ରମେଶ ମହାନ୍ତି
ଜଗତସିଂହପୁର: ଆଜି ସକାଳୁ ରାଜ୍ୟରୁ ୬୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଜଗତସିଂହପୁର ଜିଲ୍ଲାରୁ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି। ଆଜିର ଦୁଇ ଆକ୍ରାନ୍ତ ଉଭୟ ପୁରୁଷ ଏବଂ ଉଭୟଙ୍କ ବୟସ ଯଥାକ୍ରମେ ୫୯ ଏବଂ ୬୦। ଦୁଇ ଜଣ ଆକ୍ରାନ୍ତ ନାଉଗାଁ ବ୍ଲକ୍ର ଏବଂ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ସହିତ ଉଭୟ କ୍ବାରେଣ୍ଟିନ୍ ସେଣ୍ଟରରେ ରହିଥିବା ଜଣାପଡିଛି। ଉଭୟଙ୍କୁ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ବାବ ରିପୋର୍ଟ ନଆସିବା ପର୍ଯ୍ୟନ୍ତ କାହାରିକୁ ଘରକୁ ଛଡାଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।