ସର୍ବୋଚ୍ଚ କୋର୍ଟଙ୍କ ବଡ ରାୟ : ପ୍ରବାସୀ ଶ୍ରମିକଙ୍କ ପାଇଁ ମାଗଣା ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ରାଜ୍ୟଙ୍କୁ ନିର୍ଦ୍ଦେଶ

Published: May 28, 2020, 4:38 pm IST

ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକ ମାନେ ନାନାଦି ହଇରାଣ ହରକତ ହେଉଥିବାରୁ ଏକ ବଡ ରାୟ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଶ୍ରମିକଙ୍କ ଠାରୁ ବସ୍ କି ରେଳଯାତ୍ରା ଖର୍ଚ୍ଚ ନିଆଯିବନାହିଁ । ନିଜ ରାଜ୍ୟର ପ୍ରବାସୀ ଶ୍ରମିଙ୍କ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ସମ୍ପୃକ୍ତ ରାଜ୍ୟ ସରକାର । ଖାଦ୍ୟ ବ୍ୟବସ୍ଥାରୁ ଆରମ୍ଭ କରି ଯେଉଁ ରାଜ୍ୟ ଦେଇ ଯିବେ ସେହି ରାଜ୍ୟର ସରକାର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରେଳ ଓ ବସରେ ଫେରୁଥିବା ଶ୍ରମିକ ମାନଙ୍କ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ଉପଯୁକ୍ତ ପରିମାଣରେ କରିବାକୁ କଡ଼ା ନିର୍ଦ୍ଦେଶ । ତୁରନ୍ତ ଆଶ୍ରୟ, ଖାଦ୍ୟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ପ୍ରତି ଠିକ୍ ବ୍ୟବସ୍ଥା ହେଉନଥିବା ନେଇ ଚିନ୍ତାବ୍ୟକ୍ତ କଲେ କୋର୍ଟ । ଆସନ୍ତା 5 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । (ଏଜେନ୍ସି)

Related posts