ରାଫେଲ୍‌ ମାମଲାରେ ସରକାରଙ୍କ ୟୁଟର୍ଣ୍ଣ ପରେ ବର୍ଷିଲେ ଚିଦାମ୍ବରମ୍‌ :   ଚୋର ଚୋରି ଫାଇଲ୍‌ ଫେରାଇ ଦେଇଛି

Published: Mar 9, 2019, 4:10 pm IST
chidambaram slams modi govt for Rafael issue

ରାଫେଲ୍‌ ମାମଲାରେ ସରକାର ୟୁଟର୍ଣ୍ଣ ନେଇଛନ୍ତି  । ଗତ ବୁଧବାର ଦିନ ସୁପ୍ରିମ୍‌କୋର୍ଟରେ ରାଫେଲ୍‌ ସମ୍ପର୍କିତ ଯାଚିକା ପୁନଃବିଚାର ଉପରେ ସରକାର କୋର୍ଟରେ ରାଫେଲ୍‌ ସମ୍ପର୍କିତ ଦସ୍ତାବିଜ୍‌ ଚୋରି ହୋଇଯାଇଛି ଓ ଏହାର ତଦନ୍ତ ଚାଲିଛି ବୋଲି କହିଥିଲେ । ଚୋରିକୁ ନେଇ ସରକାରଙ୍କ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ସୁପ୍ରିମ୍‌କୋର୍ଟ । ରାଫେଲ୍‌ ଦସ୍ତାବିଜ୍‌ ଚୋରି ହେବା ଅଭିଯୋଗ ପରେ ବିରୋଧୀଙ୍କ କଡ଼ା ସମାଲୋଚନା ପରେ  ଏହି ମାମଲାରେ ସରକାର ୟୁ ଟର୍ଣ୍ଣ ନେଇଛନ୍ତି । ରାଫେଲ୍‌ ସମ୍ପର୍କିତ ଦସ୍ତାବିଜ୍‌ ଚୋରି ହୋଇନି ବରଂ ଏହାର ଫଟୋକପି କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି । ଏହାପରେ ଆଟର୍ନି ଜେନେରାଲ କେ କେ ବେଣୁଗୋପାଳ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ ଡକ୍ୟୁମେଂଟ ଚୋରି ହୋଇନଥିବାର ସ୍ପଷ୍ଟ କରିଥିଲେ । ଅଭିଯୋଗକାରୀ ଏହାର ଫଟୋ କପି ବ୍ୟବହାର କରିଛନ୍ତି । ବେଣୁଗୋପଳ କହିଛନ୍ତି, ସୁପ୍ରିମକୋର୍ଟଙ୍କୁ ସେ ଜଣାଇଥିଲେ ଯେ ସରକାରଙ୍କ ଗୋପନୀୟ ଫାଇଲର ଫଟୋ କପି ପିଟିସନରେ ଦାଖଲ କରିଛନ୍ତି ଅଭିଯୋଗକାରୀ । ରାଫେଲ୍‌ ଡିଲ୍‌ ଚୋରି ହୋଇନାହିଁ ବରଂ ଯାଚିକା କର୍ତ୍ତା ଏଥିରେ ମୂଳ ଫାଇଲ୍‌ର ନକଲକୁ ଉପଯୋଗ ବୋଲି କହିଛନ୍ତି ବୋଲି କହିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ସୋର୍‌ରେ ଲାଗିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ କହିଛନ୍ତି ଯେ, ଜଣାପଡୁଛି ଯେ, ଚୋର ଚୋରି ଫାଇଲ୍‌କୁ ଗୋଟିଏ ଦିନ ଭିତରେ ଫେରାଇ ଦେଇଛନ୍ତି ।  ସେ ଏନେଇ ଏକ ଟ୍ବିଟ୍‌ କରିଛନ୍ତି ଯେ, ବୁଧବାର ଦିନ ସରକାର ଦସ୍ତାବିଜ୍‌ ଚୋରି ହେବାର ଅଭିଯୋଗ କଲେ, ଶୁକ୍ରବାର ଦିନ ଏହାର ନକଲ ହୋଇଛି ବୋଲି କହିଲେ । ଲାଗୁଛି ଯେ ଗୁରୁବାର ଦିନ ଚୋର ଦସ୍ତାବିଜ୍‌ଟିକୁ ଫେରାଇ ଦେଇଛି ।  ଆହୁରି କଟାକ୍ଷ କରି କହିଛନ୍ତି ଯେ, ମୁଁ ସରକାରଙ୍କ ବୁଦ୍ଧିକୁ ସାଲ୍ୟୁଟ୍‌ କରୁଛି ।

Related posts