଡିଏମଓ ଏହି ଘୋଷଣା କରିଛନ୍ତି । ଦୁଇ ଆକ୍ରାନ୍ତ ହେଉଛନ୍ତି ମା ଏବଂ ଝିଅ । ଉଭୟଙ୍କ ବୟସ ଯଥାକ୍ରମେ 44 ଏବଂ 19 ବୋଲି ଜଣାପଡିଛି ।
ଉଭୟ 12 ତାରିଖରେ ପଶ୍ଚିମବଙ୍ଗରୁ ସମ୍ବଲପୁର ଦେଇ ଭବାନୀପାଟଣା ଆସିବା ପରେ ଜୁନାଗଡ ସ୍ଥିତ ଏକ ହୋଟେଲରେ ପେଡ୍ କ୍ବାରେଣ୍ଟିନ୍ରେ ରହିଥିଲେ । ଉଭୟ ପଜିଟିଭ୍ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ନୂତନ ଦୁଇ ଆକ୍ରାନ୍ତଙ୍କୁ ମିଶାଇ କଳାହାଣ୍ଡି ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 15ରେ ପହଞ୍ଚିଛି । ଏହା ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ 13 ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।