Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଭାଇରସ୍‌ ମୁକାବିଲାରେ ବିଫଳ ବାହୁବଳୀ ପ୍ରଧାନମନ୍ତ୍ରୀ : କପିଲ୍‌ ଶିବଲ୍‌
ଆଜିର ଖବର

କରୋନା ଭାଇରସ୍‌ ମୁକାବିଲାରେ ବିଫଳ ବାହୁବଳୀ ପ୍ରଧାନମନ୍ତ୍ରୀ : କପିଲ୍‌ ଶିବଲ୍‌

May 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ୍‌ ଶିବଲ୍‌ । ଭାରତର ବାହୁବଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍‌ ମୁକାବିଲାରେ ବିଫଳ ହୋଇଛନ୍ତି । ମୋଦିଙ୍କ ଅଜ୍ଞତା କାରଣରୁ ଦେଶର ଆର୍ଥିକ ବ୍ୟବସ୍ଥା ରସାତଳଗାମୀ ହୋଇଛି ଏବଂ ଏହି ପରସ୍ଥିତିରୁ ବାହାରିବା ଭାରତ ପାଇଁ କଷ୍ଟସାଧ୍ୟ ହେବ ବୋଲି ଶିବଲ୍‌ କହିଛନ୍ତି । ଏହା ସହିତ ଏହି ଭାଇରସ୍‌ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ଶ୍ରମିକ ମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବା ପାଇଁ ଶିବଲ୍‌ ଦାବି କରିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତିକୁ ମଧ୍ୟ ଶିବଲ୍‌ ସମାଲୋଚନା କରିଛନ୍ତି । ସର୍ବଦା ଭାରତର ବନ୍ଧୁରାଷ୍ଟ୍ର ରହିଥିବା ନେପାଳ ସହିତ ସୀମା ବିବାଦ ଆରମ୍ଭ ହୋଇଛି । ଚୀନ୍‌ ସହିତ ମଧ୍ୟ ବିବାଦ ପୂର୍ବବତ ଜାରି ରହିଛି । ପ୍ରଧାନମନ୍ତ୍ରୀ ପଡୋଶୀ ନେତୃତ୍ବଙ୍କ ସହିତ ଆଖି ମିଶାଇ ଆଲୋଚନା କରିବାର ସତ୍‌ସାହସ ହରାଇ ସାରିଛନ୍ତି ବୋଲି ଶିବଲ୍‌ ଅଭିଯୋଗ କରିଛନ୍ତି । ଦେଶବାସୀଙ୍କୁ ଚୀନ୍‌ ସୀମା ବିବାଦ ସମ୍ପର୍କରେ ସବିଶେଷ ତଥ୍ୟ ଆବଶ୍ୟକ ବୋଲି ଶିବଲ୍‌ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍‌ ଗାନ୍ଧୀ ତିନି ଦିନ ତଳେ ସମାନ ଦାବି ଉପସ୍ଥାପନ କରିଥିଲେ । (ଏଜେନ୍ସି)

kapilsibbal narendramodi
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.