ରାଜ୍ୟରେ ଆଉ 63 ପଜିଟିଭ୍‌ ଚିହ୍ନଟ

Published: May 29, 2020, 11:27 am IST

ଭୁବନେଶ୍ବର : ରାଜ୍ୟରେ ଆଜି ନୂତନ 63 ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ 63 ଜଣଙ୍କ  ମଧ୍ୟରେ 61 ଜଣ କ୍ବାରେଣ୍ଟାଇନ୍‌ କେନ୍ଦ୍ରର ହୋଇଥିବାବେଳେ ଦୁଇଟି ଲୋକାଲ୍‌ କେସ୍‌ ରହିଛି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1723କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 887 ଜଣ ଓ ମୃତ୍ୟୁବରଣ କରିଛନ୍ତି 7ଜଣ । ତେବେ ରାଜ୍ୟରେ ଆକ୍ଟିଭ୍‌ କେସ 827 ରହିଛି ।

ଆଜି ଚିହ୍ନଟ ହୋଇଥିବା 63 ଜଣ ଆକ୍ରାନ୍ତ ଓଡ଼ିଶାର 15ଟି ଜିଲ୍ଲାରୁ ରହିଛନ୍ତି ବୋଲି ସୂଚନା ରହିଛି । ଏହି ନୂତନ 63 ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 12, ଜଗତସିଂହପୁରରୁ 11 ଜଣ ରହିଛନ୍ତି ।  ଗଞ୍ଜାମରୁ 4, ବାଲେଶ୍ବର ଓ କଟକରୁ ତିନି ଲେଖାଏଁ ଚିହ୍ନଟ ହୋଇଥିବବେଳେ ଢେଙ୍କାନାଳରୁ 9, ନୟାଗଡରୁ 7, ବଲାଙ୍ଗିରରୁ 6, ସୁନ୍ଦରଗଡରୁ 2 ଜଣ ରହିଥିବାବେଳେ ପୁରୀ, ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

Related posts