ଆକ୍ରାନ୍ତ ଚିହ୍ନଟ ହେବା ପରେ ବଡକୂଳ ପଞ୍ଚାୟତକୁ 72ଘଣ୍ଟା ପାଇଁ ସଟ୍‌ଡାଉନ୍‌ କଲେ ସରପଞ୍ଚ

Published: May 26, 2020, 11:21 am IST

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ବଡ଼କୂଳ ପଞ୍ଚାୟତକୁ 72 ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରିଛନ୍ତି ସରପଞ୍ଚ ପ୍ରମିଳା ଦଳବେହେରା। ରାଜ୍ୟ ସରକାର କ୍ବାରେଣ୍ଟାଇନ୍‌ ଅବଧିରେ ପରିବର୍ତ୍ତନ କରିବା ପରେ ବଡକୂଳର ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରୁ 43 ଜଣଙ୍କୁ ଘରକୁ ଛଡାଯାଇଥିଲା। କିନ୍ତୁ ଗତକାଲି ତାଙ୍କର ରିପୋର୍ଟ ଆସିବା ପରେ ସେହି 43 ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହି ରିପୋର୍ଟ ଆସିବା ପରେସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ରିପୋର୍ଟ ନ ଆସିବା ପୂର୍ବରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଆସିଥିବା ଏହି ତିନି ଜଣ ଆକ୍ରାନ୍ତ ପାଖାପାଖି 100 ଜଣଙ୍କ କଣ୍ଟାକ୍ଟରେ ଆସିଥିବାର ସୂଚନା ରହିଛି। ଏହାପରେ ବଡକୂଳ ପଞ୍ଚାୟତର ତିନୋଟି ଗ୍ରାମ ନୂଆଗଡ, ଖଡିକାପଲ୍ଲୀ, ରାଉତରାପଲ୍ଲୀକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବାବେଳେ ତିନି ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରି ସେମାନଙ୍କୁ ଚିହ୍ନଟ କରାଯାଉଛି  ବୋଲି ନୋଡାଲ ଅଫିସର୍‌ ଗଣେଶ୍ବର ସ୍ବାଇଁ ସୂଚନା ଦେଇଛନ୍ତି । ତିନି ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ରହିଛି।

 

Related posts