ଗୋଟିଏ ଦିନରେ ସୁସ୍ଥ ହେଲେ 11264 ଆକ୍ରାନ୍ତ : 82 ହଜାର ଅତିକ୍ରମ କଲା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା

Published: May 30, 2020, 9:49 pm IST

ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶନିବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ 24 ଘଣ୍ଟା ମଧ୍ୟରେ 11264 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ଡବଲିଂ ରେଟ୍‌ 15.40ରେ ପହଞ୍ଚିଛି । ସେହିପରି ଆରୋଗ୍ୟ ହାର ମଧ୍ୟ 47.40 ପ୍ରତିଶତ ଛୁଇଁଛି । ଶନିବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 82369ରେ ପହଞ୍ଚିଛି । ବିଗତ ଦୁଇ ସପ୍ତାହ ଧରି ଡବଲିଂ ରେଟ୍‌ 13.3 ରହିଥିବା ବେଳେ ଶନିବାର ଏହା 15.4କୁ ବୃଦ୍ଧି ପାଇଛି । ମୃତ୍ୟୁହାର ବର୍ତ୍ତମାନ 2.86ରେ ପହଞ୍ଚିଥିବା ବେଳେ 2.55 ପ୍ରତିଶତ ଆକ୍ରାନ୍ତ ଭେଣ୍ଟିଲେଟରରେ ରହିଛନ୍ତି । ସେହପରି 0.48 ପ୍ରତିଶତ ଆକ୍ରାନ୍ତ ଆଇସିୟୁରେ ରହିଥିବା ବେଳେ 1.96 ପ୍ରତିଶତ ଆକ୍ରାନ୍ତ ଅମ୍ଲଜାନ ସହାୟତାରେ ବଞ୍ଚିଛନ୍ତି । (ଏଜେନ୍ସି)

Related posts