ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ରେଲଓ୍ବେ

Published: May 30, 2020, 1:27 pm IST

ପୁରୀ : ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ରେଲଓ୍ବେର ନିଷ୍ପତ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ରହିଛି । ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଏପରି ନିଷ୍ପତ୍ତି ନେଇଛି ରେଲଓ୍ବେ । ତେବେ ପୁରୀକୁ ଯାଉଥିବା ବା ଆସୁଥିବା ଟ୍ରେନ୍‌ ଭୁବନେଶ୍ବର ଯାଏ ଯିବ । ଜୁନ୍‌ 1ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌  ଭୁବନେଶ୍ବରରୁ ଯିବ ବୋଲି ସୂଚନା ରହିଛି । ସେହିପରି ସିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ୍‌ କ୍ଷେତ୍ରରେ ବି ସମାନ ବ୍ୟବସ୍ଥା ଲାଗୁ କରାଯାଇଛି । ତେବେ କାହିଁକି ପୁରୀକୁ ଟ୍ରେନ୍‌ କଟକଣା କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ସମ୍ଭବତଃ ସ୍ନାନ ପୂର୍ଣ୍ଣିମାକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବାର ଅନୁମାନ କରାଯାଉଛି ।

Related posts