Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ: ଜିଲ୍ଲାପାଳଙ୍କ ଦ୍ଵାରା କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା
ଆଜିର ଖବର

ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ: ଜିଲ୍ଲାପାଳଙ୍କ ଦ୍ଵାରା କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା

May 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ନିମ୍ନଲିଖିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି।

ସେଗୁଡିକ ହେଲା-

କଲେଜ୍ ଛକର ମୁଖ୍ଯରାସ୍ତାର ଦୁଇ ପାର୍ଶ୍ଵ ରୁ ରଞ୍ଜନ ଦାସଙ୍କ ଘର ପର୍ଯ୍ୟନ୍ତ।

ପୂର୍ବ ଦିଗରେ ସତ୍ୟ ନାରାୟଣ ମୁଦୁଲିଙ୍କ ଘର ଠାରୁ ପଶ୍ଚିମ ଦିଗରେ କୋଟ ବିଦ୍ୟାଧରପୁର ୟୁପି ସ୍କୁଲ୍ ପର୍ଯ୍ୟନ୍ତ।

ଉତ୍ତରରେ ସୁଶାନ୍ତ ରଥଙ୍କ ଘର ଠାରୁ ଦକ୍ଷିଣରେ ତ୍ରିନାଥ ସାହୁ ଙ୍କ ଘର ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି।

ଏହିପରି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଠାରୁ ଏନ୍ଏସି ଅଫିସ୍ ରାସ୍ତା ସହ ପ୍ରକାଶ ମେଡିକାଲ୍ ଷ୍ଟୋର ଓ ସେଠାରେ ଥିବା ନିକଟସ୍ଥ ମାର୍କେଟ କମ୍ପଲେକ୍ସ ଗୁଡ଼ିକୁ ମଧ୍ୟ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ପରିଚିହ୍ନିତ କରଯାଇଛି।

ପରିଚିହ୍ନିତ ହୋଇ ଥିବା ଅଞ୍ଚଳରେ କୌଣସି ଜନସାଧାରଣଙ୍କୁ ଯାତାୟାତ ଅନୁମତି ଦିଆ ଯିବ ନାହିଁ ଏବଂ ସେଠାରେ ଥିବା ସମସ୍ତ ଅଧିବାସୀଙ୍କୁ ଘରେ ରହି ବାକୁ ପରାମର୍ଶ ଦିଆ ଯାଇଛି। ସେଠାରେ ଥିବା ସମସ୍ତ ଦୋକାନ ବଜାର ଗୁଡ଼ିକ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଯୋଗାଇ ଦିଆ ଯିବ। ଏଥି ପାଇଁ ନିଯୁକ୍ତ ନୋଡାଲ ଅଫିସର୍ ମାନେ କାର୍ଯ୍ୟ କରିବେ।

ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ଆସୁଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।

ଏହି ଅଞ୍ଚଳ ରେ କଣ୍ଟେନମେଣ୍ଟ ଅବଧି ଆଜି ସନ୍ଧ୍ୟା ୭ ଟା ଠାରୁ ଲାଗୁ ହୋଇଥିବା ବେଳେ ଏହା ଆସନ୍ତା ୩୧ ତାରିଖ ସନ୍ଧ୍ୟା ୭ ଘଟିକା ଯାଏଁ ବଳବତ୍ତର ରହିବ।

ଉକ୍ତ କଣ୍ଟେନମେଣ୍ଟ ଜୋନ ରେ ଅତ୍ୟାବଶ୍ୟକ ସେବା ଯୋଗାଇବା, ସ୍ୱାବ ଟେଷ୍ଟ କରିବା, ଆର.ଆର.ଟି ଟିମ ସର୍ଭେ, ସାନିଟାଇଜେସନ,କଣ୍ଟାକ୍ଟ ଟ୍ରେସିଂ, ଘର ଠୁ ଘର ସର୍ଭେ ପାଇଁ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ଡା. ଧୂରଜଟି ପ୍ରସାଦ ମହାପାତ୍ର (ସୁପରିଟେଣ୍ଡେଣ୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଣପୁର), ଶ୍ରୀମତୀ ବିଦ୍ୟୁତପ୍ରଭା ରଥ ( ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଚିଲିକା), ବିବେକାନନ୍ଦ ଦାସ (ଅଗ୍ନିଶମ ବିଭାଗ ଅଧିକାରୀ, ବାଣପୁର) ଙ୍କୁ ନୋଡାଲ ଅଫିସର ରୂପେ ନିଯୁକ୍ତି ଦିଆଯାଇଛି ଓ ଏହି ସବୁ କାର୍ଯ୍ୟକୁ ପରିଚାଳନା କରିବେ ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାନନ୍ଦ ସ୍ୱାଇଁ।

corona ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

September 27, 2026

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026
Latest News

ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା: ନିର୍ବାଚନ ଆୟୋଗ

September 27, 2026

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

September 27, 2026

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.