
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟକ 1.5 ଲକ୍ଷ ଅତିକ୍ରମ କରିଛି । ବୁଧବାର ସକାଳ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1,51,767ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 4337ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 6387 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 170 ଜଣଙ୍କ ପ୍ରାଣହାନି ଘଟିଛି । ସେହିପରି ଦେଶରେ ସମୁଦାୟ 64,425 ଜଣ ସୁସ୍ଥ ହୋଇଥିବା ବେଳେ 83004ଟି ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରରେ ଦେଶର ଏକ ତୃତୀୟାଂଶ ଆକ୍ରାନ୍ତ ବା 54758 ଆକ୍ରାନ୍ତ ରହିଥିବା ବେଳେ ତାମିଲନାଡୁରେ 17728 ଜଣ ଆକ୍ରାନ୍ତ ରହିଛନ୍ତି । ମହାରାଷ୍ଟ୍ରରେ 1792 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାମିଲାନାଡୁରୋ 127 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 14821 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 915 ରହିଛି ।